ଥରୁଟେ ଆସନ୍ତ ନି !
ନାମ – ଶର୍ମିଷ୍ଠା ସାହୁ ।
ଏଇ ଟିକେ ଶୁଣିଲ ,
କେବେ ଏମିତି ହୁଅନ୍ତାନି ….
ତୁମ ହାତରେ ହାତକୁ ଦେଇ ,
ପାଦରେ ପାଦକୁ ମିଶେଇ,
ଚାଲନ୍ତି ମୁଁ ପଥ ବହୁ ଦୂର ।
ତୁମେ କୁହନ୍ତ ତୁମ ଗାଁ ଆମ୍ବ ତୋଟା କଥା
ମୁଁ କୁହନ୍ତି ପୋଖରୀ ଆଉ ଜହ୍ନ କଥା
ହଁ ତୁମ ପରିଚୟ ତାଙ୍କୁ ଦିଅନ୍ତି ।
ଆସ୍ତେ ଆସ୍ତେ ପାଖକୁ ମୋର ଆସନ୍ତ ,
ଆଖିରେ ଆଖି କୁ ମିଶାନ୍ତ ,
ମୁଁ ଦାନ୍ତ ରେ ନଖକୁ କାମୁଡ଼ି ,
ପାଦରେ ଭୂଇଁ କୁ ଚିରି ,
ତୁମକୁ ଚାହିଁବାର ପ୍ରୟାସ କରନ୍ତି ,
ସତରେ ବେଶ୍ ଭଲ ହୁଅନ୍ତା ।
ମୁଣ୍ଡରେ ଓଢଣା ଦେଇ ସିମନ୍ତି ସିନ୍ଦୂର ନାଇଁ
ପୂଜନ୍ତି ମୁଁ ତୁମ ଘର ଠାକୁର ।
ଆଉ ଏମିତି ବି ହୁଅନ୍ତା କି !
ତୁମେ ଅଫିସ୍ ରୁ ଆସନ୍ତ
ଶିବାନୀ ବୋଲି ଡାକନ୍ତ
ଆଉ ମୁଁ ଥାନ୍ତି ହାତରେ ଗୋଟେ ଗ୍ଲାସ୍ ,
ପାଣି ଧରି ତୁମ ପାଇଁ ।
ଏମିତି ହୁଅନ୍ତା ନି !
ସତରେ ନହେଉ ପଛେ ସ୍ୱପ୍ନରେ
କେବେ ଏ ଆଶା ସବୁକୁ
ପୂରଣ କରିବାକୁ ଥରୁଟେ ଆସନ୍ତ ନି !
ଥରୁଟେ ଆସନ୍ତ ନି ।
ପୋ – ଘୋଷର
ବ୍ଲକ୍ – ରାଜ କିଶୋରନଗର
ଜିଲ୍ଲା – ଅନୁଗୋଳ