*ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ବିରଳ ଅନୁଭୂତି*
ପ୍ରଣାମ ପାଠକଗଣ । ଅନେକ କବି ସମ୍ମିଳନୀରେ ଯୋଗ ଦେଇ ଯେଉଁ ଅନୁଭୂତିକୁ ସାଉଁଟିଛି ସେ ସବୁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଅନୁଭୂତି ଠାରୁ ଅଲଗା । ଆମେ ସାଧାରଣତଃ ଦେଖିବାକୁ ପାଉ ଯେ କବିମାନେ ବାର୍ଷିକ କିମ୍ବା ଆଜୀବନ ସଦସ୍ୟ ଦେୟ ଦେଇ ସମ୍ବର୍ଦ୍ଧନା ପାଇଥାନ୍ତି । ସିଧା କଥା କହିବାକୁ ଗଲେ ଟଙ୍କା ଦେଇ ସମ୍ବର୍ଦ୍ଧନା ପାଆନ୍ତି । କାରଣ ସମ୍ବର୍ଦ୍ଧନା ଓ କାଗଜ ଖଣ୍ଡେ ର ମୋହ । ସେ କ୍ଷେତ୍ରରେ ବିନା ମୂଲ୍ୟାଙ୍କନରେ ସମସ୍ତେ କବି । କିନ୍ତୁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ରେ ପାଠକଙ୍କ ଆଗ୍ରହ, ମେଣ୍ଟର ମାନଙ୍କ ନିରପେକ୍ଷ ମୂଲ୍ୟାଙ୍କନ ଯୋଗୁଁ ଉଚିତ ବ୍ୟକ୍ତିଟି ସମ୍ବର୍ଦ୍ଧିତ ହୁଏ । ତା ସହିତ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଯେହେତୁ ଏକ ଆନ୍ତର୍ଜାତିକ ସଂସ୍ଥା ତେଣୁ ଏଥିରେ ସଂଗଠିତ ବିଭିନ୍ନ କାର୍ଯ୍ୟକ୍ରମ ରେ ଆମେ ନିଜକୁ ଆନ୍ତର୍ଜାତିକ ସ୍ତରରେ ପରିପ୍ରକାଶ କରିପାରୁ । ୟାଠୁ ବା ବଡ଼ ଅନୁଭୂତି ଆଉ କଣ ହେଇପାରେ ? ତେଣୁ ଏ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ସଭାପତି,ମେଣ୍ଟର ଓ ପ୍ରତିଷ୍ଠାତା ସମସ୍ତଙ୍କୁ ମୁଁ ମୋର ହୃଦୟର ଆବେଗିକ ଅଞ୍ଚଳର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ ପୂର୍ବକ ସଦା ଏ ପ୍ରତିଷ୍ଠାନ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
ଧନ୍ୟବାଦ । ପ୍ରଣାମ ।
ଠିକ କଥା କହିଲେ ଭାଇ ବାସ୍ତବରେ ସୁର୍ଯୋଦୟର ଏହି ଅଭିନଵ ପ୍ରୟାସ ସତରେ ଉଚ୍ଚକୋଟୀର… ଅଳ୍ପକେ ବହୁତ ଧନ୍ୟବାଦ ଏବଂ ଶୁଭେଚ୍ଛା