*ଓଡ଼ିଆ କହୁଚି।*
*****************
ଆଜିପରି ଦିନରେ ମୁଁ ସ୍ୱତନ୍ତ୍ର ହୋଇଥିଲି
ଏଥିରେ ଟିକିଏବି ସନ୍ଦେହ ନାହିଁ
ଏଇଥି ପାଇଁ ଅନେକ ପୁରୋଧାମାନଙ୍କୁ
କେତେ ଯେ କଷ୍ଟ ସହିବାକୁ ପଡିଛି
ତାର ଇତିହାସ ଜାଜୁଲ୍ୟମାନ””
ପଡୋଶୀଟା ଭାରି କୁଟିଳଥିଲା
କହୁଥିଲା “ଉଡିଆ ଏକ୍ଟା ଭାଷା ନଁଏ”
ଯାର ଓଡ଼ିଆ ବୋଲି ପାଟିରେ ପଇଟେନି
ସେ ପୁଣି କହୁଥିଲା ଓଟା ଏକ ଭାଷା ନଁଏ
ସମୟ ବତେଇ ଦେଲା ଯେ
ଓଡ଼ିଆ ଏକ ପ୍ରାଞ୍ଜଳ ପ୍ରାଚୀନ ଭାଷା
ତେଣୁ ଆଜି ସ୍ୱାକ୍ଷର ଦସ୍ତାବିଜ
ପାଇ ଭାରତ ଖତିଆନରେ
ଷଷ୍ଠ ଭାଷାର ସ୍ଥାନ ଅଳଙ୍କୃତ କରି ପାରିଚି
ସତରେ ଏତେ ସୁନ୍ଦର
ଗୋଲାକାର ସୌଖିନ ଅକ୍ଷର ବିରଳ
ତହୁଁ ବଳି ତାର ବନାନ ମେଖଳା
ଅକ୍ଷର ଚୌପାଶରେ ଲାଗି
ଶୃଙ୍ଖଳା ଆମ ଓଡ଼ିଆ ଭାଷାର
ଚିର ସବୁଜିମା ବଳୟପରି ସୁନ୍ଦର।
ତଥାପି ଆଜି ଦିନରେ
ଆମେ ନିଜକୁ ପଚାରିବା
କେତେଜଣ ଓଡ଼ିଆ ପଢନ୍ତି?
ହାତ ଗଣତି ମାତ୍ର କିଛି ପୁରୁଖା ମାନେ
ଏହ ନିଶ୍ଚିତ ସତ୍ୟ
ନମସ୍କାର ଶବ୍ଦଟି ଲୋପ ପ୍ରାୟ
କାଁ ଭାଁ ଶୁଭୁଚି
ନହେଲେ ଶୁଭସକାଳ
ବଦଳରେ ଗୁଡମର୍ଣ୍ଣି
ଶୁଭରାତ୍ରି ବଦଳରେ ଗୁଡନାଇଟ୍
ଏଇ ଆମର ମାତୃଭାଷା ପ୍ରତି ସ୍ନେହ!
କହିବା ବାହୁଲ୍ୟଯେ
ଓଡ଼ିଆ ଲେଖିପଢି ଜାଣିଥିବା ମଣିଷ
କୋଟ କଚେରୀରେ ସେ ନଥିରେ
ବିଲାତି ଲେଖାକୁ ବୁଝି ନପାରି ହଟହଟା
ଏହା ଆମ ପାଇଁ କାହାର ଅବହେଳା???
ଆଜି ଅନେକ ଯାଗାରେ
ସଭା ସମିତି ହେବ କାରଣ
ଆଜି ଆମ ଓଡ଼ିଆ ଭାଷା ଦିବସ
ବଡବଡ ଭାଷାବିତ ମାନଙ୍କ ମଞ୍ଚାସିନ
ହେବାର ନଜିର ରହିଥିବ
ସେଇଠି ନୂତନ ପିଢିର ଲେଖକ
କିଛି ଲେଖିଆଣିଥିବା କଥାବସ୍ତୁ
ପାଠକଲା ବେଳକୁ ସଭା ସରିଆସୁଥିବ
ଆଉ ମଞ୍ଚ ପରିଚାଳକ କହୁଥିବେ
ସଂକ୍ଷେପରେ ପାଠକରନ୍ତୁ କିନ୍ତୁ
ମଞ୍ଚ ପରିଚାଳକଙ୍କର ସଂଯୋଜନା ଲମ୍ବା
ଭାଷଣ ସମୟରେ ସମୟ ଜ୍ଞାନର
ଅନେକ ଅଭାବ ହୁଏ ପରିଲକ୍ଷିତ!
ଓଡ଼ିଆ ଖବର କାଗଜର
ପରିସ୍ତିତି ଆଜି କେଉଁଠି?
ତାକୁ ସୋସିଆଲ ମିଡିଆ ଗିଳିଲାଣି
ସକାଳ ପାହିଲେ କେତେକ
ହ୍ୱଟ୍ସପରେ ସବୁ ଚାଲି ଆସୁଚି
ଆଉ ଓଡ଼ିଆ ଖବରକାଗଜ
କିଏ କିଣିବ?
ତଥାପି ମୋ ଭାଷା ଭାରି ବଢିଆ
ଭୁଲ ହେଉକି ଠିକ୍ କିଛି ଲେଖି ପକାଏ
ସମାଜ ପତ୍ରିକା ପଢିଥାଏ
ମୋର ଭୁଲକୁ ବଡମାନେ ସୁଧାରନ୍ତି
ଖୁସିଲାଗେ ଯେ
ମୋ ଲେଖାକୁ ଆଞ୍ଜାମାନେ
ପାଠକରୁଛନ୍ତି
ଆସନ୍ତୁ ଆମଭାଷାକୁ
କହିବା ପଢିବା ଲେଖିବା
ଖୁସିରେ ଆଗକୁ ନେଇଯିବା
ଆମ ପୂଜ୍ୟପୁଜା ମାନଙ୍କ ଆତ୍ମା
ଆମ ପାଇଁ ଆଶିର୍ବାଦ ଢାଳିଦେବେ।।
***************
ମହେନ୍ଦ୍ର ପ୍ରସାଦ ଦାସ