ନନା ଗୋସେଇଁ ବ୍ୟଙ୍ଗ
*******************
ଯୁଗ ବଦଳିଛି (ଭାଗ -3)
###############
ହେଇ ଯୁଗ ବଦଳିଛି ସବୁ ବଦଳିଛି
ବଦଳିନି ଗଛ ଛାଇ,
ପୁରୁଣା ଯୁଗରେ ଯାହା ସବୁ ଥିଲା
ନୂଆ ଯୁଗେ ତାହା ନାହିଁ
କହୁଅଛି ନନା ଗୋସେଇଁ,
ଓଡ଼ିଆର ସ୍ୱର ଶୁଭିବନି ଆଉ
ଆମରି ଭୁଲ ପାଇଁ
ନାନୀ ଆମରି ଭୁଲ ପାଇଁ |1
ପୁରୁଣା ଯୁଗରେ ଚକ ଅଖ ନଖ
ପଢ଼ୁଥିଲୁ ଧ୍ୟାନ ଦେଇ,
ଅବଧାନ ମାଡ଼ ସିଲଟ ଖଡ଼ିର
ସେନେହ ସରାଗ ନେଇ,
କହୁଅଛି ନନା ଗୋସେଇଁ,
ମର୍ଡନ ଯୁଗରେ ଇଂରାଜୀ ଗାଉଛ
ମାତୃଭାଷା ଭୁଲି ଯାଇ
ନାନୀ ମାତୃଭାଷା ଭୁଲି ଯାଇ |2
ସୁନ୍ଦର ସକାଳ କାଉ ରାବ ଶୁଣି
ନିଦ ଭାଙ୍ଗୁ ଥିଲା ତହିଁ,
ପାପୁଲି କୁ ଘଷି ମୁଖେ ବୋଳିଦେଲେ
ମୁହଁତ ଚିକ୍କଣ ଦିଶଇ
କହୁଅଛି ନନା ଗୋସେଇଁ,
ଫେୟାର କ୍ରିମ ଲଗେଇ ଲଗେଇ
ବ୍ରଣରେ ଅବସ୍ଥା ନାହିଁ
ନାନୀ ବ୍ରଣରେ ଅବସ୍ଥା ନାହିଁ |3
କ୍ରମଶଃ……….
ଅନ୍ତର୍ଜାତୀୟ ଓଡ଼ିଆ ମାତୃଭାଷା ଦିବସ ରେ ଅଭିନନ୍ଦନ, ସବୁବେଳେ ଓଡ଼ିଆ କୁ ଆଦର କରନ୍ତୁ |
ଶ୍ରୀକାନ୍ତ ବେହେରା,