ମା‘
ମା ପଣତର ସ୍ନେହଁ
ମା ମମତାର ମୋହ
ସନ୍ତାନ ପାଇଁକି ମା କୋଳ ଅଟେ
ବୈକୁଣ୍ଠ ମନ୍ଦିର ପ୍ରାୟ ll 313
ମାଆ ଟି ମଧୁର ଶବ୍ଦ
ଅନ୍ତର ଶାନ୍ତ ନିରବ
ମା ଡାକିଦେଲେ ପଛରୁ ପିଲାର
ସର୍ବ କୁଶଳ ହୋଇବ l314
ମା ମନ ସଫା ସ୍ଵଛ
ଆଉ ସବୁ ଏଠି ମିଛ
ଖାଇନାହିଁ ବୋଲି ମା ଭାବୁଥିବ
(ମା ) ଶାଗ ବlଢ଼ିଦେଲେ ମାଛ ll 315
ତା’ପ୍ରେମ ଅମୁଲ ମୂଳ
ଅମୃତ ନୁହେଁ ତା ତୁଲ
ମଥାରେ ତାହାର ହାତ ରହିଥିଲେ
ଯମ ନ ହୋଇବ ଗେଲ ll 316
ମାଆ ଯେ କୁହୁକ ଶବ୍ଦ
ଆଉଁସି ଅlଣଇ ନିଦ
ଛୁଆର ନିଦରେ ମା ନିଦ କଟେ
କେ ପାଇବ ମାଆ ଭେଦ ll 317
ନାହିଁ ମାଆ ନାହିଁ ସାହା
କିଏ ବା କହିବ ଆହା
ହଜାର ସମ୍ପର୍କେ ଛନ୍ଦା ଆମେ ସିନା
ମା ଏକା ଦିଏ ରାହା ll 318
ଖୁଦ ମୁଠାରେ ପୋଷଇ
ସନ୍ତାନ ସୁଖ ବାଞ୍ଛଇ
ଦୁଆର ବନ୍ଧରେ ବାଟ ଚାହିଁଥିବ
ମୋ ଧନ ଘରେ ଫେରି ନାହିଁ ll 319
ମା ପାଖେ ପୁଅ ଇନ୍ଦ୍ର
ଅଭାବୀ ଘରର ଚନ୍ଦ୍ର
ତାପାଇଁ ତାପୁଅ ଜଗତ ଜିତା ଲୋ
ନ ଦେଖଇ ପୁତ୍ର ଛିଦ୍ର ll 320
ଦେହ ଅସୁଖ ଛୁଆର
ପାଇଯାଏ ନିଶି ଘୋର
ରାତିଦିନ ଏକାକାର କରିଦିଏ
କୋଟି ମାନସିକ ତାର ll 321
ଅଛି ଗୋଟେ ପୁଅ କିଏ……!
ମା’ଋଣ ଶୁଝିଦେବ ସିଏ
ହରି, ହର,ବ୍ରହ୍ମା ତା ତଳେ ରହିବେ
ଶ୍ରେଷ୍ଠେ ଗଣା ହେବ ହାଏ ll 322
ଶରତ ଚନ୍ଦ୍ର ପଣ୍ଡା
ଯାଜପୁର
ନଗୁଆଁ, ଦରକୁଣ୍ଡି, ଯାଜପୁର