ଶୀର୍ଷକ- ରାଜପଥ
ଜୀବନର ରାଜପଥେ ପଥିକ ମୁଁ ଏକା
କିଏ ଜାଣେ କେବେ ତୁମ ସହ ହେବ ଦେଖା।
ଇଚ୍ଛା ହୁଏ ବେଳେବେଳେ ହେବା ପାଇଁ ବାଟବଣା
କାଳେ ଦେଖା ହୋଇଯିବ ଏକ ପଥିକ ଅଜଣା।
ଘଟିଚାଲେ କେତେ ଘଟଣା ଆଉ ଦୁର୍ଘଟଣା
କେବେ ମୁଁ ଆହତ ପୁଣି କେବେ ମର୍ମାହତ।।
ରାଜପଥ କଡର ଛୋଟ କୁଡ଼ିଆ ଟି ହୋଇ
ନୂତନ ପଥିକ ଟି ପାଇଁ ମୁଁ ରହିଛି ଚାହିଁ।
ଉଠାଣି ଗଡାଣି ପୁଣି କେବେ ମୋଡ଼ ଆସେ
ଚାଲିବା ଯେ କେତେ କଷ୍ଟ ପଥିକ ଟେ ଜାଣେ।।
ଚାଲୁ ଚାଲୁ ପଥିକ ଟି ଯାଏ ଯେବେ ଥକି
ଆଗାମୀ ଆଶାରେ ଚାଲେ ନ ଅଟକି।
ସାକ୍ଷୀ ରହିଛି ସେ ରହିଥିବ ସାକ୍ଷୀ
ନୂତନ ପୁରାତନ କୁ ସବୁ ସେ ଦେଖିଛି।
ପଡ଼ିରହିଛି ସେ ଭାଗ୍ୟ କୁ ଆଦରି
ଭାଗ୍ୟବାଦୀ ମଣିଷ ଯାଉଛି ଯେ ଚାଲି।।
Name- Sagarika Sahoo
ଯାଜପୁର
303 total views, 1 views today
Hey There, ce fai maci ?