ଅନୁଭୂତି ରେ ଶ୍ରୀ ଜଗନ୍ନାଥ କୃପା
🙏🙏🙏🙏🙏🙏🙏🙏

ଜୀବନରରେ ଘଟିଥିବା ଅନୁଭବ ର ଅନୁଭୂତି କୁ ଗଳ୍ପ ମାଧ୍ୟମରେ ଉପସ୍ଥାପନା କରୁଛି ।୨୦୧୪ସାଲର କଥା,ଚାନ୍ଦ୍ରାୟଣ ବ୍ରତ କରିବା ପାଇଁ ଘରୁ ବାହାରିଲି।ବ୍ରତ କରିବାକୁ ଆଗ୍ରା ନିକଟସ୍ଥ ଆମଲଖେଡା ଗାୟତ୍ରୀ ଶକ୍ତି ପୀଠ ଜିବିକୁପଡ଼ିବ ଓ ମାସେ ଆଠ ଦିନ ଲାଗିବ ।।କଠିନ ବ୍ରତ ଓ ଏତେ ଦିନ ଘର ଛାଡ଼ି ରହିବା ସମସ୍ତ ଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ମୋତେ କେହି ସାଙ୍ଗ ମିଳିଲେ ନାହିଁ! ମୋ ସ୍ବାମୀ ମଧ୍ୟ ତାଙ୍କ ରି କର୍ମ ଛାଡ଼ି ଯିବାକୁ ରାଜି ହେଲେ ନାହିଁ।
ମୁଁ ଏକା ଏକା ବାହାରିଲି । ପୁରୀ ଜଗନ୍ନାଥ ଦର୍ଶନ କରି ରାତି ନିଳାଞ୍ଚଳ
ଏକ୍ସପ୍ରେସ ଟ୍ରେନ ରେ ଆଗ୍ରା ଯିବି !
ପୁରୀ ଯିବା ଟ୍ରେନ୍ ରେ ଦୁଇଟି ପରିବାର ସାଙ୍ଗ ହୋଇ ଗଲେ ।ମୋ ବ୍ୟାଗ ଧରି ଦେଲେ ବହୁତ ସାହାଯ୍ୟ କଲେ । ପୁରୀ ପହଞ୍ଚି ଲା ବେଳେ ରାତି ଦଶଟା ବାଜିଲାଣି । ଆମେ ସିଧା ମନ୍ଦିର କୁ ଯାଇ ଦର୍ଶନ କଲୁ ।
କେଉଁ ଠାରେ ରହିବାର ବ୍ୟବସ୍ଥା ନଥିଲା । ସାମାନ୍ୟ ଜଳଖିଆ କିଣି ଖାଇ ଦେଲୁ । ବଡ଼ ଦାଣ୍ଡରେ ବହୁତ ଲୋକ ଶୋଇ ଥିଲେ । ମୁଁ ଭାବି ନଥିଲି ଏମିତି ଦିନେ ବଡ଼ ଦାଣ୍ଡରେ ଗଡିବି ବୋଲି ମୋତେ ବହୁତ ଖୁସି ଲାଗିଲା । ବେଡ୍ ସିଡ ପାରିଦେଇ ବଡ଼ ଦାଣ୍ଡରେ ଗଡ଼ି ପଡ଼ିଲୁ । ବଡ଼ଦାଣ୍ଡ ରେଣୁ ରେ ଗଢ଼ିବା ସୈାଭାଗ୍ୟ ମିଳିଲା ଭାବୁଥିଲି ।କଥା ହୋଇ ବହୁତ ରାତି ହୋଇଗଲା,ଅଳ୍ପ ସମୟ ଶୋଇ ତିନିଟାରୁ ଉଠି ଶୈଚାଳୟ ଯାଇ ନରେନ୍ଦ୍ର ପୋଖରୀ ରେ ସ୍ନାନସାରି ଜଗନ୍ନାଥ ଙ୍କଆଳତୀ ଦର୍ଶନ କଲୁ ।ଗୀତ ଗୋବିନ୍ଦ ତାଳ ମୃଦଙ୍ଗ ନିନାଦିତ ହେଉ ଥାଏ ।ହିଆପୁଲକି ଉଠୁଥାଏ ଆଖିରୁ ଲୁହ ଧାର ଧାର ଲୁହ ଭାବରେ ବିଗଳିତ ହେଉଥାଏ । ଭାବୁଥାଏ ପତିତ ମାନଙ୍କୁ ଉଦ୍ଧାର କର । ସେହିଦିନ ବଡ଼ ଏକାଦଶୀ।ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇ ତାଙ୍କରି ପଖରେ ନିଜକୁ
ହଜାଇ ଦେଇ ଥାଏ ।
ମନ୍ଦିରର ଦକ୍ଷିଣ ଦ୍ଵାର ପଟେ ଚାରିପାଟିଆ ଲମ୍ବାପଥରଟିଏପଡିଛି ।
।ଆମଭିତରୁ ଜଣେଭଉଣୀସେପଟେରହି ସୁଣିଲେ
ମୁଁ ଗୋଟେ ପଟେ ରହି କହୁଥିଲି ।।ଏତିକି ବେଳେ ମାଙ୍କଡ଼ ଆସି ଭଉଣୀ ଙ୍କୁ ଝିକା ରମ୍ପା କଲେ ।ଏମିତି ତା’ର ସ୍ବାମୀ ମଧ୍ୟ ଦେଖୁଛି କେହି କିଛି କରୁ ନାହାଁନ୍ତି 🐒 ମାଙ୍କଡ ଆସି ରାମ୍ପି ଦେବଭାବି । ସମସ୍ତେ ଚାହୁଁ ଥିଲେ, ମୁଁ ଦେଖି ଆଶ୍ଚର୍ଯ୍ୟ ହୋଇ ପାଟି କରି ମାଙ୍କଡ ଘଉଡାଇ ବାରେ ଚେଷ୍ଟା କଲି । ମାଙ୍କଡ ମାନେ ମୋ ପିଠିକୁ ରାମ୍ପି କାମୁଡି ପକାଇଲେ ଲୁଗା ଚିରି ଦେଲେ ।ପିଠି ରେ କ୍ଷତ ହୋଇ ରକ୍ତ ବାହାରିଲା । ମୁକ୍ତିମଣ୍ଡପ ରେ ସେହି କଥା ଚର୍ଚ୍ଚା ହେଲା । ସେକଥା ସୁଣୀମୋତେ ଲାଗିଲା ଯାହା ହେଉ ମୋତେ ମାଙ୍କଡ କାମୁଡିବାରୁ ମୁକ୍ତିମଣ୍ଡପ ରେ ମୋକଥା ଚର୍ଚ୍ଚା ହେଲା ।
ମୋ ସାଥିରେ ଥିବା ଭାଇ ଭଉଣୀ ମାନେ ମୋର ଯତ୍ନ ନେଲେ ।ଅରଖ କ୍ଷୀର ଆଣି କ୍ଷତଯାଗାରେ ଲଗାଇଲେ । ଦିନସାରା ମନ୍ଦିର ରେ ରହିଲୁ । ସେମାନେ ସମୁଦ୍ର ବୁଲିବାକୁ ଗଲେ । ମୁଁ ଗାୟତ୍ରୀ ଶକ୍ତି ପୀଠ ଯିବାର ଥିଲା । ସେମାନେ ମତେ କଥା ଦେଇଥିଲେ ଆମେ ଫେରି ବା ଯାଏଁ ଏଠାରେ ଥାଅ,ଆମେ ଆସିଲେ ତୁମଙ୍କୁ ନେଇ ଛାଡ଼ି ଦେବୁ । ସେମାନେ ଆସିବାର ଡେରି ହେଲା ସନ୍ଧ୍ୟା ହୋଇଗଲାଣି ଭାବି ଅପେକ୍ଷା ନକରି ମୁଁ ମୋ’ର ଦୁଇଟି ବ୍ୟାଗ ଧରି ବଡ଼ କଷ୍ଟରେ ବାହାରିଲି । ସେହିଦିନ ପ୍ରଭୁ ଙ୍କର ସୁନାବେଶ ତେଣୁ ବଡ଼ ଦାଣ୍ଡରେ ଯିବାକୁ ମନା ଅନ୍ୟ ଗଳି ରେ ଯିବାକୁ ପଡ଼ିବ ।ଶରୀର ପିଡା, ଏକାଦଶୀ ଉପବାସ,ତା ସାଙ୍ଗରେ ବ୍ୟାଗ ବୋଝ! ଚାଲିବାକୁ ବଡ଼ କଷ୍ଟ ହେଉ ଥାଏ । ମୁଁ ଜଗନ୍ନାଥ ଙ୍କୁ ଡାକୁ ଥାଏ ପ୍ରଭୂ ମୋତେ ଗୋଟିଏ ସାଙ୍ଗ
ମିଳନ୍ତା କି? ସତରେ ଭାବ ବିନୋଦିଆ ଭାବର ଠାକୁର,ଅନ୍ତର
କଥାକୁ ବୁଝିପାରନ୍ତି ସେହି ଅନ୍ତର୍ଯ୍ୟାମୀ,ପଲକ ନଥାଇ ଅପଲକେ ସବୁ ଦେଖି ଥାନ୍ତି,କାନ ନଥାଇ ପ୍ରତିଟି କଥା ସୁଣି ଥାନ୍ତି,ବାହୁ ନଥାଇ ବିପତି ବେଳେ କୋଳାଇ ନିଅନ୍ତି,ପାଦ ନଥାଇ ସ୍ମରଣ ମାତ୍ରେ ଲକ୍ଷେ ଯୋଜନରୁ ଆସି ଗଜକୁ ଉଦ୍ଧାର କଲା ପରି ବିପଦ ରୁ ରକ୍ଷା କରନ୍ତି ।ସତରେ ହଠାତ୍ ଜଣେ ଭଉଣୀ ଆସି ମୋ ପାଖରେ ଚାଲିଲେ
ମୁଁ ପଚାରିଲି ଭଉଣୀ କୁଆଡେ ଯିବ?
ସେ କହିଲେ ଘର କୁ ଯିବି ! ମୁଁ କହିଲି ଗାୟତ୍ରୀ ଶକ୍ତି ପୀଠ କୋଉଠି, କେତେ ବାଟ? ସେ କହିଲେ ଚାରି କିଲୋମିଟର!ସୁଣି ମୋରଫାକାସି ଉଡିଗଲା। ମୁଁ କହିଲି ଏତେବାଟ !ଭଉଣୀ ଜଣଂକ ମୋତେ ଦେଖି କହିଲେ କିଛି ଡରନ୍ତୁ ନାହିଁ ଆମ ଘର ସେହି ପାଖରେ ମୁଁ ପହଞ୍ଚାଇ ଦେବି ।ସେ଼ହିକଥା ସୁଣୀ ମୋତେ ଟିକେ ଆସ୍ବସ୍ଥି ଲାଗିଲା
ଭଉଣୀ ଜଣଂକ ମୋର ବ୍ୟାଗ ଗୋଟେ ଧରି ଦେଲେ । ବାଟରେ ଡାକ୍ତର ଖାନା ପଡ଼ିଲା ଡାକ୍ତର ଙ୍କୁ ଦେଖାଇ ଔଷଧ, ଇଞ୍ଜେକ୍ସନ ଦିଆ ହେଲା । ତାପରେ ମୋତେ ନେଇ ଗାୟତ୍ରୀ ଶକ୍ତି ପୀଠ ରେ ପୁରା ଦାୟୀତ୍ବ ରେ ଛାଡି ଲେ ।ସେଭଉଣୀ ଜଣଂକୁ କେବେହେଁ ଭୂଲି ପାରିବି ନାହିଁ । ସେହି କଥା ମୋର ଅଭୂଲା ଅନୁଭୂତି ।।
ଭଗବାନ ସତରେ ଭକ୍ତର ଭଗବାନ ।

ଜଗତର ନାଥ ସେହି ଜଗନ୍ନାଥ କାହାରି ମାଧ୍ୟମେ ଦେଖାଇଲେ ପଥ
ଅଗତିର ଗତି ଜଗତର ପତି
ଡାକ ଶୁଣି ଖଣ୍ଡି ଦିଅନ୍ତି ବିପତି ।।

Shaktida Bisoyi,sorada, Ganjam

Leave a Reply

Your email address will not be published. Required fields are marked *