ସୁନ୍ଦରତା ପ୍ରତି କ୍ଷଣେ
ରୀନା ପରିଡା
ରବି କିରଣରେ ଝଲସି ଉଠେ
ପ୍ରାଚୀ ନଦୀତୀର ଜଳଧାରା
ଶଶୀ କିରଣରେ ସୁଶୋଭିତ ହୁଏ
ରାତ୍ରି ତମସାର ତାରା |
ନୀଳ ଜଳଦର ଅଙ୍କେ ଶୋଭା ପାଏ
ନଳିନୀର ହରିତ ବୃନ୍ତ
ନୀଳ ସାଗରର ପ୍ରତି ତରଙ୍ଗରେ
ଖେଳି ଉଠେ ମୀନ ତତକ୍ଷଣାତ |
ଚିଲିକାର ଦୃଶ୍ୟ ମନୋହର ମନ ହରେ
କରେ ପୁଲକିତ ମନ ଉପବନ
ଚିଲିକାର ଜଳଧାରା ମନେ ଭାବନା ଭରେ
ସନ୍ତାପିତ ଏଇ ହୃଦ କାନନ |
ଯେବେ ଇନ୍ଦ୍ରଧନୁ ରଙ୍ଗେ ରଙ୍ଗିତ ହୁଏ
ନୀଳ ଆକାଶର ଅଙ୍ଗ
ସାତ ରଙ୍ଗରେ ସୁସଜ୍ଜିତ ହୁଏ
ସୁନ୍ଦର ଦିଶଇ ତା’ର ତନୁର ରଙ୍ଗ |
ପ୍ରଭାତେ ସୁନ୍ଦର ଦିଶଇ ଜଗତ
ରବିର ରକ୍ତିମ ଆଭା କିରଣେ
ସନ୍ଧ୍ୟାରେ ସୁନ୍ଦର ନାଲି ରଙ୍ଗେ ଚିତ୍ରିତ
ଅସ୍ତଗାମୀ ରବି କର ସ୍ପର୍ଶରେ |
ରାତ୍ରି ଅନ୍ଧାରରେ ଶ୍ୱେତ ପଦ୍ମ ଯେହ୍ନେ
ପ୍ରସ୍ଫୁଟିତ ହୁଏ ଶଶୀ ରୂପେ ଆକାଶେ
ନୀଳ, ନାଲି କେବେ ରାତ୍ରି ଅନ୍ଧକାର ରଙ୍ଗେ
ପ୍ରକାଶମାନ ଏ ତ୍ରି ଭୁବନେ |
କ୍ଷଣ କ୍ଷଣକରେ ଚିତ୍ରିତ ରଙ୍ଗିତ
ମନଲୋଭା ରଙ୍ଗ ପଣେ
ମଧୁର ସୁନ୍ଦର ବିଶ୍ୱ ପ୍ରତିଛବି
ସୁନ୍ଦରତା ପ୍ରତି କ୍ଷଣେ |
°°°•••°°°