May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

ପଢନ୍ତୁ ଧରିତ୍ରୀ ଦେବତା ଙ୍କ ଗଳ୍ପ ଅନୁଭୂତି ରେ ପ୍ରଭୁ ଶ୍ରୀ ଜଗନ୍ନାଥ

ଅନୁଭୂତି ରେ ପ୍ରଭୁ ଶ୍ରୀ ଜଗନ୍ନାଥ

ଭକତର ଭକ୍ତି ଡୋରେ ବନ୍ଧା ଜଗନ୍ନାଥ
ଭକତର ମୁଣ୍ଡେ ସଦା ତା ଅଦ୍ରୁଶ୍ୟ ହାତ।

ପ୍ରାୟ ୨୦ ବର୍ଷ ତଳର କଥା। ମୁଁ ସ୍କୁଲ ରୁ ଘରକୁ ଫେରିଲି। ଦେଖିଲି ଘରେ ମାଁ ନାହିଁ। ସେମିତି କେବେ ବି ହୋଇନି। ମୁଁ ସ୍କୁଲ ରୁ ଆସିବା ସମୟରେ ମୋ ମାଁ ନିଶ୍ଚୟ ହିଁ ଗେଟ୍ ପାଖରେ ଛିଡା ହୋଇଥିବେ ନ ହେଲେ ରୋଷେଇ ଘରେ ଥିବେ, କୁଆଡେ ଯାଆନ୍ତି ନାହିଁ।ଜେଜେବାପା ଏକା ଘରେ ବସିଥାଆନ୍ତି। ତାଙ୍କୁ ପଚାରି ଜାଣିଲି ସମସ୍ତେ କାକା ଘରକୁ ଯାଇଛନ୍ତି। ତାଙ୍କର ଦେହ ହଠାତ୍ ଅସୁସ୍ଥ ହେଲାରୁ ଡାକ୍ତରଖାନା ଯିବାକୁ ପଡିଲା। ସେଥିପାଇଁ ତାଙ୍କୁ ଦେଖିବାକୁ ସମସ୍ତେ ତାଙ୍କ ଘରକୁ ଯାଇଥାନ୍ତି। ମୋ କାକାଙ୍କ ଘର ଆମ ଘର ଠୁ ଅଳ୍ପ ଟିକିଏ ଦୂର। ମୁଁ ମଧ୍ଯ ସାଇକେଲ ଟା ଧରି ତାଙ୍କ ଘରକୁ ଗଲି। ସେଠି ପହଞ୍ଚି ଦେଖିଲି, ମୋ ଖୁଡି ବହୁତ ଯୋର୍ ରେ କାନ୍ଦୁ ଛନ୍ତି। ଅନ୍ୟ ମାନେ ସମସ୍ତେ ମୁହଁ ଶୁଖେଇ ବସିଛନ୍ତି। କାରଣ ପଚାରି ଜାଣିଲି କାକାଙ୍କ ର କୁଆଡେ ବ୍ଲଡ ସୁଗର୍ ବାହାରିଛି। ଏବେ କାହାକୁ ସୁଗର୍ ବାହାରିବା ଶୁଣିଲେ ବି ଆଉ ବେଶି ଡର ଲାଗୁନି କାରଣ ବର୍ତ୍ତମାନ ସୁଗର୍ ଟା ଗୋଟେ ନରମାଲ୍ ଡିଜିଜ ହୋଇଗଲାଣି। ପ୍ରାୟ ସମସ୍ତ ଙ୍କ ର ବାହାରିଲାଣି। କିନ୍ତୁ ସେତେବେଳେ ବହୁତ ଡର ଲାଗୁଥିଲା। ମୋ ଖୁଡି ଜଣେ କାଳିଆ ଭକ୍ତ। କାକା ଙ୍କର ବ୍ଲଡ ସୁଗର୍ କଥା ଶୁଣି ସେ କେତେ ଅଭିମାନ ରେ କାଳିଆ କୁ ଗାଳି କରୁଥାନ୍ତି, କାନ୍ଦୁ ଥାନ୍ତି, କାଳିଆ କୁ କେତେ କଥା ଶୁଣାଉ ଥାନ୍ତି ଦୁଖରେ ।
ମୁଁ ତାପରେ ତାଙ୍କର ପାଖେ ବସିଲି। ତାଙ୍କୁ ବୁଝେଇଲି, ଖୁଡି ତୁମ କାଳିଆ ଉପରେ ଭରଷା ରଖ। ସେମିତି କିଛି ବି ହୋଇ ନ ଥିବ। ଏଠିକାର ରିପୋର୍ଟ ହୁଏତ ଭୁଲ୍ ବାହାରିଥିବ । ବୁର୍ଲା ଡାକ୍ତରଖାନା ଯାଇ ଆଉ ଥରେ ଭଲ ଡାକ୍ତରଙ୍କୁ ଦେଖେଇବା। ପୁଣି ଥରେ ସବୁ ଟେଷ୍ଟ କରେଇବା। ଧୈର୍ଯ୍ୟ ଧର। ଏମିତି ଆଉ ଗୋଟେ ଦିଟା ଭୁଲ୍ ରିପୋର୍ଟ କଥା ର ଉଦାହରଣ ଦେଇ ତାଙ୍କୁ ବୁଝେଇଲି। ତାପରେ ସେ ମତେ କହିଲେ, ଛୋଟ ପିଲା ହେଲେ ବି ଆଜି ତୁମ କଥା ଗୁଡ଼ିକ ମତେ ମୋ ମାଁ ଭଲିଆ ଲାଗୁଛି। ତୁମ କଥାରେ ମୋ ଅଶାନ୍ତ ମନଟା ଟିକିଏ ଶାନ୍ତ ହୋଇ ଯାଇଛି। କାଳିଆ କରୁ ସେମିତି ହିଁ ହୋଇଥାଉ।
ତା ପରଦିନ କାକା ଓ ମୋ ବଡ ଭାଇ ବୁର୍ଲା ଡାକ୍ତରଖାନା କୁ ଗଲେ। ପୁଣି ଥରେ ସବୁ ଟେଷ୍ଟ କରାଗଲା। ଶୁଣି ଆଶ୍ଚର୍ୟ୍ଯ ହେବେ ରିପୋର୍ଟ ଟା ପୁରା ନରମାଲ୍ ଥିଲା। ସେମିତି କିଛି ବି ବାହାରି ନ ଥିଲା। ଫୋନ ପାଇକି ଖୁଡି ସିଧା ଦୌଡ଼ିଲେ ପୂଜା କୋଠରୀକୁ ଆଉ କାଳିଆ କୁ ମୁଣ୍ଡିଆ ମାରିଲେ। ତୁ ସତରେ ଅଛୁ ରେ କାଳିଆ, ମୋ କଥା କୁ ଶୁଣି ପାରିଛୁ । ଏମିତି କେତେ କଥା କହି ଚାଲିଲେ। ମୁଁ ବି ପାଖରେ ବସିଥାଏ। ମତେ ସେତେବେଳେ ଲାଗୁଥିଲା କାଲି ଯୋଉ ଖୁଡି ଙ୍କ କାନ୍ଦ ବନ୍ଦ କରିବା ପାଇଁ ମୁଁ, ରିପୋର୍ଟ ଭୁଲ୍ ଥାଇପାରେ ବୋଲି ବୁଝଉଥିଲି କାଳିଆ ବୋଧେ ଶୁଣି ଦେଇଛି। ଆଉ ଠିକ୍ ସେମିତି ହିଁ ହୋଇଛି।
ଆଜିକୁ ୬ ବର୍ଷ ତଳେ ମୋ ଖୁଡି ଙ୍କ ଦେହାନ୍ତ ହୋଇ ସାରିଛି। କିନ୍ତୁ ଆଜି ବି ମୋତେ ତାଙ୍କର କାଳିଆ ଭକ୍ତି ଓ ସେଦିନ ମୋତେ କୁଣ୍ଢେଇ ଧରି ଯୋଉ କାନ୍ଦି ଥିଲେ ମୋର ଆଖି ସାମ୍ନା ରେ ଦିଶି ଯାଉଛି। ପ୍ରକୃତ ରେ ଜଗନ୍ନାଥ ହେଉଛନ୍ତି ଭକ୍ତ ର ବନ୍ଧୁ। ସେ ସବୁବେଳେ ତାଙ୍କର ଭକ୍ତ ମାନଙ୍କ ଗୁହାରି ଶୁଣି ଥାଆନ୍ତି।

ଧରିତ୍ରୀ ଦେବତା
ରାମପୁର, ସୁବର୍ଣ୍ଣ ପୁର

 654 total views,  1 views today

One thought on “ପଢନ୍ତୁ ଧରିତ୍ରୀ ଦେବତା ଙ୍କ ଗଳ୍ପ ଅନୁଭୂତି ରେ ପ୍ରଭୁ ଶ୍ରୀ ଜଗନ୍ନାଥ

  1. ଧନ୍ଯବାଦ ସୂର୍ୟୋଦୟ ଏବଂ ମନୋଜ ଭାଇ ମୋ ଲେଖାକୁ ଏଠାରେ ସ୍ଥାନ ଦେଇଥିବାରୁ।
    ଆଉ ଥରେ ହ୍ରୁଦୟ ରୁ ଧନ୍ଯବାଦ ଜଣାଇବି କାରଣ ଆପଣ ମାନେ ପ୍ରତିଯୋଗିତା ପାଇଁ ଯୋଉ ସୁନ୍ଦର ଶିର୍ଷକ ମାନେ ରଖୁଛନ୍ତି ସତରେ ଆମକୁ ପୁଣି ଥରେ ସେ ସୁନ୍ଦର ଅତୀତ କୁ ଫେରାଇ ନଉଛି। ସମସ୍ତ ଙ୍କ ସେ ଅଭୁଲା ଅନୁଭୂତି ର ସ୍ମୃତି ସବୁ ପୁଣି ଥରେ ସତେଜ ହୋଇ ଯାଉଛି।

Leave a Reply

Your email address will not be published. Required fields are marked *