ଆମ ରାଜ୍ଯ ଆମ ଭାଷା
****************
ସୁଧୀର ପଣ୍ଡା
*******
ଭାଷା ବହୁଳରୁ ଉତ୍କଳ ପ୍ରଦେଶ
ଭବିଥିଲା ସୃଷ୍ଟି ଦିନେ
ଆଜି କିଂପା ସୁପ୍ତ ସକଳେ ଗୁପତ
ଆମ ଭାଷାପ୍ରେମୀ ଜନେ।୧
ଆଜି ଭାଷି ଯିବା ଏହି ରଂଗମଂଚେ
ଉତ୍କଳ ଗରବ ଗୀର
ଆମ କର୍ମଦେଖି ଆମରି ପୂର୍ବଜ
ନୟନୁ ଗଡ଼ାଂତି ନୀର।୨
ପ୍ରଦେଶର ମେରୁଦଣ୍ଡ ଟାଣ ପାଇଁ
ଏକତ୍ର ଭବି ସରବେ
ଓଡ଼ିଆ ଭାଷାର ରଖିଥିଲେ ଟେକ
ସଂଘର୍ଷ କରି ଗରବେ।୩
ହୀନ ରାଜନିତୀ ଗ୍ରାସିଲା ତ୍ବରିତେ
ହାରିଲେ ଷଡ଼େଇକେଲା
ଖରସୁଆଁ ହେମଗିରି ବେନି ଭ୍ରାତା
କାଂଦି ତାଂକ ଦିନ ଗଲା।୪
ପ୍ରାଚୀନ ଯୁଗରୁ ପୁରା ପରିବାର
ସର୍ବେ ଥାଇ ଏକାକାର
ସ୍ବତନ୍ତ୍ର ଉତ୍କଳ ଗଠନ ମାତ୍ରକେ
ତାଂକୁ କେ କଲା ବାହାର?୫
ନୟନୁ ଲୋତକ ଥମିନାହିଁ ତାଂକ
ନୁହଂତି ଆମ ଭଗାରି
ଉତ୍କଳ ଦିବସେ ଭାବିଦେଖ ଥରେ
କିଏକଲା ଏତେସରି।୬
ଯୋଡ଼ି ବେନିହସ୍ତ ଧ୍ଯାଇ ଜଗନ୍ନାଥ
ରହିଥବା ଆମେ ବସି
କର୍ମ ତ୍ଯାଗି ମଧ୍ଯ ରହୁଛୁ ଆନଂଦେ
ସମସ୍ତ ଉତ୍କଳବାସୀ। ୭
ଆମ ଭାଷା ତେଜି ବିଦେଶୀ ଭାଷାରେ
ଆଦରି ପାରିଲେ ଜ୍ଞାନ
ଉତ୍କଳ ମାନବେ କରଂତି ସମ୍ମାନ
ସ୍ବୟଂଭାଷା ମଣି ନ୍ଯୁନ। ୮
*************