ଅନୁଭୂତି ରେ ଶ୍ରୀ ଜଗନ୍ନାଥ ଠାକୁର
ଅନୁଭବର ଠାକୁରଟି ସିଏ ବର୍ଣ୍ଣନ ଅନୁଭୂତି ର ତାଙ୍କ ସଂଘଠିତ ଯେତେ ସବୁଲୀଳା ଅଚିନ୍ତ୍ୟ ଅବ୍ୟକ୍ତ ଅପାର।
ଅନୁଭବର ଠାକୁର ସେ ଜଗନ୍ନାଥ। ଅନୁଭୂତି ଭିତରେ ସେ କରୁଣାର ଅପାର ସାଗର ରୂପେ ଚିର ପ୍ରବାହ ମାନ।ଚେନାଏ ଅନୁଭୂତି ଭିତରେ ତାଙ୍କ କରୁଣାର କିଛି ଝଲକ ଗଳ୍ପ ଆକାରରେ ଉପସ୍ଥାପିତ କରୁଛି। ୧୯୯୧ ମସିହାର କଥା,ମୋ ପୁଅକୁ ସେତେବେଳେ ଅଢେଇ ବର୍ଷ।ତାର ମୁଣ୍ଡନ ନିମନ୍ତେ ଆମେ ସପରିବାରପୁରୀ ଯାଇଥିଲୁ। ମନ୍ଦିର ରେ ଦିଅଁ ଦର୍ଶନ ମୁଣ୍ଡନ କାର୍ଯ୍ୟ ସାରିବା ପରେ କିଛି ସ୍ଥାନ ପରିଦର୍ଶନ କରିବାକୂ ଇଚ୍ଛାକଲୁ।ଚପଲ ରଖିଥିବା ସ୍ଥାନକୁଚପଲ ଆଣିବାକୁ ଗଲା ବେଳେ ମୋହାତ ଛାଡି ଛୋଟ ପୁଅଟି କେଉଁ ଆଡେ ଚାଲିଗଲା। ମୁଁ ପଛକୁ ଚାହିଁ ଦେଖେତ ପୁଅଟି ନାହିଁ। ମୁଁ ହଠାତ୍ କାନ୍ଦି ଉଠିଲି।ମୋ କାନ୍ଦ ଦେଖି ମୋ ବଡ଼ ଝିଅ ବି କାନ୍ଦି ପକାଇଲା।ମୋ ସ୍ବାମୀ ଭାରି ବ୍ୟାକୁଳ ହୋଇ ଏଣେତେଣେ ଖୋଜିବାରେ ଲାଗିଲେ।ଏକେତ ଜନଗହଳି, ତାପରେ ପୁଅଟି ଛୋଟଥିବା ହେତୁ ଭଲଭାବେ କଥା ବି କହି ପାରୁ ନଥିଲା।ମୋର କାନ୍ଦିବା ଦେଖି କେତେକ ଲୋକ ପାଖକୁ ଆସି କାରଣ ପଚାରି ବୁଝିଥିଲେ। କେତେକ ଯାତ୍ରୀ ସାନ୍ତ୍ଵନା ଦେଇ କହିବାକୁ ଲାଗିଲେ ଯେ, ଜଗନ୍ନାଥ_ ଙ୍କୁ ଡାକ ତୁମ ପୁଅ ନିଶ୍ଚିତ ଭାବେ ମିଳିଯିବ।ମୋର ହଠାତ୍ ଗୋଟିଏ କଥା ସ୍ମରଣ ହେଲା।ମୁଣ୍ଡର ପରେ ବାଇଶି ପାହାଚରେ ପୁଅକୁ ଗଡାଇବା କଥା ,ତାହା ଆମେ ଭଲି ଯାଇଥିଲୁ।ମୋର ସେଇ ଭୂଲ ପାଇଁ କ୍ଷମା ମାଗି ନେଇ କାନ୍ଦି କାନ୍ଦି କହୁଥାଏ ହେ! ପ୍ରଭୁ ମୋ ପୁଅ ମିଳିଯାଉ। ମୁଁ ତାକୁ ନେଇ ବାଇଶି ପାହାଚରେ ଗଡ଼ାଇ ବି। ଏହି ସମୟରେ ଜଣେ ପୋଲିସ କର୍ମଚାରୀ ପୁଅଟି କୁ କାଖରେ ଧରି ଆସି ପିଲାଟି କାହାର ହଜିଯାଇଛି ବାଇଶି ପାହାଚ ରେ ବସି କାନ୍ଦୁଥିଲା, କହି ଲୋକ ଙ୍କୁ ପଚାରୁଥାନ୍ତି।ସେତିକି ବେଳେ ମୋ ସ୍ଵାମୀ ସିଲୁ କହି କାଖେଇ ଆଣିଲେ ଆମର ଅସାବଧାନତା ଯୋଗୁଁ ପୋଲିସ ଆମକୁ ଗାଳି ଦେଲେ। ଆଜି ମୋ ସ୍ବାମୀ ପର ପାରିରେ,ତଥାପି ସେ ଦିନ ର ସେ ଅଭୂଲା ଅନୁଭୂତି ଆଜି ଯାଏଁ ମୋ ମାନସ ପଟ୍ଟରେ ଅଭୁ୍ଲା ସ୍ମୃତି ଟିଏ ହୋଇ ରହିଆସିଛି।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର ଆସିକା ଗଞ୍ଜାମ
ମୋ-୯୭୭୭୮୮୭୯୪୨
574 total views, 1 views today