ଶୀର୍ଷକ :- ଏକ କପ୍ କଫି
ଦିନର ଅୟମାରମ୍ଭେ ପ୍ରଭାତର ଅଙ୍କୁରଣରେ
ଖୋଜା ପଡେ ମାତ୍ର ଏକ କପ୍ କଫି
ନାଲି ନାଲି ନରମ ଓଠକୁ ଗରମ ଗରମ କଫି
ସତେ ଯେପରି ପ୍ରେମୀ ଯୁଗଳଙ୍କ ସମ୍ପର୍କ
କଫି ସାଥେ ଖବର କାଗଜ ପଢ଼ିବାର ମଜା ନିଆରା
କଫି ସପ୍ ରେ ପ୍ରେମୀ ସାଥେ ବନ୍ଧୁ ସାଥେ
କଫି ଭାଗକରି ପିଇବାର ମଜା ବି ନିଆରା ।
ଘୋଡାଶାଳରୁ ମନ୍ତ୍ରୀଙ୍କ ଚାମ୍ବର ପର୍ଯ୍ୟନ୍ତ
କଫି ଆଭିଜାତ୍ୟର କୋଳାହଳ ସହରରୁ ଗାଁ ଲୋକଙ୍କର ଆଦର
ଓଜନ ମନକୁ ହାଲୁକା କରିବାର ସାଥି
ସନ୍ଧ୍ୟା ସମୟେ ଶରୀରକୁ ସତେଜ କରିବାର ଚେଷ୍ଟା
ଯାହା ଦିନେ କେବଳ ଧନୀକ ବର୍ଗର ଲୋକଙ୍କ ପାଇଁ ଉପଯୋଗ୍ୟ ଥିଲା
ତାହା ଆଜି ସଭିଙ୍କ ଅତି ଆପଣର
ସ୍ୱାଭିମାନ ଓ ଭଦ୍ରାମିର ନିଶା ଏ
ଗାଁ ତୁଠରୁ ବଜାର ଛକ ଅଫିସ୍ ପର୍ଯ୍ୟନ୍ତ ଆଦର ।
ମନସ୍ଵିନୀ ମିଶ୍ର