🌳
ବିଷୟ :- “ଜଙ୍ଗଲ ସେତ ପ୍ରକୃତି କନ୍ୟା”
©ଶାରଙ୍ଗ ଧର ସାହୁ
ପ୍ରକୃତି କୋଳରେ ଜନମି ଧରାରେ
ଅନେକ ଯାତନା ଶହେ ,
ପ୍ରତିଉତ୍ତର କେବେ ଦେଇନି କାହାକୁ
ସହିକି ନିରବ ରହେ ।।
ଏ ନର ରାକ୍ଷସ କରେ ସର୍ବନାଶ
ନିଜର ବିଳାସ ପାଇଁ ,
କାଟିଣ ଜଙ୍ଗଲ କରେ କଲବଲ
ଜୀବଜନ୍ତୁ ପ୍ରାଣ ନେଇ ।।
କେତେକ ଅସୁର ବସ୍ତ୍ର ପୋଡି ତାର
ଦିଅନ୍ତି ଉଲଗ୍ନ କରି ,
ଲଜ୍ୟାରେ ସର୍ବାଙ୍ଗ ଲୁଚାଇ ଦିଏସେ
ଦେହରେ ପାଉଁଶ ବୋଳି ।।
ନିରୋଳାରେ ବସି ଶୁଣିବ ଯାଇକି
ନିଶାରେ ଜଙ୍ଗଲ ତୀରେ ,
ବାହୁନି ବାହୁନି କାନ୍ଦୁଛି ଶୁଣିବ
କେତେ ଦୁଃଖ ବ୍ୟାକୁଳରେ ।।
ହା ହା କାର ଖେଳି ଯାଏ ସେ ଜଙ୍ଗଲେ
ଜୀବ ଜନ୍ତୁ ଲୁହେ ବନ୍ୟା ,
ବୁଝିଯା ବୁଝିଯା ମଣିଷ ଏ କଥା
ଜଙ୍ଗଲ ପ୍ରକୃତି କନ୍ୟା ।।
ଗ୍ରୀଷ୍ମ ବର୍ଷା ଶୀତ ହେମନ୍ତ ଶରତ
ବସନ୍ତେ ସଜେଇ ହୁଏ ,
ନାନା ରଙ୍ଗ ସିଏ ସାଜ ସଜା ହୁଏ
ଫୁଲେଇ କନିଆଁ ଟିଏ ।।
ଜଗତରେ ଶାନ୍ତି ରହୁ ବୋଲି ସଦା
ଗରଳ କରୁଛି ପାନ ,
ତଥାପି ଖୁସିରେ ଜଗତ ହିତରେ
ସର୍ବାଙ୍ଗ କରିଛି ଦାନ ।।
~~~||||~~~
ନାମ :- ଶାରଙ୍ଗ ଧର ସାହୁ
ବାର୍ଷିଙ୍ଗା ହିନ୍ଦୋଳ,ଢେଙ୍କାନାଳ
ଭ୍ରାମ୍ୟଭାଷା :-୯୯୩୭୦୬୫୫୧୯
1,077 total views, 1 views today