ଛଳନା
ଅଧା ବାଟରେ ଯଦି ହାତ ଛାଡ଼ିବାର ଥିଲା
ହାତ ଧରୁଥିଲ କାହିଁକି….??
ମୁଁ ସମସ୍ତଙ୍କ ପରି ନୁହେଁ କହି
ସମସ୍ତଙ୍କ ପରି ବଦଳି ଗଲ କେମିତି..??
ମରୁଭୂମି ରେ ବୃକ୍ଷ ଟିଏ ହେବାର ସ୍ବପ୍ନ ଦେଖେଇ
ସେ ବୃକ୍ଷ କୁ ନିଜ ହାତ ରେ ହାଣି ଦେଲ କେମିତି??
ତୁମ ମନ ଭିତରେ ଥିବା ବିଷ ମଞ୍ଜି କୁ
ଅମୃତ ର ପ୍ରଲୋଭନ ଦେଖେଇ ଖୁଆଇଲ କେମିତି..??
ସତରେ ତୁମେ ଏତେ ଟ୍ୟାଲେଣ୍ଟେଡ୍ ଯେ
ତୁମ ଅଭିନୟ ଆଗରେ ବଡ଼ ବଡ଼
ଅଭିନେତା ବି ହାର୍ ମାନି ଯିବେ
ଆଉ ମୁଁ ଵି କେମିତି ବାଦ୍ ପଡ଼ି ଥାନ୍ତି ଯେ
ତୁମର ସେହି ଛଳନା ରୂପକ ଅଭିନୟ ରୁ
ଏତେ ଝିଅ ଦେଖିଛି କିନ୍ତୁ
“ତୁମେ ସମସ୍ତଙ୍କ ଠାରୁ ନିଆରା ”
ଏଇ କଥା ଟା ତୁମେ କେତେ ଝିଅଙ୍କୁ ଯେ କହିଛ
ତାର ତୁଳନା ନାହିଁ
ମୁଁ ଅନେକ ବହି ପଢିଛି
କିନ୍ତୁ ତୁମ ଛଳନା ରୂପକ ବହି ପଢ଼ି ପାରିଲିନି କେମିତି
ହଁ ଏବେ ବୁଝୁଛି
ତୁମର ସେ ବହି ପଢ଼ି ବୁଝେଇ ବାର ଥିଲା ନାଁ
ସେଥିପାଇଁ ବୋଧେ……….??
ସରୋଜିନୀ ସୂତାର