April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ପଢନ୍ତୁ ତେଜସ୍ୱିନୀ ସାମଲ ଙ୍କ ପ୍ରବନ୍ଧ ଓଡିଆ ଵାଣୀ ଭଣ୍ଡାରକୁ ନାରୀକଵି ମାନଙ୍କ ଭୂମିକା

ଓଡିଆ ଵାଣୀ ଭଣ୍ଡାରକୁ ନାରୀକଵି ମାନଙ୍କ ଭୂମିକା
——————————–



ସମାଜରେ ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପ୍ବାର୍ଶ ଭଳି। ଶିକ୍ଷା ଦ୍ଵାରା ନାରୀ ହୁଏ ପ୍ରଶସ୍ତ ମନା। ଆମ ଦେଶ ତଥା ସାହିତ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ କ୍ଷେତ୍ରରେ ପୁରୁଷ ଭଳି ନାରୀର ଭୁମିକା ରହିଥିବାର କାରଣରୁ ସାହିତ୍ୟ କ୍ଷେତ୍ର ଅପରିହାର୍ଯ୍ୟ ହୋଇପଡିଛି। ସମୟର ପରିବର୍ତ୍ତନ ଯୋଗୁଁ ଦୃଷ୍ଟିଭଙ୍ଗୀ ର ପରିବର୍ତ୍ତନ ହେଲା। ପ୍ରତିଭା, ଜ୍ଞାନ ,ଵୁନ୍ଧି ଦୃଷ୍ଟିରୁ ସବୁକ୍ଷେତ୍ରରେ ନାରୀ ଆଗକୁ ବଢିଲା। ନାରୀ ବର୍ତ୍ତମାନ ସାରା ବିଶ୍ଵ ସହ ଅବର୍ଣ୍ଣୀନ ହେଲା ତାହା ନୁହେଁ ବିଭିନ୍ନ ଗଳ୍ପ,ପ୍ରବନ୍ଧ, ଉପନ୍ୟାସ, କଵିତା, ନାଟକ ଆଦି ନିଜର ଲେଖନୀ ଚାଳନା ଦ୍ଵାରା ଓଡିଆ ସାହିତ୍ୟ ସୁସମୃନ୍ଧ କରି ଗଢି ତୋଳିପାରିଛି।
ଓଡିଆ ସାହିତ୍ୟ ଜଗତକୁ ଵିଭିନ୍ନ କ୍ଷେତ୍ରରେ ଆଗକୁ ଅଗ୍ରସର କରାଇବା କ୍ଷେତ୍ରରେ ନାରୀ କଵି ଶୈଳଜା କୁମାରୀ ଅପରାଜିତା ମହାନ୍ତି ଅନନ୍ୟ। ମଣିଷ ଜୀଵନର ସୂକ୍ଷ୍ମିତିସୂକ୍ଷ୍ମ ମୁହୁର୍ତ୍ତ,ଦାମ୍ଫତ୍ୟ ଜୀଵନର ହସ, ଅଶ୍ରୁ, ପ୍ରେମକୁ ନେଇ ଅସୀମା, ଵାରମ୍ଵାର ସ୍ବପ୍ନ, ସାମ୍ରାଜ୍ୟର ଆତ୍ମକଥା, ନିରଵ ଝଡ ତାଙ୍କ ଲେଖନିରେ ପରିପୃଷ୍ଟ। ଯାହାକୁ ପଢିବାକୁ ଆରମ୍ଭ କଲେ। ଶେଷ ନକରି ରହି ହୁଏ ନାହିଁ।
ସେପରି ଓଡିଆ ଵାଣୀ ଭଣ୍ଡାରକୁ ଜନପ୍ରିୟ ଉପନ୍ୟାସ ଲେଖିକା ପ୍ରତିଭା ରାୟ ଙ୍କ ଅଵଦାନ ଅତୁଳନୀୟ।

ଏକାଧିକ ସର୍ବଭାରତୀୟ ସାହିତ୍ୟପୁରଷ୍କାର(ମୂର୍ତ୍ତୀଦେବୀ,ଜ୍ଞାନପୀଠ)ବିଜେତାରୂପେ ସର୍ବଭାରତୀୟ ଖ୍ୟାତି ଅର୍ଜନ କରିଛନ୍ତି । ଜୀଵନ ପ୍ରେମ, ସମକାଳୀନସମାଜ,ପାରିବାରିକ ସମସ୍ୟା କୁ ଆଧାର କରି ଅନେକ ସୃଷ୍ଟି ସର୍ଜନା କରିଛନ୍ତି ଯେପରି ଅପରାଜିତା, ପୁଣ୍ୟତୋୟା, ମହାମୋହ, ଆଦିଭୂମି,ମଗ୍ନମାଟି,ମେଘମଦୁରଦେହାତୀତ, ସ୍ବପ୍ନମାଟି, ଶିଳ୍ପାପଦ ଅନନ୍ୟ। ଯାହା ଆମ ସାହିତ୍ୟରେ ଏତେ ସଂଖ୍ୟାରେ ଆଉ କେହି ଲେଖିନାହାନ୍ତି।
ପାରିବାରିକ ସ୍ନେହ ମମତା ଓ ସାମାଜିକ ଚଳଣି କୁ ନେଇ ଓଡିଆ ସାହିତ୍ୟ କୁ ଋନ୍ଧିମନ୍ତ କରିଥିବା ଅନନ୍ୟ ପ୍ରତିଭାଶାଳୀ କଵି ହେଉଛନ୍ତି ଵିଦ୍ୟୁତପ୍ରଭା ଦେଵୀ। ଅତି ସାବଲୀଳ ଭାଷାରେ ଓଡିଆ କଵିତା ଜଗତକୁ ସମୃନ୍ଧଶୀଳ କରିଛନ୍ତି।
ତାଙ୍କ କଵିତା ପଦ ସବୁ ସ୍ବଛନ୍ଦ, ଗତିସମ୍ପନ। ସଵିତା, କନକଞଳି, ମରୀଚିକା, ବନ୍ଦନିକା, ସ୍ବପ୍ନଦୀପ ,ସଞ୍ଚୟନ ପ୍ରଭୁତିରେ ନାରୀ ମନର ଵାସନା ଓ ପଲ୍ଲୀର ସରଳତା କୁ ନେଇ ଚମତ୍କାର ରୂପ ପ୍ରଦାନ କରିଛନ୍ତି।
ଅନ୍ୟତମ ସାଧିକା ଅପର୍ଣ୍ଣା ମହାନ୍ତି ଙ୍କ ସାଧନାପ୍ରଶଂସନୀୟ। ନାରୀ ପ୍ରତି ମର୍ଯ୍ୟାଦା ଵୋଧ, ମାନଵିକ ସମ୍ଵେଦନ କବିତାରେ ପରିଲକ୍ଷିତ। ଜୀଵନର ମୃତ୍ୟୁ ଚେତନା, ରହସ୍ୟ ଵାଦୀ ଚିନ୍ତାଧାରା ମାନ ସାହିତ୍ୟ କୁ ନୁତନ ଦିଶା ଯୋଗାଇଛି। ଅଵ୍ୟକ୍ତ ଆତ୍ମୀୟତା, ଅସିତ, ଅତିଥି, ପୂର୍ଣ୍ଣତମା, ଆଜିର ମଣିଷ ଆଦିରେ ଜୀଵନର ଅର୍ନ୍ତମୁଖୀ ଜଗତର ସୂକ୍ଷ୍ମିତିସୂକ୍ଷ୍ମ ଭାଵନାକୁ ପରିପ୍ରକାଶ କରେ।
ଶିକ୍ଷିତ ମଧ୍ୟବିତ୍ତ ର ମନ, ଧର୍ମ ଓ ଜଟିଳ ଜୀଵନ ଜିଞ୍ୟାସା କୁ ନେଇ ଇନ୍ଦ୍ରିୟା ଦାଶ ଏକ ପରିଚିତ ନାମ। କିଛି ସତ, ନଵଗୁଞର, ମନଦର୍ପଣ ପ୍ରଭୁତି ରଚନା ଦ୍ଵାରା ଜୀଵନକୁ ଭାଵାଦର୍ଶ ପୋଷଣ କରିଵା ସହ ମଣିଷର ମଣିଷପଣିଆକୁ ଗୁରୁତ୍ବ ଦେଇ ଓଡିଆ ସାହିତ୍ୟ କୁ ଆଗକୁ ନେବାରେ ଭୁମିକା ରହିଛି।
ପୁରୁଷ ପ୍ରଧାନ ସମାଜରେ ନାରୀର ଅଧିକାରକୁ ନେଇ ନାରୀ ସମ୍ମାନ, ମୁକ୍ତି ,ଭାବନା, ଚୌକି, ଦେଶାନ୍ତରୀ,ଅମୃତର ପ୍ରତୀକ୍ଷାରେ ଆଦି ରଚନା ଓଡିଆ ସାହିତ୍ୟ ଜଗତକୁ ସରୋଜିନୀ ସାହୁ ସୁସମୃନ୍ଧ କରି ଗଢିତୋଳିଛନ୍ତି।


ସାମାନ୍ୟ ଘଟଣାକୁ ନେଇ ନାଟକୀୟ ଭାବେ ମାନବିକ ମୂଲ୍ୟବୋଧର ଜଣେ କୃତଵିଦ୍ୟ ଲେଖିକା କଵିତା ବାରିକ ଙ୍କ ଅବଦାନ ଅତୁଳନୀୟ। ସଞ ଯେଵେ ଆସେ, ମନର ଘର, ଜୀଵନର ନଇ, ଗଙ୍ଗାଧରଙ୍କ ପ୍ରଭୁତିରେ ଓଡିଆ ପ୍ରତି ମମତା ସ୍ପଷ୍ଟ ଭାସିଉଠେ ତାଙ୍କ ଲେଖନୀ ମୁନରେ।
ମାନଚିତ୍ର, ସ୍ବୟଂବର, ଵିଦଗ୍ଧ ହୃଦୟ, ମୃଗୟା କାବ୍ୟ ଯାହା ପାଇଁ ଓଡିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଓ ପ୍ରିୟତମାର କଵି ଫନୀ ମହାନ୍ତି ଓଡିଆ ସାହିତ୍ୟ ଜଗତରେ ଆଧୁନିକ କଵି ଭାଵେ ସ୍ବକୀୟତା ରକ୍ଷା କରିଛନ୍ତି। ଓଡିଆ ଵାଣୀଭଣ୍ଡାରକୁ ନିଜର ଆବେଗଗତ ସମସ୍ୟା ମାନଙ୍କ ସହ କଳ୍ପ ଲୋକର କଥା ଓ ଦିବ୍ୟ ସ୍ପର୍ଶରେ ଉଜ୍ଜଳ ମୟ କରିଛନ୍ତି।
କେଵଳ ସେତିକି ନୁହେଁ ଅନ୍ୟତମ ନାରୀ ପ୍ରତିଭାଦିପ୍ତ କଵି ଗାୟତ୍ରୀ ଵାଳା ପଣ୍ଡା ଆହତ ପ୍ରତିଶ୍ରୁତି, ଅଷ୍ଟମ ଇଶ୍ବର, ଅଣାୟତ୍ତ ଗାଁ ସୃଷ୍ଟି ରେ ଗଭୀର ମାନଵଵାଦ ସହ ଜୀଵନର ଗାଥା ପ୍ରଭୁତିରେ ଖୁଵ ସହଜରେ ଉଲ୍ଲେଖନୀୟ ।
ଓଡ଼ିଆ ସାହିତ୍ୟ ର ଜଣେ ରମାଦେବୀ ଚୌଧୁରୀ ଉଜ୍ଜଲ୍ୟମାନ ତାରକା। ସାହିତ୍ୟ ସାଧନା ଓ ଓଡିଆ ସାହିତ୍ୟ କୁ ସମୃଦ୍ଧ କରିଵାରେ ରମାଦେବୀ ଙ୍କ ଭୂମିକା ଅତୁଳନୀୟ। ତାଙ୍କର ଆତ୍ମଜୀବନୀ ଜୀଵନ ପଥେ ରେ ଜୀଵନର ଘାତ ପ୍ରତିଘାତ ଘଟଣାବଳୀ ଉଲ୍ଲେଖ। ଯାହା ଓଡିଆ ଆତ୍ମଜୀବନୀ ରେ ଏକ ଅନଵିଦ୍ୟ ସ୍ବାକ୍ଷର।
ଏହିପରି ଓଡିଆ ସାହିତ୍ୟ ଜଗତକୁ ଅଗ୍ରଗାମୀ କରିଵା କ୍ଷେତ୍ରରେ ଲବ୍ଧପ୍ରତିଷ୍ଠିତ ନାରୀ କବିଙ୍କ ଅବଦାନ ଅତୁଳନୀୟ। ତାଙ୍କର ଗଭୀର ଚେତନାବୋଧ, ମନନଶୀଳ ଲେଖନୀ, ଓ ଉନ୍ନତ ଚିନ୍ତାଚେତନା ଓଡିଆ ଜଗତକୁ ନୁତନ ଖୋରାକ ଯୋଗାଇ ପାରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ପରମିତା ଶତପଥୀ, ଶୈଳଜା କଵି, ଶକୁନ୍ତଳା ଦେଵୀ, ଯୋଶଧାରା ମିଶ୍ର,ରେଵା ରାୟ ଏଵଂ ପ୍ରମିଳା ନାୟକ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ (ନାଲି ସୂରୂଜ ଵୁଣେ ମୁରୁଜ), ଵିଣାପାଣି ମହାନ୍ତି ଯାହାଙ୍କ ଗଳ୍ପ ପାଟ୍ଟ ଦେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ , ମାନସୀ ଦାଶଙ୍କ ନିସ୍ତଵ୍ଧ କୋଳାହଳ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ଏଇ ପ୍ରତିଭାଦିପ୍ତ ନାରୀ କଵିମାନଙ୍କ ପାଇଁ ଓଡିଆ ସାହିତ୍ୟ ରୁନ୍ଧିମନ୍ତ ହୋଇଛି।



ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡ଼ା

Loading

Leave a Reply

Your email address will not be published. Required fields are marked *