🙏🙏କଳା ଠାକୁର🙏🙏🙏
◆●◆●◆●◆●◆●◆●◆●◆●
ମାଗିଦେଲେ ତୋତେ କିଛି
କାଳେ ଦେଇଦେବୁ ହାତ ପାତି
ସେଥିପାଇଁ ହାତ ରଖିନାହୁଁ ଚକାଆଖି।
କାହିଁକି କହ କାହିଁକି କାହିଁକି
କଳାଠାକୁର ମୋ ଚକାଆଖି ।।
ଦୁଃଖିଙ୍କ ପାଇଁ ଖୋଲିଛୁ ଚାରି ଦ୍ବାର
ତଥାପି ମୁଁ ଛୁଇଁ ପାରୁନି ତୋ ଧାମ ।
କାହିଁକି କାଳିଆ ଅଭିମାନ କରୁ
ଖୋଲି ଦେ ମୋ ପାଇଁ ତୋ ବଡ଼ ଦେଉଳ ।।
ମାଗୁନାହିଁ ତୋତେ ସୁନାର ନଅର
ଚାହୁଁଛି ଧନ ତୋ ପାଦ ତଳେ ଦେ ଶରଣ ।
ଚାହୁଁନି ପ୍ରଭୁ ତୁଳସୀ ହେଇ କପାଳେ ଲାଗିବାକୁ
ଦୁବ କରି ତୋ ପାଦତଳେ ଦେ ଜାଗା ।।
ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ
ଚାରିହାତ ଖୋଲି ବସିଛୁ ଜଗନ୍ନାଥ ।
କହିବୁ କି ମହାବାହୁ କେତେ ଦିନ ଆଉ
ଦେଖୁଥିବୁ ବସି ହୀନିମାନ ଜନ ନାଟ ।।
କାଳେ କାନ୍ଦିବି ଧରି ତୋର ପାଦ
ଦୁଃଖରେ ହେବୁ ତୁ କାତର
ତେଣୁ ରଖିନାହୁଁ ଦୁଇ ପାଦ ତୋର ।
କାହିଁକି କହ କାହିଁକି କାହିଁକି
କଳାଠାକୁର ମୋ ଚକାଆଖି ।।
ବଡ଼ଠାକୁର ବୋଲି ଉଡାଉଛୁ ବାନା
ଦେଖା ଦେଖା ତୋ ବଡ଼ପଣ ।
ମିଛଟାରେ କାହିଁ ଏତେ ଅଭିମାନ କରୁ
କହିବୁ କି ଥରେ ଚକ୍ରପାଣି ଚକ୍ରଧର ।।
ମାଗୁଛି ଏତିକି ଦେଲେ ଦେ ଦୁଃଖ
ସବୁ ସହିବାକୁ ଦେ ମନରେ ବଳ ।
ଆପଣେଇ ନେବି ଦୁଃଖ ତକ ସବୁ
ଭାବି ତୋର ପ୍ରେମ ବୋଳା ଆଶୀର୍ବାଦ ।।
ହେ ଜଗନ୍ନାଥ ହେ ଜଗନ୍ନାଥ
କଳାଠାକୁର ମୋ କଳାଶ୍ରୀମୁଖ ।
ନୀଳଗିରି ବାସୀ ମୋ ନୀଳାଚଳିଆ
ଅଛିରେ କିଏ କହ ତୋ ଭଳିଆ ।।
~~~~~~~~~~~~~~~
ସୁଭଦ୍ରା ପଟ୍ଟାୟତ
ଲଙ୍ଗଳେଶ୍ବର, ବାଲେଶ୍ବର
ଭଲ ବହୁତ ଭଲ ଲାଗିଲା …….. ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ୱାମୀ
ସୁନ୍ଦର କବିତା ଟିଏ।
ଧନ୍ୟବାଦ ସାର୍
ଜୟ ଜଗନ୍ନାଥ l
ମୁଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଭଗବାନ ତୁମକୁ ଘଣ୍ଟ ଘୁଡ଼େଇ ରଖନ୍ତୁ l
ଏବଂ ସୁନ୍ଦର ସୁନ୍ଦର କବିତା ଲେଖିବାରେ ସିଦ୍ଧ୍ୟହସ୍ତ ହୁଅ l
ଅଶେଷ ଧନ୍ୟବାଦ ଅର୍ପଣ କରୁଅଛି