ମାଆଗୋ ବିରଜା
***********
ଶକ୍ତିଦା ବିଷୋୟୀ
************
ମାଆଗୋ ବିରଜା ଉଡଇ ତୋ ଧ୍ବଜା
ବୈତରଣୀ ତିରେ ବାସ
ଜଗତ ଜନନୀ ଘେନମୋ ଦଇନି
ଦିଅ ମା କୃପା ଆଶିଷ ।।
ତୋର ରୂପ କାନ୍ତି ଭକ୍ତ ଜନ ଆସି
ନେତ୍ର ପୁରାଇ ଦର୍ଶନ
କେତେ ଯେ ଗୁହାରି ମନେ ସୁମରନ୍ତି କର କାମନା ପୂରଣ।।
ଡାକି ଦେଉ ଦେଉ କର୍ଣ୍ଣେ ଶୁଣି ଥାଉ
ଦୁଃଖ କଷ୍ଟ ମାଗୋ ଫେଡ
ଆଶିଷ ର ବାରି ଲଗାଇ ତୋ ଡୋରି
ଦରଶନେ ଲାଗେ ଭିଡ ।।
ମହିମା ପ୍ରତ୍ୟକ୍ଷ ପାପ ତାପ ମୋକ୍ଷ
ଉଡୁ ଅଛି ତୋର କିର୍ତ୍ତି
ତୁମ ଦରଶନ ପବିତ୍ର ନୟନ
ଅପରୂପ ତବ ମୂର୍ତ୍ତି ।।
ଦେଉଳ ବେଢାରେ ନିତି ବୁଲିବାରେ
ବଳୁ ଅଛି ମନ ମୋର
ଧୂପ ଦୀପ ଜାଳି ଦର୍ଶନ କରିବି
ଚଢାଇ ବେଲ ପତର ।।
କି ପବିତ୍ର କ୍ଷେତ୍ର ସହସ୍ର ଇଶ୍ଵର
ହରି ହର ଙ୍କ ଦର୍ଶନ
ପ୍ରଭାତ ରେ ସଞ୍ଜେ ତବ ନାମ ଭଜେ
ଗୟା କ୍ଷେତ୍ର ଯାର ନାମ ।।
ତୋ ପାଦେ ଶରଣ କୋଟି କୋଟି ନମ
ବନ୍ଦୁଛି ତବ ପୟର
ଲେଖନି ଚାଳନା ବିଶୁଦ୍ଧ ଭାବନା
ଚିନ୍ତେ ଶାନ୍ତି ଜଗତର।।
*************
ସୋରଡ଼ା ,ଗଞ୍ଜାମ