ମୁହୂର୍ତ୍ତ
ତୁମେ ସିନା ସ୍ପର୍ଶକର
ପ୍ରତିଟି ପ୍ରାଣସତ୍ତାର ମନନର
କ୍ଷୁଦ୍ରାଦିକ୍ଷୁଦ୍ର ଭାବର ଚିନ୍ତନକୁ
ମୁଁ କିନ୍ତୁ ସ୍ମିତ ହସି
ଅତିକ୍ରମ କରେ
ମୋ ଇଛାର ପ୍ରତିଟି ମୁହର୍ତ୍ତର
ନୂତନ କଳିକୁ।
ତୁମେ ସିନା ଭରିଦିଅ ସବୁଜିମା
ଶୂନ୍ୟତାକୁ ଦେଇପାର
ପୂର୍ଣ୍ୟତାର କଳେବର
ରଚିପାର ଅନନ୍ତ ଅପାର
ଏ ଜୀବନ ପରିଧୀରେ
ମୁହୁର୍ତ୍ତକ ମୁହୂର୍ତ୍ତକ ମଧ୍ୟରେ
କେବେ ଆସେ ଛାଇ ପୁଣି
କେବେ ଆସେ ଖରା ପ୍ରଖର।
ତୁମେ ସିନା ଖୋଜିପାର
ସାତତାଳ ଗହୀର ପାଣିରୁ
ମୁହୂର୍ତ୍ତ କରେ ସୁନା ଫରୁଆ
ମଧ୍ୟରୁ ଭଅଁରକୁ
ମୁଁ କିନ୍ତୁ ଖୋଜୁଥାଏ ନୀଳ ଲହରୀର
ଅବ୍ୟକ୍ତ ଅବୁଝା ଗର୍ଜନ ତର୍ଜନ ଭରା
ଫେନିଳ ଲବଣାକ୍ତ ତରଙ୍ଗ ଛିଟାକୁ।
ଦେଇ ପାରିବ ରୂପରଙ୍ଗ
ଅସରନ୍ତି ଭାବନାର ପ୍ରତିଟି ମୁହୂର୍ତ୍ତ କୁ
ଲେଖନୀ ସ୍ପର୍ଶରେ ସ୍ପର୍ଶାୟୀତ କରି
ଦେଖୁଛି ଅପଲକ ନେତ୍ରରେ
ଦ୍ଵିତୀୟା ଜହ୍ନର ହସକୁ
ଅଦୃଶ୍ୟ ଡୋରୀରେ ବାନ୍ଧି ଦେଇଛି
ମନ ପ୍ରାଣ ହୃଦୟ
ପ୍ରତିକ୍ଷିତ ସେଇ ମୁହୂର୍ତ୍ତକୁ
ପୂର୍ଣ୍ଣତା କେବେ ମିଳିବ ଅପୂର୍ଣ୍ଣତାକୁ।
ଡ.ପ୍ରିୟମ୍ବଦା ସାମଲ
ଭୁବନେଶ୍ଵର।