ତେବେ କିଆଁ ତୁମେ
*************
ଜିତେନ୍ଦ୍ର ଗିରି
**************
ଲୁପ୍ତ ପ୍ରାୟ ଆଜି ସୁସ୍ଥ ମାନସିକତା
ଚିର ସୁପ୍ତବସ୍ତା ପୁଣି ମାନବିକତା
ତେବେ କିଆଁ ତୁମେ ଚେଇଁ ଶୋଇ ଅଛ
କଣ ଶୁଣିବାକୁ ନିଜ ଅପାରଗତା?
ବୀର ପ୍ରସବିନୀ ଉତ୍କଳ ସନ୍ତାନ
ନିଜ ମୁଖେ ପରା ନିଜେ କହୁଛ
ତେବେ କିଆଁ ତୁମେ ନିରବି ଯାଉଛ
କଣ ଦାଦନ ପାଇଁକି ମନ ବଳାଇଛ?
ଜଗନ୍ନାଥ ଦେଶେ ଜନମ ପାଇଛ
ପୁଣି ଜୟ ଜଗନ୍ନାଥ ବୋଲି କହୁଛ
ତେବେ କିଆଁ ତୁମେ ଏତେ ଭୟଭୀତ
କଣ ଭାଇନା ଜଗା କୁ ମଣିଷ ଭାବୁଛ?
ଆଜି ମଲେ ପରା କାଲି କି ଦି ଦିନ
ଏ କଥାକୁ ବି ନିଜ ମନେ ହେଜିଛ
ତେବେ କିଆଁ ତୁମ ଏତେ ଅହଂକାର
କଣ ପତନ ର ବାଟ ଖୋଜି ବୁଲୁଛ?
ହରିନାମ ପରା କଳି ଯୁଗେ ସାର
ତୁମ କର୍ଣ୍ଣ ଉଠିଲା ଠୁ ଶୁଣି ଆସୁଛ
ତେବେ କିଆଁ କୁହ ତୁମେ ଏକା ବଡ଼
କଣ ନିଜକୁ ରାବଣ ବୋଲି ଭାବୁଛ?
*******************
ଜିତେନ୍ଦ୍ର ଗିରି