*ମଣିକ୍ଷେତ୍ର*
***********
ଡଃ ପ୍ରିୟମ୍ବଦା ସାମଲ
*****************
ପୁଣ୍ୟ ଭୂମି ଅଟେ ମୋ ଉତ୍କଳ ମାଆ
ନଅ ଗୋଟି ପୁଣ୍ୟ କ୍ଷେତ୍ର
ଦେବ ଭୂମି ଏହି ପୁଣ୍ୟ ଭୂମି ଏହି
ତୁଳନା କେହି ନାହିଁତ।
ପୁରୀ ଶଙ୍ଖ କ୍ଷେତ୍ର ପ୍ରଭୁ ଜଗନ୍ନାଥ
ଜଗତର ସେତ ନାଥ
ଭୁବନେଶ୍ୱର ତ ଅଟେ ଚକ୍ରକ୍ଷେତ୍ର
ମନ୍ଦିର ମାଳିନୀ ଖ୍ୟାତ।
ଗଦକ୍ଷେତ୍ର ନାମେ ଯାଜପୁର ଶୋଭା
ଅର୍କକ୍ଷେତ୍ର କୋଣାରକ
ମହାବୀର କ୍ଷେତ୍ର ଅଟେ ଦଶପଲ୍ଲା
ମଣିକ୍ଷେତ୍ର ଯେ ଭଦ୍ରକ।
କେନ୍ଦ୍ରାପଡ଼ା ପ୍ରସିଦ୍ଧ ତୁଳସୀ କ୍ଷେତ୍ର
ପ୍ରଭୁ ବଳଦେବ ବିଜେ
ଶାବରୀ ଶ୍ରୀକ୍ଷେତ୍ର ଅଟେ କୋରାପୁଟ
ଭକ୍ତ ଭକତିରେ ହଜେ।
ଵୈତରଣୀ ନଦୀ ଆରଡ଼ି ଗ୍ରାମରେ
ବାବା ଆଖଣ୍ଡଳମଣୀ
ପ୍ରସିଦ୍ଧ ଦେବତା ପାଦୁକା ସେବନେ
ଭକ୍ତ ଜନ ମନ କିଣି।
*****************