🖌️🖌️🖌️ପ୍ରତୀକ୍ଷା🖌️🖌️🖌️
🖌️🖌️🖌️🖌️🖌️🖌️🖌️🖌️
ଜାଣେ ମୁଁ ଜାଣେ
ପ୍ରତିଶ୍ରୁତି ତୁମ ପାଣିର ଗାର
ନେତାଙ୍କର ଫମ୍ପା ଆଓ୍ଵାଜ୍
ମଥାନର ଧୂଆଁ
ତଥାପି——–
କେଜାଣି କାହିଁକି ଅକଳନ ବିଶ୍ବାସରେ ପୂର୍ଣ୍ଣ ହୂଏ
ଠିକ୍ ସେହି ମୁହୂର୍ତ୍ତରେ
ଯେତେବେଳେ ପ୍ରଜାପତିଟିଏ ଫୁଲ ପାଖେ ଅଳି କରେ
ତୁମେ ମୋ ଆଖିର ଠକ୍ ଠକ୍ ଝରନ୍ତା ଲୁହକୁ
ଢକ୍ ଢକ୍ ପିଇ ଯାଅ
ରାଣୀ ମୋର——-
ତୋ ଲାଗି ମୁଁ ଆସମାନ୍ ରୁ ଚାନ୍ଦ ଆଣିଦେବି
ତୋ ପାଦଚଲା ରାସ୍ତାରେ ମୋ ଛାତିକୁ ଫୁଲ ପରି ପାତି ଦେବି
କେଜାଣି ସେ କେମିତି ବନ୍ଧନ
ପଞ୍ଜୁରୀର ପକ୍ଷୀ ଭଳି ଛଟପଟ
କିନ୍ତୁ ଖୋଲିଦେଲେ ଉଡିଯିବି ନାହିଁ
ମନ କହେ କ୍ଷଣକରେ ଛିଣ୍ଡା ଇଦେଵି
ପୁନଶ୍ଚ ନିଜେ ହିଁ ନିଜକୁ ବାନ୍ଧି ଦିଏ
ତିଳ ତିଳ କରି ଘୋରିବାଟି ନିଃଶେଷ କରିଦିଏ
ବେଶ୍ ଥିଲା ମୋର ଯନ୍ତ୍ରଣାସିକ୍ତ ରିକ୍ତ ଜୀବନ
ହଟାତ୍ କେମିତି ପହଞ୍ଚିଯାଅ ମେଘ ମହ୍ଲାରର ସମ୍ଭାର ନେଇ
ଝର୍ ଝର୍ ପ୍ରୀତିର ବର୍ଷାରେ
ଧୋଇଦିଅ ମାନ ଅଭିମାନ
ତାପରେ——-
ସାରି କହେ ଶୁଆରେ
ତୁମ ଜାତିଟା ସେମିତି
ଖେଳିବେ ଖେଳାଇବେ
ଭାଙ୍ଗି ଦେଇ ଫୋପାଡ଼ି ଦେବେ
ପ୍ରତାରଣାର ନୀଳ ବିଷ ସଯତ୍ନେ ପିଆଇଦେବେ
ତଥାପି ମୁଁ ଅପେକ୍ଷା କରେ
ମିଛ ପ୍ରତିଶୃତି ସତ ହେବାର ସମୟକୁ ଚାତକ ପରି
ହୃଦୟ ମାଟି ଫଟାଇ ବିଶ୍ୱାସର ଚାରା ଗଜୁରାଏ
ଜାଣେ ବୃଥା ପ୍ରତୀକ୍ଷା
ଆଶ୍ଚର୍ଯ୍ୟ——–
ପୁନଶ୍ଚ ପ୍ରତିଜ୍ଞା କରେ
କରିବି ପ୍ରତୀକ୍ଷା
ଜନ୍ମ ଜନ୍ମାନ୍ତର ପାଇଁ
🖌️🖌️🖌️🖌️🖌️🖌️🖌️🖌️
ପ୍ରଞାମୟୀ ଶ୍ରୀମତୀ ମମତା ଶତପଥୀ
ଗ୍ରନ୍ଥାଗାର ଅଧିକ୍ଷକା ଡେରାବିସ
କେନ୍ଦ୍ରାପଡ଼ା