ତୁମେ
ପ୍ରଶାନ୍ତ ମାନସୀ ଉଜ୍ଜ୍ବଳ ବଦନୀ
ଶୁକ୍ଳ ସୁଦ୍ଧ ପୂତ ବେଶ
କୃଷ୍ଣ କେଶ ପୃଷ୍ଠେ ରକ୍ତ ବର୍ଣ୍ଣ ଓଷ୍ଠେ
ସଦା ମୁକ୍ତାଝରା ହସ
କୋମଳ ଭାଷିନୀ କର୍ମ ବିଳାସିନୀ
ଅନିନ୍ଦ୍ୟ ସୁନ୍ଦରୀ ଜଣେ
କଲମ ପ୍ରେମୀ ଟା ଦିବ୍ୟ କବିପଣେ
ସୁରମ୍ୟ ଶବଦେ ଭଣେ
ଅନୁରାଗ ଦାୟୀ ପ୍ରଣୟ ପ୍ରଦାୟୀ
କଳ୍ପନା ପୁରୀରେ ହେମା
ନିର୍ଭୀକ ମୁଖରେ ଭାବ ବୋଲି ଦିଏ
ଅପରୂପ ମନୋରମା
ତବ ରୂପ ଗୁଣେ ବିମୁଗ୍ଧ ହୃଦୟ
ଶବ୍ଦ ହୀନ ରୋଗେ କବି
ଶବ୍ଦ ର ବଜାରେ ହୋଏ ବାଟବଣା
ବର୍ଣ୍ଣିବାକୁ ତୁମ ଛବି
ତନୁରେ ସୁବାସ ତନରେ ସୁ ବେଶ
ଭ୍ରୁଭଙ୍ଗୀ ଟା ଅମାୟିକ
ପାଉଁଜି ତାନରେ କମ୍ପେ ମନ ଦେଶ
ପଦର ଭଙ୍ଗୀଟ ବ୍ୟାପକ
ପାଣିରେ ପଲ୍ଲବ ନଖ ରେ ଉଜ୍ଜ୍ୱଳ
ଅଙ୍ଗୁଠିରେ କୋମଳତା
ଛଇଳା ମାନସୀ ହୃଦୟ ପ୍ରେୟସୀ
ପ୍ରତି ପାଦେ ଚପଳତା
ଦେଉଳଡିହା ,
ରାକେଶ ରତନ