🌱🌱ଜଙ୍ଗଲ ସେତ ପ୍ରକୃତି କନ୍ଯା 🌱🌱
🌴🌴🌴🌴🌴🌴🌴🌴🌴🌴🌴
ସାରା ପୃଥିବୀରେ ଘର ଯେ ତାହାର
ଜଙ୍ଗଲ ତାହାର ନାଆଁ
ପ୍ରକୃତି କୋଳରେ ଜନମ ନେଇଛି
ଅପରୂପା ସେ ଅନନ୍ୟା।
ସବୁଜ ରଙ୍ଗରେ ଢାଙ୍କିଛି ଦେହକୁ
ନୀଳରଙ୍ଗୀ ସେଇ ନିରିମାଖି
ନିଜ ପାଖେ କେତେ ଦ୍ରବ୍ଯ ସାଇତିଛି
ସବୁ ମନୁଷ୍ଯ ସ୍ବାର୍ଥ ପାଇଁକି।
ପ୍ରକୃତି କନ୍ଯା ସେ ରୂପ ଅନୁପମା
ହୁର୍-ଦୟ ତାର ଉଦାର
ଜନହିତ ପାଇଁ ସାଜିଛି ଜନନୀ
ଦେଇ ସର୍ବ ସମ୍ପଦକୁ ତାର।
ଶରୀରଟି ତାର ଭାରି ମନୋହର
ଫୁଲ ଫଳ ସମ୍ଭାରରେ
ପୁଣି ଝୁଣା,ଲାଖ, ଜାଳ ଔଷଧରେ
(ତାର) କୋଳ ବିମଣ୍ଡିତ କରେ।
ପ୍ରକୃତିର ଦାନ ସେ ଅମୂଲ୍ଯ ରତ୍ନ
ତ୍ୟାଗ ଯେ ତା’ର ମହାନ
କରିଛି ଆମର ଜୀବନ ସଞ୍ଚାର
ଦେଇ ତା’ର ଅମ୍ଲଜାନ।
ଦୁର୍ମୂଲ୍ୟ ବନ୍ଧୁ ସେ ଦୁର୍ଲ୍ଲଭ ଜୀବନେ
କେହି ନାହିଁ ତାର ସରି
ଶପଥ କରିବା ଏକାଠି ହୋଇଣ
(ତାକୁ) ସାଇତିବା ଯତ୍ନ କରି।
ଚିନ୍ମୟୀ ହୋତା
କଟକ
1,098 total views, 1 views today