***** *ଭୀଷ୍ମ ପ୍ରତିଜ୍ଞା*(୨)*******
**************
ସୀମାଞ୍ଚଳ ପଣ୍ଡା
***********
ଶାନ୍ତନୁ ଶରୀର କ୍ଷୀଣ ହୁଏ ଧୀର,
ବ୍ୟର୍ଥ ହୁଏ ଉପଚାର,
ପଚାରନ୍ତି ପୁତ୍ର ବୀର ଦେବବ୍ରତ
ପିତାଙ୍କୁ ହୋଇ ଆତୁର।
କହନ୍ତି ଶାନ୍ତନୁ କଥା ଏକ ମନୁ
ଯାଏ ନାହିଁ ବାସେ ବନ୍ଧା,
କୈବର୍ତ୍ତକୁମାରୀ ସତ୍ୟବତୀନାରୀ
ମୋହ କରେ ମତ୍ସଗନ୍ଧା,
ସବୁ ଉପଚାର ହୁଅନ୍ତେ ବେକାର
ଖୋଜନ୍ତି ଉପାୟ ତା’ର,
ଶାନ୍ତନୁ ଶରୀର କ୍ଷୀଣ ହୁଏ ଧୀର
ବ୍ୟର୍ଥ ହୁଏ ଉପଚାର।
ଦାସରାଜାପାଶପୁଚ୍ଛି ହେଲେତୋଷ
ବିବାହ ପ୍ରସ୍ତାବ ଦେଇ,
ଆଶଙ୍କା ତାଙ୍କର କରିଦେଲେ ଦୂର
ଭୀଷଣ ଶପଥ ନେଇ!
ସିଏ ପରା ‘ଭୀଷ୍ମ’ ପଣ ବଳେ ଭଷ୍ମ
କରିପାରେ ଭୂମଣ୍ଡଳ,
ବିବାହ ନ କରି ଚିର ବ୍ରହ୍ମଚାରୀ
ରହନ୍ତି ଜୀବନ କାଳ,
ପ୍ରତିଜ୍ଞାରେତ୍ୟାଗ ରାଜପଣ ଭୋଗ
ସୁରକ୍ଷାର ନେଇ ଭାର,
ପଚାରନ୍ତି ପୁତ୍ର ବୀର ଦେବବ୍ରତ
ପିତାଙ୍କୁ ହୋଇ ଆତୁର।
ସତ୍ୟବତୀ ଜାତ ପୁତ୍ର ନାତି ସତ୍ୟ
ଭୀଷ୍ମ ବ୍ରତେ କଲେ ରାଜ,
ଭୀଷ୍ମଙ୍କ ବଚନ ନ ହୁଅଇ ଆନ
ପଣ ରଣ ଅତୁଳନ!
**********
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
**************