¶¶¶ ରାଜପଥ ¶¶¶
ରାଜପଥ କେବେ ପଚାରି ବୁଝେନା
ପଥିକ ଠିକଣା କଥା
ସେ କାହୁଁ ବୁଝିବ ବାଟବଣା ମନ
ହୁଏ କେତେ ଆନମନା
ବୈଶାଖ ର ଝାଞ୍ଜି,ଆଷାଢ଼ର ବର୍ଷା
ମାଘର ଵାଘୁଆ ଶୀତ
ଥରାଇ ପାରିନି ଫଗୁଣ ର ଫଗୁ
ଚୋରା ଚଇତାଳି ଵାଆ
ବର୍ଷ, ମାସ ,ଦିନ କେତେ ଯେ ବିତିଛି
ଚାହିଁନି ସେ କେବେ ବିରାମ ଟିକେ
କହିନି କା’ ଆଗେ ତା ଦେହ ଦରଜ
ଛାତି ତଳେ ଲୁଚା ଗହନ କଥା
ହାତ ପାତି କେବେ ମାଗିନି କାହାକୁ
ଆଶିଷ ର ଭିକ୍ଷା ଥାଳ
କର୍ମ କୁ ତାହାର କରି ନିଜ ଗୁରୁ
ରାଜପଥ ସେ ଅଟଳ
ନିରଵେ ସଭିଙ୍କୁ ଡାକେ ହାତ ଠାରି
ମେଲାଇ ଦେଇ ତା ଛାତି
ଏ ପାଖେ ଜୀବନ ସେପାଖେ ମରଣ
ତଥାପି କାହିଁକି ଦୋଷ ତୁ ଦେଉ
ସୁନିତାସୋନି ବାରିକ
ଦକ୍ଷିଣକାଳୀରୋଡ଼,ଢେଙ୍କାନାଳ
Sunitasoni Barik
Dakhinakali Road
Dhenkanal
293 total views, 1 views today
Hey There, ce fai maci ?