ବନ୍ଧୁ
~~~~~~~~~~~~~~~~
ଅଜୟ ଓ ଶୁଭ ଦୁଇ ବନ୍ଧୁ । ବହୁତ ବର୍ଷ ପରେ ହଠାତ୍ ଦେଖା ହୁଏ । ଦୁଇ ଜଣ ପରସ୍ପରକୁ ଦେଖି ଖୁସି ହୁଅନ୍ତି ।
ପରେ ଦୁଇଜଣଙ୍କ ଭିତରେ ବାର୍ତ୍ତାଳାପ ଆରମ୍ଭ କରନ୍ତି ।
ଶୁଭ: ତୁମେ ଭଲ ଅଛ ନା……
ଅଜୟ: ସେମିତି….
ଶୁଭ: ସେମିତି ମାନେ ?? କଣ ହେଇଛି ତୁମର ? ଦେହ ଭଲ ଅଛି ତ ?
ଅଜୟ: ହଁ ଦେହ ଭଲ ଅଛି, ମନ ଭଲ ନାହିଁ…
ଶୁଭ: କାହିଁକି କଣ ହେଇଛି ?
ଅଜୟ: ଏମିତି ବାସ୍….
ଶୁଭ: ଓହଃ ! ବୁଝିଲି.. ମୋତେ କହିବାକୁ ଚାହୁଁନ.. ଠିକ୍ ଅଛି ।
ଅଜୟ: ନାଇଁ ସେମିତି ନୁହେଁ, ପାରିବାରିକ ସମସ୍ୟା, ଆଉ କିଛି ନୁହେଁ ।
ଶୁଭ: ତାହେଲେ ମୁଁ ତୁମକୁ ବାଧ୍ୟ କରିବିନି କହିବା ପାଇଁ ।
ଅଜୟ: କାହିଁକି ???
ଶୁଭ: କାହିଁକି ନା ସେଇଟା ତୁମ ପାରିବାରିକ ସମସ୍ୟା । ଆଉ ପରିବାରର ସମସ୍ୟା ସମ୍ପର୍କରେ ସମସ୍ତଙ୍କ ସହିତ ଆଲୋଚନା କରିବା ଉଚିତ ନୁହେଁ ।
ଅଜୟ: ଜୀବନର ମାନେ କଣ ମୁଁ ବୁଝି ପାରୁନାହିଁ । ଯଦି ତୁମେ ବୁଝାଇ ଦିଅନ୍ତ ……
ଶୁଭ: ଆରେ ମୁଁ କଣ ମହାପୁରୁଷ ନା କଣ ?
ଅଜୟ: ହଁ ! ମୋ ପାଇଁ …..
ଶୁଭ: ଠିକ୍ ଅଛି ! ତାହେଲେ ଶୁଣ…
” ଜୀବନର ଅନ୍ୟ ନାମ ସଂଘର୍ଷ । ଆମେ ସମସ୍ତେ କିଛି ନା କିଛି ଉଦ୍ଦେଶ୍ୟ ନେଇ ଜୀବନରେ ସଂଘର୍ଷ କରିଚାଲିଛୁ । କିଏ ନିଜ ଅଧିକାର ପାଇଁ ତ ଆଉ କିଏ ନିଜର ଗୋଟିଏ ସର୍ବଶ୍ରେଷ୍ଠ ପରିଚୟ ପାଇଁ । ଯେମିତି ଶୋଇ ରହିଲେ ଖାଦ୍ୟ ଆମ ପାଖକୁ ଆସିଯାଏ ନାହିଁ ଠିକ୍ ସେମିତି ସଂଘର୍ଷ ବିନା ଆମକୁ ସଫଳତା ମିଳେ ନାହିଁ । ଆଉ ସଫଳତାର ଚାବିକାଠି ହେଉଛି ସଂଘର୍ଷ ”
ଅତଏବ ପ୍ରତ୍ୟେକ ମୂହୁର୍ତ୍ତରେ ଆମକୁ ସଂଘର୍ଷ କରିବାକୁ ହେବ ।
ଅଜୟ: ସଂଘର୍ଷ କରିବା ପାଇଁ ସମୟ ଏବଂ ଶକ୍ତି ଦରକାର ।
ଶୁଭ: ତୁମେ ପରିସ୍ଥିତି ସହିତ ସଂଘର୍ଷ କରିଚାଲ । ଏଥିରେ ସମୟ କି ଶକ୍ତି ନୁହେଁ ବରଂ ଆତ୍ମବିଶ୍ବାସ ରହିବା ଜରୁରୀ । ତୁମେ ନିଜ ଉପରେ ଦୃଢ଼ ବିଶ୍ୱାସ ରଖ । ତା’ଛଡ଼ା MIL Sir ( ସୁବ୍ରତ କୁମାର ନନ୍ଦି ) କଣ କହିଥିଲେ ଭୁଲି ଯାଇଛ କି ? ସାର୍ କହୁଥିଲେ ନା ” ମୁଁ ପାରିବିନି, ଏଇଟା ମୋ ଦ୍ବାରା ହେବନାହିଁ ” ଏମିତି ସବୁ ମନରେ ରଖିବ ନାହିଁ ।
ଅଜୟ: ତୁମେ ମୋତେ ଗୋଟେ କଥା କୁହ ! ଜୀବନର ମାନେ କଣ କେବଳ ଟଙ୍କା ? ଟଙ୍କା ବିନା ଜୀବନର ମୂଲ୍ୟ କିଛି ନାହିଁ ?
ଶୁଭ: ହଁ, ଟଙ୍କା ଦରକାର । ହେଲେ ଯେତିକିରେ ଆମେ ଚଳିପାରିବା ସେତିକି । ଆଉ ଭଲରେ ରହିବା ପାଇଁ ବଡ଼ ଘର କି ଗାଡ଼ିର ଆବଶ୍ୟକତା ନାହିଁ । ବାସ୍ ଖାଇବାକୁ ଭାତ, ପିନ୍ଧିବାକୁ ଲୁଗା ଆଉ ମୁଣ୍ଡ ଉପରେ ଛାତ ହିଁ ଦରକାର ।
ଅଜୟ: ହେଲେ ସମସ୍ତେ ସେଥିରେ ଖୁସି ନୁହଁନ୍ତି ।
ସତରେ ମୁଁ ଆଉ ସହି ପାରୁନାହିଁ ଏ ସବୁ ।
ଶୁଭ: ଯୋଉଁମାନେ ଖୁସି ନୁହଁନ୍ତି ସେମାନେ ସମ୍ପର୍କକୁ ନୁହେଁ ଟଙ୍କାକୁ ଗୁରୁତ୍ୱ ଦେଉଛନ୍ତି, ଯାହା କି ସମ୍ପୂର୍ଣ୍ଣ ଭୁଲ୍ ।
କୃଷ୍ଣ କହିଛନ୍ତି ” ଏ ସମୟ ବି ଚାଲିଯିବ ” ଆଜି ଦୁଃଖ କଷ୍ଟରେ ଅଛ କାଲି ସବୁ ବଦଳି ଯିବ ।
ଜଣେ ବାନ୍ଧବୀ ହିସାବରେ ମୋର ତୁମ ଉପରେ
ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ତୁମେ ବହୁତ ଆଗକୁ ବଢ଼ିବ ଏବଂ ତୁମର ସବୁ ଅସୁବିଧା ଦୂର ହେଇଯିବ ।
ବାସ୍ ଏତିକି ମନେ ରଖିବ ଆମକୁ କେବଳ ସେତିକି ମିଳିବ ଯେତିକି ପାଇଁ ଆମେ ଯୋଗ୍ୟ । ପ୍ରଥମେ ନିଜ ଉପରେ ବିଶ୍ୱାସ ରଖ ଆଉ ମୋତେ କଥା ଦିଅ କେବେ ବି ମନକୁ ଦୂର୍ବଳ କରିବନାହିଁ ।
ଅଜୟ: ଠିକ୍ ଅଛି…..
ସର୍ବ ଶେଷରେ ଏତିକି କହିବି ଭଗବାନ କେବଳ ତାଙ୍କରି ପରୀକ୍ଷା ନିଅନ୍ତି ତାଙ୍କୁ ହିଁ ଦୁଃଖ ଦିଅନ୍ତି ଯିଏ ଦୁଃଖକୁ ସାମ୍ନା କରିବା ପାଇଁ ସାହସ ରଖିଥାଏ । ନହେଲେ ଏତେ ବଡ଼ ଦୁନିଆରେ ତୁମକୁ କାହିଁକି ଏତେ କଷ୍ଟ ସହିବାକୁ ପଡ଼ିଥାନ୍ତା ? ଏହାର ଅର୍ଥ ତୁମେ ଭଗବାନଙ୍କ ନିକଟତର ହୋଇ ରହିଛ । ଯେତେବେଳେ କି ଭଗବାନ ନିଜେ ଆମ ସାଥିରେ ରହିଛନ୍ତି ତେବେ ଅନ୍ୟ କାହାକୁ ଡରିବାର କଣ ଆବଶ୍ୟକତା ରହିଛି ? ଆମେ ଯେତେ ଡରୁଥିବା ଡର ଆସିକି ଆମକୁ ସେତେ ଅଧିକ ଡରେଇବ । ସେ ( ଡର ) ଭାବିବ ଆରେ ବାଃ.. ଏମାନେ ମୋତେ ଡରୁଛନ୍ତି । କେତେ ମଜା ଲାଗୁଛି । ମୁଁ ଆହୁରି ଡରେଇବି ସେମାନଙ୍କୁ ।
କିନ୍ତୁ ଥରେ ମାତ୍ର ତୁମେ ପରିସ୍ଥିତି ରୂପକ ଡର ଆଗରେ ଛାତି ଦେଖାଇ ସାହାସର ସହିତ ଠିଆ ହେଇଯାଅ, ଦେଖିବ ସେ ଦଶ ପାଦ ପଛକୁ ଫେରି ଯିବ । ପରେ ଭଗବାନ ବି କହିବେ କି ମୋ ସନ୍ତାନ ଗୋଟିଏ ପାଦ ଆଗକୁ ବଢ଼ିଛି ମୁଁ ତାକୁ ଦଶ ପାଦ ଆଗେଇ ନେବି । ତେବେ ଭାବିଲ ସେ ଡର କେତେ ପାଦ ପଛକୁ ଫେରିଯିବ ???
—————————————-
ସୁଭଦ୍ରା ପଟ୍ଟାୟତ, ଲଙ୍ଗଳେଶ୍ବର, ବାଲେଶ୍ବର
ବହୁତ ସୁନ୍ଦର ଲେଖା ଟିଏ।
ଭଲ ଲାଗିଲା।
ଅଶେଷ ଧନ୍ୟବାଦ ଜଣାଉଛି ସାର୍
Jibana ku jitibara mantra atti chamatkarita bhabe tume tuma lekhani muna re lekhi deicha…
Bandhu ra aanya nama- shakti, sahasa,sundara…..
Thank You So Much
Heart touching story bhala laguchi
Thank You…
ବହୁତ୍ ଭଲ ଲାଗିଲା ନାନି ଆଉ ହଁ ଏଇଟା ସତ କଥା ଡର କୁ ଆମେ ଯେତେ ଡରିବା ସେ ଆମକୁ ସେତେ ଦରେଇବ ତେଣୁ ଆମକୁ ସବୁ ସମସ୍ୟା କୁ ସାମ୍ନା କରିବାର ଅଛି ତାହେଲେ ଯାଇକି ଆମେ ଜୀବନ ରେ ଜିତି ପାରିବା ଶେଷ ରେ ପୁଣି କହିବି ନାନି ଆପଣଙ୍କ ଶବ୍ଦ ହୃଦୟସ୍ପର୍ଶୀ ଏବଂ ବହୁତ୍ ମିଠା ଆପଣ ଏମିତି ଲେଖି ଚାଲନ୍ତୁ ଭଗବାନ୍ ଆଉ ଆମେ ଆପଣଙ୍କ ସହିତ ଅଛୁ ପ୍ରତ୍ୟେକ ମୁହୂର୍ତ୍ତରେ
ବହୁତ ବହୁତ ଧନ୍ୟବାଦ ।
ବହୁତ ଭଲ l
ସୁଭଦ୍ରା ଆଗକୁ ଆହୁରି ନୀତି ବାଣୀ ଭଳି ଉପଦେଶ ଉପସ୍ଥାପନା କରନ୍ତୁ l
ଅଶେଷ ଧନ୍ୟବାଦ
Nice story Madam
Thank You….