*ଗାନ୍ଧୀ ତୁମେ ବନିଯାଅ*
ଅମିତ୍ କୁମାର ସାହୁ
*********************
ତୁମ ଜନ୍ମ ଦିବସରେ
ମୁଁ’ ମୁଖରିତ,
ତୁମ ଅପେକ୍ଷାର କବିତାରେ
ମୁଁ’ ଗର୍ବିତ,
କିନ୍ତୁ, ବାସି ଜୟନ୍ତୀରେ
ମୁଁ’ ଜର୍ଜରିତ…
ତୁମ ଫେରିବାକୁ ନେଇ କବିତା
ତୁମ ଜୟ ଗାନର ସ୍ୱର
ତୁମ ଆଦର୍ଶର ଅଣ୍ଟା ଭିଡା ଶପଥ
ତୁମ ଘଡିରେ ନୂଆ ଘଡିର ବଜ୍ର ଭାଷଣ
କିନ୍ତୁ ଦୁଇ ତାରିଖ ପରେ ସବୁକିଛି ଶୋଷଣ,
ତୁମେ ଫେରିବାର ନାରା ବାଜି
ଗାନ୍ଧୀ ତୁମେ ଫେରିବକି!, ଫେରିଆସ
ଭଳି ଭେଳିକି, ଉଚ୍ଚ ସ୍ୱର,ଭାଷଣ
କବିତା, ପ୍ରବନ୍ଧ, ଗଳ୍ପ, ତର୍କର ଉଚ୍ଚାରଣ
କିନ୍ତୁ ଦିନଟି ପରେ ଭସ୍ମୀଭୂତ
ଯେମିତି ବାରୁଦ ଭର୍ତ୍ତି କାଗଜ ବାଣ,
ଗଢିବାକୁ ତୁମ ସ୍ବପ୍ନର ସହର
ତୁମେ ଫେରିବନି’ ଜାଣେ ଏ ସଂସାର,
ସେଥିପାଇଁ ବୋଧେ ଗୋଟିଏ ଦିନ ହିଁ କରେ
ତୁମେ ଫେରିଆସ ବୋଲି ମିଛ ପ୍ରହସନ,
ସତରେ ଚାହେଁନି ତୁମ ଫେରିବାର ସନ୍ଧାନ..
ସେ ଚାହିଁଥିଲେ ଗାନ୍ଧୀ ତୁମେ ଫେରିଆସ ବଦଳେ
ଗାନ୍ଧୀ ତୁମେ ବନିଯାଅର ଶୁଭିଥାନ୍ତା ଧ୍ୱନି,
ବଦଳିବା ବଦଳାଇବାର ଉଠିଥାନ୍ତା ଆହ୍ୱାନ
ଅପେକ୍ଷା ରଖନ୍ତାନି ତୁମ ଫେରିବାର ବାଟ
ଗଢ଼ି ଚାଲିଥାନ୍ତା ଅହିଂସାର ହାଟ,
ବିକ୍ରି କରିଥାନ୍ତା ତୁମ ଆଦର୍ଶ, ସଂସ୍କାରର ପେଢ଼ି
ପୂର୍ଣ୍ଣ କରିଥାନ୍ତା ତୁମ ସ୍ବପ୍ନର ସାମ୍ରାଜ୍ୟ..
କିନ୍ତୁ ନା’ ସେ ଚାହେଁନି
ସେଥିପାଇଁ ତ ତୁମ ଜୟନ୍ତୀରେ କେତେ ପ୍ରହସନ,
ହେ କବି, ଗାଳ୍ପିକ, ଭାବୁକ, ବକ୍ତା, ଶ୍ରୋତା, ଜନତା
ଆଉ କେତେ ଦିନ!!!
ଏବେ ସମୟ ଶିଖିବାର ଆଉ ଶିଖେଇବାର..
ଗାନ୍ଧୀ ଫେରି ଆସର ସ୍ୱର ବଦଳାଇ
“ଗାନ୍ଧୀ ତୁମେ ବନିଯାଅ” ଆହ୍ୱାନକୁ ସ୍ୱୀକାର…
*****************
*ଅମିତ୍ କୁମାର୍ ସାହୁ
Thanks a lot for the post.Really looking forward to read more. Awesome.
It can be practically not possible to see well-educated americans on this content, still you come across as like you be aware of what you’re revealing! Gratitude
bactrim ds medication
apartments in camden nj luxor apartments the mason apartments
I can relate as someone who works in the accounting department.
I quite like looking through a post that will make men and women think. Also, thanks for permitting me to comment!