🙏“ସନ୍ତାନ ପାଇଁ ମାଆ”🙏
ମାଆ ତ ମାଆ ସବୁଠାରୁ ବଡ଼,ମାଆ ନଥିଲେ ନାଁ ନାହିଁ ବାଲି କଥାରେ ଅଛି।ମାଆ ଯଦି ପାଖରେ ଅଛି ମନ୍ଦିର ଯିବାକୁ ପଡେନି।ଆଉ ସେ ବା କାହିଁକି ମିଛ କହିବ ଯଦି ମାଛ କହିଥାଏ,ହେଲେ କୌଣସି ଅସୁବିଧା ର ଶିକାର ହୋଇ କହି ଦେଇ ଥିବ। ହଁ ସେତିକି ନୁହେଁ ସେ ତା ସନ୍ତାନ ପାଇଁ କିଛି ମଙ୍ଗଳ କାମନା ପାଇଁ ମଧ୍ୟ ଏ ନାଟକ ରଚାଇ ପାରେ।ହେଲେ କଣ ହୋଇଛି ଏ ପରିବାରରେ କେମିତି ଗୋଟାଏ ମାଆ ମିଛ କହିଲା ଆଉ କାହିଁକି କହିଲା ?
ମୁନା ଓ ସୁନା ଦୁଇ ଭାଇ, ଭଉଣୀ ବାପା ଇହଧାମ ତ୍ୟାଗି ସାରିଛନ୍ତି କେବଳ ମାଆ ଟି ପାଖରେ ଅଛି ।ମାଆ କିଛି ନା କିଛି କାମ ଧନ୍ଦାରେ କଠିନ ପରିଶ୍ରମ କରି ପରିବାର ଚଳାଉଥାଏ।ପିଲା ଦୂହେଁ ଭାଇ ଦଶ ବର୍ଷ ହେଲେ ଭଉଣୀ ନଅ ବର୍ଷର।ଲକ୍ ଡାଉନ୍ ସମୟର କାହାଣୀ ସବୁଆଡେ ତାଲା ଜାମ୍ କର୍ମଶାଳା ମାନ ବନ୍ଦ୍ ରହିଛି ଏଣେ ଘରେ ଖାଇବାକୁ କ’ଣ କିଛି ପଡ଼ିଥିଲା ଡବାରେ ଆଉ ଡାଲି ଅଳ୍ପ ସେଇ ଦିନ ମାଆଟି ଖେଚୁଡ଼ି ରାନ୍ଧିଛି।ପ୍ରଥମେ ସୁନା କହେ ଆଲୋ ବୋଉ ଭାରି ଭୋକ ଲାଗିଲାଣି ମୋତେ ଖାଇବାକୁ କ’ଣ ଦଉନୁ।ବୋଉ ହଁ ଝିଅ କହି କିଛି ଦେଲା ସେ ଖାଇ ସାରିବା ପରେ ମାଆକୁ କହିଲା ମାଆ ମୁଁ ଖାଇବୁନି କି ?ମାଆ ହଁ ତୁ ସୋଇପଡେ଼ ମୁଁ ଭାଇ ଆସିଲେ ଖାଇବି କୁଆଡେ ଯାଇଛି ଏ ଲକ୍ ଡାଉନ୍ ସମୟରେ ଯେ କେତେବେଳେ ଫେରିବ କେଜାଣି।ହେଲେ ଝିଅଟି ଚେଇଁ ହୋଇଥାଏ । କିଛି ସମୟ ପରେ ଦେଖେ ଯେ ତା ମାଆ କୁ ନିଦ ହୋଇ ଯାଇଛି ।ସେ ରୋଷେଇ ଘରକୁ ଯାଇ ଦେଖେ ହାଣ୍ଡିରେ ଆଉ ଅଳ୍ପ ଖେଚୁଡ଼ି ଅଛି ପୁଣି ମାଆ ଖାଇ ନାହିଁ କେବଳ ଭାଇ ପାଇଁ ଯଥେଷ୍ଟ ଭାରି ମନ ଦୁଃଖରେ ଆସି ସୋଇ ପଡେ ଆଖିରୁ ଟିକେ ଲୁହ ଗଡ଼ାଇ ଭାବୁଥାଏ ଏ ଲକ୍ ଡାଉନ୍ କେବେ ଖୋଲିବ ? କିଛି ସମୟ ଅନ୍ତେ ମୁନା ଟିକେ ଦୂରରୁ ବୋଉ …ବୋଉ..ଡାକି ଘରକୁ ଆସିଲା ଆଉ କହେ ବୋଉ ମତେ ଭୋଗ ଲାଗିଲାଣି କ’ଣ ବନେଇଛୁ ।ବୋଉ କହେ ଆଜି ସବୁଠାରୁ ସ୍ବାଦିଷ୍ଟ ଖାଦ୍ୟ ଖେଚୁଡ଼ି ବନେଇଛି ରହ ଦଉଛି।ବଢିଆ ଲାଗୁଛି ସୁନା ଆଉ ମୁଁ ଖାଇ ସାରିଛୁ ମୁନା ହଉ ଦେଲୁ ମତେ ମୁଁ ଖାଇ ଦିଏ ମୋ ବୋଉ ହାତ ରନ୍ଧା କୋଉଠି ନଥିବ,ଅମୃତ ପରି ଲାଗୁଛି ଲୋ ବୋଉ ସେତିକି ବେଳେ ମାଆର ଆତ୍ମା କାନ୍ଦୁଥାଏ। କିଛି କହିପାରୁ ନଥିଲା ମାଆ।ମୁନା ଖାଇ ବସିଲା ମାଆ କାନି ପଣତରେ ବିଞ୍ଝି ପୁଅକୁ ବିଞ୍ଝି ଦେଉଥାଏ। ଠିକ୍ ସେତିକି ବେଳେ ସୁନା ଉଠିଲା ଆଉ ତା ବୋଉ ଆଡ଼କୁ ଯାଇ ବୋଉର କୋଳରେ ବସି ପଡ଼ିଲା ।ଆଉ ଭାଇକୁ କହେ ଭାଇ ଖେଚୁଡ଼ି କେମିତି ଲାଗୁଛି ?ଭାଇ ଭାରି ଭଲ ଲାଗୁଛି ସୁନା ତୁ ଖାଇନୁ କି ? ହଁ ଖାଇଛି ହେଲେ ବୋଉ ଖାଇବାର ମୁଁ ଦେଖିନି ରହ ବୋଉ ମୁଁ ଆଜି ତୋ ପାଇଁ ବାଢିଦେବି କହି ଖାଲି ହାଣ୍ଡି ଆଣି ଭାଇ ପାଖେ ରଖି ଦେଲା ତାପରେ ମୁନାର ହାତ ଆଉ ଓଠରେ ଲାଗିଲାନି ବିକଳରେ ତିନି ଜଣ ଜଣେ ଆଉ ଜଣକର ମୁହକୁ ଦେଖି ଧାର ଧାର କରି ଲୁହକୁ ବୁହାଇ ଦେଲେ କିଛି କ୍ଷଣ ପରେ ମୁନା କହେ ବୋଉ ଲୋ ତୋପରି ମାଆ ସବୁ ଜନ୍ମରେ ମୋତେ ମିଳୁ ହେଲେ ବୋଉ ତୁ ଆମକୁ କେବେ ମିଛ କହି ନଥିଲୁ ହେଲେ ଆଜି କାହିଁକି କହିଲୁ ବୋଉ ?ତୋ ସନ୍ତାନ ବୋଲି ନିଜ ପେଟରେ ପଛେ ଓଦା କପଡା ଆମ ପାଇଁ ଦାନା ଖଞ୍ଜି ଦେଲୁ ହେଲେ ବି ଟିକେ ତୋ ମନ ଦୁଃଖରେ ନାହିଁ ଆମ ପାଇଁ କେବଳ ହସି ଦେଉଛୁ।ହେଲେ ଏ ଅଭାବରୁ ଆଜି ମିଛ କହିଲୁ ମାଆ।ଏ କଥା ଜାଣିଲା ପରେ କୋଉ ସନ୍ତାନ ମାନଙ୍କ ମୁଖରେ ଖୁସିରେ ଦାନା ଯିବ କହିଲୁ ବୋଉ,ସବୁ ଦୁଃଖ କୁ ସବୁ ସୁଖକୁ ବାଣ୍ଟିକୁଣ୍ଟି ନେଲେ ଭଲ ହେବ ବୋଉ। ସେମିତି ଏ ଖାଇବା ଆମେ ମିଳିମିଶି ଖାଇ ଦେବା। ତାପରେ…….
ଭଗବାନଙ୍କ କେଉଁ ଲିଳା ଖେଳା କ’ଣ ରହସ୍ୟ ରହିଥିଲା ସେ ପରିବାରରେ କେମିତି ଅଭାବକୁ ଦୁରେଇ ଥିବେ ସେ ମାଆ,ଓ ଦୁଇ ଭାଇ, ଭଉଣୀ ????
ଏମିତି ଦୁଃଖ କେଉଁ ପରିବାର କୁ ନ ଦିଅନ୍ତୁ ଭଗବାନ।
****************
ତପନ କୁମାର ସ୍ୱାଇଁ ✍️