– ଓଡ଼ିଆ ଭାଷା ଓ ସାହିତ୍ୟ ଜଗତରେ ନାରୀ🙏🙏



ପ୍ରଭାତ ର ସୂର୍ଯ୍ୟ ଯାହାଙ୍କ ଗୁଣୁଗୁଣୁ ମନ୍ତ୍ର ରେ ଶଯ୍ୟା ତ୍ୟାଗ କରନ୍ତି ସେ ‘ନାରୀ’। ନାରୀ ଶବ୍ଦର ବ୍ୟାଖ୍ୟା କଲେ ହେବ (ନ ଅରୀ =ନାରୀ) ଆର୍ଥତ୍ ଯେ ଅଜାତ ଶତ୍ରୁ ସେ ହିଁ ନାରୀ ପଦବାଚ୍ୟ ।ସେ ଶାନ୍ତ, କାନ୍ତ, କମନୀୟ ,କେତେବେଳେ କରୁଣାମୟୀ ତ କେତେବେଳେ ମମତାର ମୂର୍ତ୍ତୀମନ୍ତ ପ୍ରତୀକ।

ମନେହୁଏ ଯେପରି ସୃଷ୍ଟି ସର୍ଜନାର ଆଦ୍ୟ ପ୍ରଭାତରୁ ନାରୀ ର ଅସ୍ତିତ୍ୱ ବିଦ୍ୟମାନ, ସେହିପରି ସାହିତ୍ୟର ସୃଜନ ବେଣୁ ପ୍ରଥମ ରାଗ ସୃଷ୍ଟି କଲା ଦିନରୁ ନାରୀ ପାଦର ଘୁଙ୍ଗୁର ବାଜିଆସିଛି । ବାସ୍ତବ ପକ୍ଷେ ଦେଖିବାକୁ ଗଲେ ନାରୀ ସେହି ଦୀପ ଯିଏ ନିଜେ ଜଳି ଜଳି ସାହିତ୍ୟର ଅସ୍ତଗାମୀ ସୂର୍ଯ୍ୟଙ୍କ ଠାରେ ପ୍ରାଣ ପ୍ରତିଷ୍ଠା କରେ । ସାହିତ୍ୟର ମଧୁ ଜଗତ କଥା ଚିନ୍ତା କଲେ ନାରୀ ରାଣୀ ମଧୁମକ୍ଷୀ ପରି ଅନବରତ ମଧୁ ସଂଗ୍ରହ କରି ଓଡ଼ିଆ ପାଠକ ନିମନ୍ତେ ସଞ୍ଚୟ କରି ରଖେ ।

ଓଡ଼ିଆ ସାହିତ୍ୟ ଯୁଗର ଆରମ୍ଭ କଥା ଚିନ୍ତା କଲେ ମନକୁ ଆସେ ଗୋଧୂଳି ବେଳ ପରି ସେଇ ଚର୍ଯ୍ୟା ସାହିତ୍ୟର ଯୁଗ । ଯହିଁରେ ଭାଷାତତ୍ତ୍ୱ ତଥା ଶବ୍ଦାର୍ଥ ଦ୍ବି – ଅର୍ଥ ବୋଧକ ଥିଲା । ସେହି ଆରମ୍ଭ ସମୟରୁ ଓଡ଼ିଆ ସାହିତ୍ୟକୁ ନାରୀଙ୍କ ଅବଦାନ ରହିଛି । ୮୪ ଜଣ ସିଦ୍ଧାଚାର୍ଯ୍ୟ ଏ ସମୟର ସାହିତ୍ୟ ଜଗତକୁ ଆଗକୁ ନେଇଥିଲେ । ସେଥି ମଧ୍ୟରୁ ୨ଜଣ ନାରୀଙ୍କ ଭୂମିକା ମଧ୍ୟ ରହିଛି ସେମାନେ ହେଲେ – ବୀଣା ପାଦ ,ଏବଂ ଡ଼ୋମ୍ବି ପାଦ ।

କଥିତ ଅଛି ଜଣେ ସଫଳ ପୁରୁଷର ସଫଳତା ପଛରେ ଜଣେ ମାହାନ ନାରୀ ର ଅଦୃଶ୍ୟ ହାତ ଥାଏ। ଏହି ଉକ୍ତିର ସତ୍ୟତା ଚର୍ଯ୍ୟା ସାହିତ୍ୟ ଯୁଗ ରେ ମଧ୍ୟ ପରିଲକ୍ଷିତ ହେଇଥିଲା । ସିଦ୍ଧାଚାର୍ଯ୍ୟା ଶବର ପାଦ ନିଜର ଦୁଇ ପତ୍ନୀ ପଦ୍ମାବତୀ ଏବଂ ଜ୍ଞାନବତୀ ଦ୍ୱାରା ସିଦ୍ଧିତ୍ୱ ପ୍ରାପ୍ତି କରିଥିଲେ । ସେହି ପରି ଓଡ଼ିଆ ସାହିତ୍ୟ ରେ ପଞ୍ଚସଖା ଯୁଗରେ ମଧ୍ୟ ନାରୀଙ୍କ କୃତିତ୍ୱ ଦେଖିବାକୁ ମିଳେ । ଶ୍ରୀଚୈତନ୍ୟଙ୍କ ‘ମାଧବୀ ଦାସୀ’ ନାମରେ ଜଣେ ଶିଷ୍ୟା ଥିଲେ । ସେତେବେଳେ ସମାଜରେ ନାରୀ ର ସ୍ଥାନ ଅତି ନୀଚ ଥିବାରୁ ତାଙ୍କୁ ଅନେକ ସ୍ଥାନରେ ମିଥ୍ୟା ଆରୋପ ରେ ଅପମାନିତ ହେବାକୁ ମଧ୍ୟ ପଡ଼ିଛି କିନ୍ତୁ ଏପର୍ଯ୍ୟନ୍ତ ସେ ସବୁ ତଥ୍ୟର କୌଣସି ପ୍ରାମାଣିକ ସତ୍ୟତା ନାହିଁ। ପ୍ରଭୁ ଜଗନ୍ନାଥଙ୍କୁ ନିଜର ଆରାଧ୍ୟ ରୁପରେ ସ୍ୱୀକାର କରି ତାଙ୍କ ନିମନ୍ତେ ସେ ଏକ ଭକ୍ତି ଅର୍ଘ୍ୟ ରଚନା କରିଥିଲେ –

” ଚକା ନୟନ ହେ ଜଗୁ ଜୀବନ ଶ୍ରୀହରି
କାତର ଜଣାଣ କରୁଛି ଛାମୁରେ……
ଶୁଣ ପ୍ରଭୁ ଶ୍ରୁତି ଡେରି🙏🙏।।”

ଓଡ଼ିଆ ସାହିତ୍ୟର ସର୍ବୋକୃଷ୍ଟ ଯୁଗ ଭାବରେ ଖ୍ୟାତ ରୀତି ଯୁଗ ବା ଭଞ୍ଜ ଯୁଗ ରେ ମଧ୍ୟ ନାରୀଙ୍କ ସାହିତ୍ୟ କଳାର ଦର୍ଶନ ମିଳିଥିଲା । ଏ ଯୁଗ ପୁରୁଷଙ୍କ ଦ୍ୱାରା ଆରମ୍ଭ ହେଇଥିଲେ ମଧ୍ୟ ନାରୀଙ୍କ ଲେଖନୀ ଏ ଯୁଗରେ ଅମୃତ ବିତରଣ କରିଥିଲା । ଆଳଙ୍କାରିକ ଆଡମ୍ବରତାର ମାୟା ଜାଲକୁ ଛିନ୍ନ କରି ଏ ଯୁଗରେ ୨ ଜଣ ନାରୀ କବି ଭକ୍ତିରସ ର ଅମୃତ ଗଙ୍ଗା ବିତରଣ କରେଇ ଥିଲେ । ସେମାନେ ହେଲେ——
୧- ବୃନ୍ଦାବତୀ ଦାସୀ – ବୈଷ୍ଣବ ଧର୍ମରେ ଦୀକ୍ଷିତା ଏହି ନାରୀ କବି ‘ପୂର୍ଣ୍ଣତମ ଚନ୍ଦ୍ରଦୋୟ’ , ‘ଭକ୍ତି ଚନ୍ଦ୍ରଦୋୟ’,’ ଭକ୍ତି ରତ୍ନାବଳୀ’ ପ୍ରଭୃତି ଗ୍ରନ୍ଥ ରଚନା କରିଥିଲେ ।
୨- ରାଣୀ ମୋହନ କୁମାରୀ – ସେ ଏକ ଧାରାରେ ଜଣେ ସୁଶାସିକା, ଧର୍ମପ୍ରିୟା ନାରୀ ତଥା ଜଣେ ସାହିତ୍ୟ ସାଧିକା ମଧ୍ୟ ଥିଲେ । ତାଙ୍କ ରଚିତ ‘ ଉପକାର୍ତ୍ତିକ ମାହାତ୍ମ୍ୟ ‘ କାବ୍ୟଟି ୨୪ଟି ପ୍ରାଚୀନ ରାଗ ରାଗିଣୀର ସମାହାର ରେ ରଚିତ । ଯାହା ସମ୍ଭବତଃ ସେ ସମୟ ରେ ବିରଳ ଥିଲା ।

ପରବର୍ତ୍ତୀ ସାହିତ୍ୟ ଯୁଗରେ ସମାଜର ବିକାଶ ହେଲା । ନାରୀ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରିଣୀ ହେଲା । ସାହିତ୍ୟ କ୍ଷେତ୍ର ରେ ମଧ୍ୟ ନିଜର ଏକ ସୁନେଲି ପରିଚୟ ସୃଷ୍ଟି କରିବାର ସୁଯୋଗ ପାଇଲା । ରୀତିଯୁଗ ପରେ ଆଧୁନିକ ଯୁଗର ଆରମ୍ଭ ପର୍ଯ୍ୟାୟ କ୍ରମିକ ଭାବରେ ହେଲା ଏବଂ ସେ ସମୟରେ କେତେକ ନାରୀ ଯାହାଙ୍କ ଲେଖନୀର ଅମୃତ ଧାରା ସାହିତ୍ୟ ଜଗତକୁ ପ୍ଲାବିତ କରିଛି ସେମାନଙ୍କ ମଧ୍ୟରୁ କେତେକଙ୍କ ନାମ ଏବଂ କୃତିତ୍ୱ ନିମ୍ନ ରେ ଦିଆଗଲା —-

୧. ସୁଲକ୍ଷଣା ଦେବୀ – ‘ ପାରିଜାତ ମାଳା’, ‘ ବଡ଼ ଦେଉଳ ରଚନା’ ,’ ଦୀନବନ୍ଧୁ କୋଇଲି’ ।

୨.ଦୁର୍ଗାବତୀ ପଟ୍ଟନାୟକ – ‘ସରଗ ଫଳ’ ,’ମୁକ୍ତକୁନ୍ତଳା’ , ‘ ଜ୍ୟୋତି ରେଣୁ’ ,’ ଦିବ୍ୟଜ୍ୟୋତି’ ।

୩. ଅପର୍ଣ୍ଣା ଦେବୀ – ଏହି ନାରୀ କବି “କବିତା କଳ୍ପଲତା” ପଦବୀ ରେ ଭୂଷିତା । ତାଙ୍କ ରଚନାବଳୀ ,’ଇନ୍ଦୁମତୀ’ , ‘ ଚିନ୍ତା ‘, ‘ଆର୍ଯ୍ୟ ଲଳନା’ , ‘ କବିତାଞ୍ଜଳୀ’,’ ଶତଦଳ’,’ ବନମାଳତୀ’,’ଦଶରଥ କୁମାର ଚରିତ୍ର’,’ସଂଯୁକ୍ତା’ ।

୪.କୁନ୍ତଳା କୁମାରୀ ସାବତ– ‘କାଳି ବୋହୂ’,’ ରଘୁ ଅରକ୍ଷିତ’,’ନଅ ତୁଣ୍ଡି’,’ପରଶମଣି’,’ଅଞ୍ଜଳି’,’ଅର୍ଚ୍ଚନା’,’ପ୍ରେମ ଚିନ୍ତାମଣି’ ।

୫.ସାରଳା ଦେବୀ – ‘ଜାଗରଣ’,’ପଞ୍ଚ ପ୍ରଦୀପ’,’ବୀର ରମଣୀ’,’ସତଧର୍ମ’,’ମୂଲ୍ୟନିଧି’,’ନରୀର ଦାବି’,’ମରୁ କାହାଣୀ’ ।

୬.ମାଳତୀ ଦେବୀ ଚୌଧୁରୀ -‘ସର୍ବୋଦୟ’,’ଗ୍ରାମ ସେବକ’,’ବାଜି’ ।

୭.ନିର୍ମଳା ଦେବୀ -‘ ଦିନାନ୍ତେ’,’ବର୍ଣ୍ଣରାଗ’,’ସ୍ୱର୍ଣ୍ଣଛାଇ’,’ସୀମାନ୍ତେ’ ।

୮.ମନମୋହିନି ଦେବୀ – ‘ଝରଣା’,’ଗୀତାଳୀ’,’ପୁଷ୍ପାଳୀ’,’ଅର୍କାବଳୀ’,’ସୁଦାମ’,’ସପନଫୁଲ’ ।

୯.ଲବଙ୍ଗଲତା ଦେବୀ – ‘ ମନରମଣିଷ’,’ଦିସେର ଧାନ’,’ବିଦୂସୀ ନରୀ’,’ସ୍ୱପ୍ନର ସୁରଭି’ ।

୧୦.ଅନ୍ନପୂର୍ଣ୍ଣା ମହାରଣା -‘ ଗୀତା ପ୍ରବଚନ’,’ବୁନିଆଦି ଶିକ୍ଷା’,’ସଂକ୍ଷିପ୍ତ ଅତ୍ମକଥା’,’ତରୁଣୀ କନ୍ୟା ପ୍ରତି’,’ଲୁଣର ଗୁଣ’,’ ସୁନାମଣୀ’,’ଅମୃତ ର ଅନୁଭବ’ ।

୧୧.ବିଦ୍ୟୁତ୍ ପ୍ରଭା ଦେବୀ – ‘ ସବିତା’,’କନକାଞ୍ଜଳି’,’ମରିଚିକା’,’ସ୍ବପ୍ନଦୀପ’,’ଝରାଶିଉଁଳି’,’ଯାହାକୁ ଯିଏ’,’ସଂଚୟନ’ ।

୧୨. ରମା ଦେବୀ – ‘ଜୀବନ ପାଲି’,’ସେଦିନ ଜ୍ୟେଷ୍ଠ ଶେଷ’,’ଆଉ କେବେ ଫେରିନି ବସନ୍ତ’,’ସୁଦୂର ସଂଗୀତ’,’ଯୁଗରୁ କଳ୍ପ’ ।

୧୩. ବନଜା ଦେବୀ -‘ବନ ହଳଦୀ’,’ବର୍ଷାର ବଳକା’,’ଭୂମି ଲଗ୍ନା’,’ସୁନା ରେ ଭରା ନାଆ’ ।

୧୪. ପ୍ରତିଭା ଶତପଥୀ – ‘ଗ୍ରସ୍ତ ସମୟ’,’ଶାହାଡା ସୁନ୍ଦରୀ’,’ନିମିଷେ ଅକ୍ଷର’,’ମହାମେଘ’,’ଶବରୀ’,’ତନ୍ମୟଧୂଳି’ ।

୧୫.ମମତା ଦାସ – ‘ନୈମିଷ୍ୟାରଣ୍ୟ’,’ଏକତ୍ର ଚନ୍ଦ୍ରସୂର୍ଯ୍ୟ’,’ଅବାକ୍ ସୂର୍ଯ୍ୟ’,’ଉଜ୍ଜଳ ଉପବନ’ ।

୧୬.ମନୋରମା ମହାପାତ୍ର -‘ଜୁଆର ଯେଉଁଠି ଉଠେ’,’ଅର୍ଦ୍ଧନାରୀଶ୍ୱର’,’ବୈଦେହୀ ବିସର୍ଜିତ’,’ଏ ପୃଥିବୀ ଶରଶଯ୍ୟା’,’ବନ୍ଦ ଘରର କବାଟ’,’ଉତ୍ତରା ନିରୁତ୍ତରା’,’ବର ଓହଳ’ ।

୧୭.ଶୈଳବାଳା ମହାନ୍ତି – ‘ଅମଉଳା ଫୁଲ’,’କ୍ଷୁଦ୍ର କାବ୍ୟ’,’ସତୀ ସୌରଭ’ ।

୧୮.ସୌଦାମିନୀ ନନ୍ଦ -‘ ସୂର୍ଯ୍ୟାଭିଳାଷ’,’ଅବାକ୍ ସୁନ୍ଦରୀ’, ।

୧୯. ଶକୁନ୍ତଳା ଦେବୀ – ‘କାଚ ଝୁଲଣା’,’ଭିଜା ଗୟସ’,’ବିପରୀତ ଲେଉଟାଣି’,’ଅନନ୍ତ ଶୟନ’,’ଶତାଭିଷେକ’,’ଅମୋକ୍ଷ ଇନ୍ଦ୍ରିୟ’,’ଚୈତ୍ର ଅବିନାଶୀ’ ।

୨୦.ମନୋରମା ବିଶ୍ୱାଳ ମହାପାତ୍ର – ‘କିଶଲୟ’,’ବ୍ରତତୀ’,’ଫୁଲ ଫୁଟା ମୁହୂର୍ତ୍ତ’,’ସ୍ୱାତୀ ଲଗ୍ନ’,’ଫାଲ୍ଗୁନି ତିଥିର ଝିଅ’,’ଜହ୍ନ ରାତିର ମୁଁହ’,’ଶବ୍ଦର ପ୍ରତିମା’,’ଏକଲା ନଈର ଗୀତ’ ।

୨୧.ଅପର୍ଣ୍ଣା ମହାନ୍ତି – ‘ଅବ୍ୟକ୍ତ ଆତ୍ମୀୟତା’,’ଅସତୀ’,’ଅତିଥି’,’ଝିଅ ପାଇଁ ଝର୍କାଟିଏ’,’ନଷ୍ଟ ନାରୀ’,’ପୂର୍ଣ୍ଣତମା’,’ତୀର୍ଥ ଯାତ୍ରା’ ।

୨୨.ଗାୟତ୍ରୀବାଳା ପଣ୍ଡା – ‘ଆହତ ପ୍ରତିଶୃତି’,’ଅସ୍ପଷ୍ଟ ଈଶ୍ୱର’,’ଅଣାୟତ୍ତ’,’ଗାଁ’,’ଯେତିକି ଦିଶୁଛି ଆକାଶ’,’ଆଖୀ ନାଇଁ କାନ ନାଇଁ’ ।

୨୩. ନିରୁପମା ରଥ – ‘ନରୀ ଓ ଆଇନ’,’ଶିଶୁ ସ୍ୱାସ୍ଥ୍ୟ’,’ଦିଗନ୍ତ’,’ସଭିଏତ୍ ନାରୀ’,’ମା’,’ନାରୀ ବିଚାରାଳୟ’ ।

୨୪.ସୁଲୋଚନା ଦାସ – ‘ଓଡିଶାର କଳା’,’ଓଡିଶାର ପ୍ରକୃତି’,’ଆମ ସାଂସ୍କୃତିକ ଚେତନା’,’ନକ୍ଷତ୍ରର ଜନ୍ମ’,’ଅବୁଝା ଅନ୍ଧାର’ ।

୨୫. ବୀଣାପାଣି ମହାନ୍ତି -‘ ନବ ତରଙ୍ଗ’,’ପାନ୍ଥଶାଳା ଓ ରକ୍ତ କବରୀ’,’କସ୍ତୁରୀମୃଗ ଓ ସବୁଜ ଅରଣ୍ୟ’,’ଅନ୍ଧକାର ର ଛାଇ’,’କାଳାନ୍ତର’,’ଆରୋହଣ’,’ମଧ୍ୟାନ୍ତର’,’ଅନ୍ୟ ଅରଣ୍ୟ’,’ଚରିତ୍ର ହସୁଛି’,’ପାଟଦେଇ’,’ତୃତୀୟ ପାଦ’,’ଅଶ୍ରୁ ଅନଳ’,’ଶକୁନି ର ଛକା’,’ଉତ୍ତରାୟଣ’ ।

୨୬.ଶକୁନ୍ତଳା ପଣ୍ଡା -‘ସୂର୍ଯ୍ୟଶିଖା’,’ଅନ୍ଧାରର ରଙ୍ଗ’,’ଅନେକ ଦିନ ପରେ’,’ନିଶୀଥ ସୂର୍ଯ୍ୟ’,’ମନିକାର ଘର’,’ପକ୍ଷୀ ଉଡିଯା’, ।

୨୭.କନକଲତା ମହାନ୍ତି – ‘ଆଲୁଅର ଛାଇ’,’ପକ୍ଷୀ ଜନ୍ମରୁ ପାରିକର’,’ଭିନ୍ନ ଜୀବନ ‘,’ମହାପ୍ରଳୟ ରାତିରେ’, ।

୨୮.ଇନ୍ଦିରା ଦାସ – ‘ସତୀତ୍ୱ ଇତ୍ୟାଦି’,’କିଛି ସତ’,’ନବ ଗୁଞ୍ଜର’,’ରେଳ ଲାଇନର ଏକଡ଼ ସେକଡ଼’,’ମନ ଦର୍ପଣ’,’ଆତ୍ରେୟ ଗୋତ୍ର’,’ଅର୍ଦ୍ଧସତ୍ୟ’ ।

୨୯. ସରୋଜିନୀ ସାହୁ- ‘ସୁଖର ମୁଁହାମୁହିଁ’,’ନିଜ ଗହୀର ରେ ନିଜେ’,’ଅମୃତ ପ୍ରତୀକ୍ଷା ରେ ‘,’ଚୌକାଠ’,’ତରଳି ଯାଇଥିବାଦୁର୍ଗ’,’ଦେଶାନ୍ତର’,’ଦୁଃଖ ଅପ୍ରମିତ’,’ସୃଜନୀ : ସରୋଜିନୀ’ ।

୩୦.ପ୍ରତିଭା ରାୟ – ‘ଐକତାନ’,’ହାତ ବାକ୍ସ’,’ଗଙ୍ଗ ଶିଉଳୀ’,’ଅସମାପ୍ତ’,’ସାମାନ୍ୟକଥନ’,’ଚନ୍ଦ୍ରଭଗା ଓ ଚନ୍ଦ୍ରକଳା’,’ଉଲଙ୍ଘନ’,’ମନୁଷ୍ୟର ସ୍ୱର’,’ଷଷ୍ଠ ସତୀ’,’ମୋକ୍ଷ’,’ଝୋଟିପକା କାନ୍ଥ’,’ପୃଥକ ଈଶ୍ୱର’,’ଯାଜ୍ଞସେନୀ’ ।

ମୋଟାମୋଟି ଭାବରେ କହିବାକୁ ଗଲେ ଓଡ଼ିଆ ସାହିତ୍ୟକୁ ସଫଳତାର ଦ୍ୱାର ରେ ପହଞ୍ଚେଇବା ତଥା ଓଡ଼ିଆ ସାହିତ୍ୟକୁ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ଦେବାରେ ନାରୀ ମାନଙ୍କର ଲେଖନୀ କୌଣସି ଖଣ୍ଡାର ଧାର ଠାରୁ କମ ନୁହଁ । ଏ ଜଗତ ରେ ଅଜସ୍ର ନାରୀ ମାନଙ୍କର ଲେଖନୀରୁ ଅମୃତର ଧାରା ଅବିରତ ଭାବରେ ବୋହୁଥିବ ଓଡ଼ିଆ ଜାତି ବଞ୍ଚିଥିବା ପର୍ଯ୍ୟନ୍ତ । ବାସ୍ତବପକ୍ଷେ ଓଡ଼ିଆ ସାହିତ୍ୟ ସଧିକା ତଥା ନାରୀ ମାନେ ହେଉଛନ୍ତି ଅମାବାସ୍ୟା ରାତ୍ରୀର ସେଇ ଧ୍ରୁବତାରକା ଯିଏ ପ୍ରତ୍ୟେକ ବାଟଭୁଲା ପଥିକ ମାନଙ୍କୁ ଗୃହଗାମୀ କରାଏ । ଯେପରି ଆକାଶରେ ଧ୍ରୁବ ତାରକାର ବିନାଶ ଅସମ୍ଭବ ସେପରି ଓଡ଼ିଆ ସାହିତ୍ୟ ଜଗତରେ ନାରୀ ର ଅନ୍ତ ଅସମ୍ଭବ । 🙏🙏



ନାମ – ରାଜଶ୍ରୀ ପରିଡ଼ା ।
ବଙ୍ଗାଳିଡାହୀ ,ପୁରୁଣିଆ ,ମୟୁରଭଞ୍ଜ ,୭୫୭୦୨୮ ।
ଦୂରଭାଷା-୭୩୨୬୦୦୬୦୨୯

One thought on “ପଢନ୍ତୁ ରାଜଶ୍ରୀ ପରିଡ଼ା ଙ୍କ ପ୍ରବନ୍ଧ ଓଡ଼ିଆ ଭାଷା ଓ ସାହିତ୍ୟ ଜଗତରେ ନାରୀ”

Leave a Reply

Your email address will not be published. Required fields are marked *