ଆସ ଟିକେ ହସିବା
ଆବେଗମୟର ଅନୁଭଵ ହସ
ମନ ଖୋଲି ଟିକେ ହସିବା,,
ମଣିଷ ଆହ୍ଲାଦ ପଣିଆ ଜନ୍ମlଏ
ଈଶ୍ୱରଙ୍କ ଦାନ ଭାବିବା ll
ଖୁସି ଓ ଆନନ୍ଦ ପରିତୃପ୍ତି ହୋଇ
ଓଠ ଧାରେ ହସ ଆସଇ,,
ସୁନ୍ଦର ସମ୍ପର୍କ ଜନମ ଦିଅଇ
ସ୍ୱର୍ଣ୍ଣିମ ମୁହୂର୍ତ୍ତ ଅlଣଇ ll
ପରକୁ ଆପଣା କରିଥାଏ ସିଏ
ଶତ୍ରୁକୁ ବାନ୍ଧଇ ମିତ୍ରରେ,,
ବଳ ନୁହେଁ ଭାଇ ହସ ହସିଦେଲେ
ସଂସାର ଆପଣା ଲlଗେରେ ll
ସମାଜ ପରିଧି ଭିତରୁ ମଣିଷ
ଅନୁଭଵକୁ ଜାଣିଥାଏ,,
ଜୀବନ ଜିଇଁବା କଳା କଉଶଳ
ହସଠାରୁ ସେ ପାଇଥାଏ ll
ଦୁଃଖ, ବିଷାଦର ଧୂଳିଝଡ଼ ବାଜି
ଆଶା ସୌଧ ଯେବେ ଭାଙ୍ଗଇ,,
ମିଠା କଥା ସହ ହସ ମିଶାଇଲେ
କଳ୍ପନାରେ ରଙ୍ଗ ଲାଗଇ ll
ଅସହ୍ୟ ମୁହୂର୍ତ୍ତ ପାର ହେବା ପାଇଁ
ସମ୍ଭାବନା ହସ ଦିଅଇ,,
ହୃଦୟ କନ୍ଦରୁ ଝରି ଆସୁଥିବା
ଅମୃତ ହସ’ତା ଦିଅଇ ll
ଛାତି ତଳେ ଥିବା ଦୁଃଖର ବରଫ
ତରଳାଇ ବାକୁ ସମର୍ଥ,,
ସୁଖି ଜୀବନଟେ ଜିଇଁବା ପାଇଁକି
ହସ ଏକମାତ୍ର ଔଷଧ ll
ଶରତ ଚନ୍ଦ୍ର ପଣ୍ଡା, ଯାଜପୁର