*ବିପଦ*
ବିପଦ ନାଶନ ହେ ଚକାନୟନ
ତୁମେ ତ ଭକତ ବନ୍ଧୁ
ତୁମେ ସର୍ବମୟ ତୁମେ ସର୍ବଜ୍ଞାତା
କରୁଣାର ଭବ ସିନ୍ଧୁ।
ଭକତର ନାଥ ଆହେ ଦୀନନାଥ
ସୃଷ୍ଟିର ସର୍ଜନାକାରୀ
ତୁମ ପଦ ତଳେ ନିଏଯେ ଆଶ୍ରୟ
ରକ୍ଷାକର ଦଇତାରୀ।
ଅନ୍ୟାୟ ଅନୀତି ଭରା ଆଜି ଧରା
ତୁମେ ପ୍ରଭୁ ପରଂବ୍ରହ୍ମ
ଅପଲକ ନେତ୍ରେ ସର୍ବ ଦୃଶ୍ୟଜ୍ଞାତ
ଭକ୍ତକୁ କର ତାରଣ।
ସୁଖ ସମୟରେ ସର୍ବଜନ ସାଥୀ
ଦୁଃଖ ବେଳେ କେହି ନାହିଁ
ବିପଦ ବେଳରେ ସାହା ହୁଅ ପ୍ରଭୁ
ଭକ୍ତକୁ ଶରଣେ ନେଇ।
ମିଛ ମାୟା ଏହି ସଂସାରରେ ସର୍ବ
ସ୍ଵାର୍ଥର ଖେଳ ଖେଳନ୍ତି
ସରଳ ଉପରେ ଗରଳ ଢ଼ାଳିଣ
ଦୁଃଖ ଅପମାନ ଦ୍ଯନ୍ତି।
ଦୟାମୟ ତୁମେ ଦୟାର ସାଗର
ଦୟାର ତ ନାହିଁ ଅନ୍ତ
ସବୁ ବିପଦରୁ ଉଦ୍ଧରିଣ ପ୍ରଭୁ
ଭରିଦିଅ ତ ଦିବ୍ଯତ୍ବ।
ସେହି ଦିବ୍ୟତ୍ବ ରେ ଭରିଯାଏ ପ୍ରାଣ
ପାଏ ସେ ନବୀନ ରାହା
ଯୁଗେ ଯୁଗେ ତୁମେ ଅଭୟ ଦେଇଣ
ସଦା ହେଉଥାଅ ସାହା।
ବିପଦର ବନ୍ଧୁ ତୁମେ କୃପାସିନ୍ଧୁ
କରୁଣା ତୁମର ରହୁ
ଯୁଗ ଯୁଗ ପାଇଁ ଶରଣ ରକ୍ଷଣ
ବାନା ପ୍ରଭୁ ଉଡୁଥାଉ।
ଡ.ପ୍ରିୟମ୍ବଦା ସାମଲ
ଭୁବନେଶ୍ଵର।