ଏକତା ଦମ୍ଭ
———‐——
ଉତ୍କଳ ତୋର ନାଁ ଟି ,,,,,,,
ଏଇ ପବନ କୁ ନିଶ୍ଵାସରେ ଭରି
ଆଗେଇ ଚାଲୁ ଆମେ ଜୀବନ ଧରି
ତୋ ମାଟି ଜନମା ଖାଦ୍ୟ ଶସ୍ୟ ରେ
ଭରି ଯାଏ ପେଟ ଭୋକ ଆତୁରେ
ତୋ ବକ୍ଷ ବିଦରା ସ୍ନେହ ଜଳ ରେ
ଶୁଷ୍କ ଓଷ୍ଠ ରେ ଭରୁ ତୁ ସଜ ଓଦା
ଉତ୍କଳ ତୋର ନାଁ ଟି lllll
କେତେ ବୀର ପୁରୁଷ ଙ୍କ ଜନମ ଏଠି
ଦେଇଛି ଶକତି ତାଙ୍କୁ ତୋହରି ମାଟି
ସେଇ ମାଟିର ଅଲିଭା ଇତିହାସର ପୋଥି
ଜୀବନ କୁ ଦିଏ ଶିକ୍ଷା ର ଜ୍ୱଳନ୍ତ ବତୀ
ସେଇ ସୂର୍ଯ୍ୟ ଆଲୋକ ର ଅଦୃଶ୍ୟ ଶକ୍ତି
ତୋ ଦେହେ ପଡିଲେ କରୁ ସଭିଙ୍କୁ ଶାନ୍ତି
ଉତ୍କଳ ତୋର ନା ଟି ….lll
ସେଇ ମାଟି ସୁଗନ୍ଧ ରେ ଭରିଛି ମମତା
ସବୁ ରକ୍ତେ ବିନ୍ଦୁ ରେ ତୋର ଗୁଣବତ୍ତା ର ଆତ୍ମୀୟତା
ତୋ କୋଳ ରେ ଜନମି ଧନ୍ୟ ଆମେ ଆଜି
ବଦଳାଇ ପାରିବ କିଏ ଆମ ଜନମ ମାଟି
ଏକତା କୁ ବାନ୍ଧି ସତ୍ୟ ର ପଥେ
ଉଡ଼ାଇ ଥାଉ ତୁ ଶାନ୍ତିର ଧ୍ବଜା
ଉତ୍କଳ ତୋର ନାଁଆଟି l
ସବିତା ପଟ୍ଟନାୟକ
କେଉଁଝର