*ଶୀର୍ଷକ:ଲକ୍ଷ୍ୟ*
==============
ପ୍ରତାପ ଚନ୍ଦ୍ର ମିଶ୍ର, ଆସ୍କା,ଗଞ୍ଜାମ
==============
ମହତ୍ ଉଦ୍ଧେଶ୍ୟ ସଫଳ
ହୁଅଇ
ସୁଚିନ୍ତିତ ମାର୍ଗ ପାଇଲେ
ନିରନ୍ତର ସାଧନା କରୁଥିଲେ
ଲକ୍ଷ୍ୟ ସ୍ଥିର କରି ଦୃଢ଼ ହେଲେ।
ସେହି ଲକ୍ଷ୍ୟ ଏକାଗ୍ରତା ପାଇଁ ଗାଣ୍ଡିବ ଧାରୀ
ବୋଲାଇଲେ ଶ୍ରେଷ୍ଠ ଧନୁର୍ଦ୍ଧର
ଏକଲବ୍ୟ ଦିନେ ବିନା ଗୁରୁ ସହାୟତା ବଳେ
ପ୍ରମାଣ କଲେ ଶ୍ରେଷ୍ଠ ଗୁରୁ ଭକ୍ତି ର।
ଅସମ୍ଭବ ବି ସମ୍ଭବ ହୁଅଇ
ବିଫଳତା ସେଠି ହଜେ
ଯାହାର ଲକ୍ଷ୍ୟ ବିପଥ ନ ହୁଏ
ଉତ୍କର୍ଷତା କୁ ନିଶ୍ଚେ ସେ ପୂଜେ।
ରାଷ୍ଟ୍ର ସୁରକ୍ଷା ର ଏକାଗ୍ରତା ଚିନ୍ତା
ସୈନିକ ର ବଳିଦାନ
ଶତ୍ରୁ ପରାଜିତ କରି ରାଷ୍ଟ୍ର ଐକ୍ୟତା ଲକ୍ଷ୍ୟ ସେନା ବାିହିନୀ ର କର୍ମ ହୁଏ ମହାନ।
ଲକ୍ଷ୍ୟ ବିହୁନେ ପ୍ରାଣୀ ହନ୍ତସନ୍ତ
ଦୁର୍ଗମ ହୁଅଇ ପ୍ରାଣ
ଛାତ୍ର ର ଲକ୍ଷ୍ୟ ପଥ ଭ୍ରଷ୍ଟ ହେଲେ
ଧ୍ଵଂସ ହୁଏ ତା ଆଗାମୀ ଜୀବନ।
ଶ୍ରେଷ୍ଠ ହେବା ପାଇଁ ବଳିଷ୍ଠ ଲକ୍ଷ୍ୟ
ରଖି ଜୀବନ ଚକାଇ ନେବା
ଅଲକ୍ଷ୍ୟ ନ କରି ଲକ୍ଷ୍ୟ ପଥରୁ
ବିଚ୍ୟୁତ ନ ହୋଇ ଜୀବନ ଶ୍ରମ ସାର୍ଥକ କରିବା।
==============
ଜୟଶ୍ରୀ ଜଗନ୍ନାଥ