🌹“କିଛି ଦୃଦୟର ଭାବନା”🌹
ମୁଁ ପ୍ରଶ୍ନ ତ ପଚାରିନି …..
ହେଲେ କାହିଁକି ଉତ୍ତର ଅପେକ୍ଷାରେ ଅଛି ???
ତୁମେ କିଛି କହୁନ କେବଳ ନେତ୍ରରେ ଫୁଟୁଛି ଫୁଲ ମୋର ହୃଦୟର କୋଣ ଅନୁକୋଣରେ ତୁମର ସେଇ ଚିତ୍ର ଛବି ନୀଳ ଉର୍ମି ପରି ଭାସମାନ ହେଉଛି।ଯେତେ ବେଳେ ପଲକ ଆରାମ କରିଥାଏ।ମୁଁ ପଲକ ଉଠାଏ ଯେବେ ତୁମେ ଅଦୃଶ୍ୟ ହେଲେ କାହିଁକି ???
ପୁଣି ପାଗଳ ସମ ହୋଇ ଖୋଜି ବୁଲେ ଚତୁଃପାର୍ଶ୍ଵରେ ମୋହର କିନ୍ତୁ ନପାଏ ତୁମକୁ।ମୋର ପ୍ରଦେଶରେ କେବଳ ମିଛ ସ୍ବପ୍ନ ଟିଏ କି ??ଲାଗୁଛି ଯେମିତି ମୋ ପ୍ରଦେଶକୁ ଛାଡ଼ିଦେଲେ ସତେ ଯେମିତି ଏ ସାରା ବିଶ୍ଵଟି ତୁମର ଆଉ ମୁଁ ପର।
ତୁମେ ଜାଣିନ କି ??
ଏକା ଆସି ହୁଏ,ଏକାନ୍ତ ଫେରି ହୁଏ ବୋଲି।ହେଲେ ଏକାନ୍ତ ଜୀବନ ବଞ୍ଚିବା ସମସ୍ତ ପକ୍ଷରେ ଅସମ୍ଭବ।ତୁମେ ଅମାପ ଜଳ ରାଶିର ମଧ୍ୟାନ୍ତରେ ଏକ ସୁନ୍ଦର ପ୍ରତିମା ସମ, ମୋର ସ୍ବପ୍ନ,ମୋର ଇଚ୍ଛା ମୋର ଦୃଷ୍ଟି ଶକ୍ତି ସତେ ଆଖି ପାଏନା।ମୋର ପାଦକୁ ଯେତିକି ଆଗକୁ ବଢାଏ… ମୋତେ ଲାଗେ ସତେ ଯେମିତି ମୁଁ ଜଳର ଭଉଁରୀ ଭିତରେ ବୁଡି ଯାଉଛି।ଆଉ ବେଳେ ବେଳେ ଲାଗେ ତୁମେ ସମ୍ମୋହିତ ମୁହୁର୍ତ୍ତ ହୋଇ ଉଡି ଯାଅ।
ତପନ କୁମାର ସ୍ୱାଇଁ ✍️
ଗଞ୍ଜାମ, ବୁଗୁଡ଼ା