*ପୁସ୍ତକ ସମୀକ୍ଷା*
ପୁସ୍ତକ ନାମ- ତିଳୋତ୍ତମା
ସଂପାଦନା: ଡଃ ଗଗନ ଚନ୍ଦ୍ର ଦେ
ପ୍ରକାଶକ: ଓମ୍ ବୁକସ୍, ଦୋଳ ମଣ୍ଡପ ସାହି, ପୁରୀ ।
ପ୍ରକାଶ କାଳ: ମାର୍ଚ୍ଚ ୨୦୨୨
ମୂଲ୍ୟ-୨୫୦ ଟଙ୍କା, ପୃଷ୍ଠା- ୨୫୪
ISBN:978-93-91510-93-0
ସମୀକ୍ଷା: ସନାତନ ମହାକୁଡ
ଦିବଂଗତା ତିଳୋତ୍ତମା ଦେବୀଙ୍କ ପ୍ରଥମ ବାର୍ଷିକ ସାୟାହ୍ନରେ
ମାତୃତତ୍ତ୍ଵ ଆଧାରିତ ସ୍ମରଣିକା ‘ତିଳୋତ୍ତମା’ ପ୍ରକାଶିତ ହୋଇଛି ।
ଏହାର ସଂପାଦନା ଦାୟିତ୍ଵ ବହନ କରିଛନ୍ତି ଜ୍ୟେଷ୍ଠ ପୁତ୍ର ଡଃ ଗଗନ ଚନ୍ଦ୍ର ଦେ । ‘ତିଳୋତ୍ତମା’ ଏକ ସ୍ମରଣିକା ନୁହେଁ ବରଂ ଏକ ମାତୃତତ୍ତ୍ଵ ସମ୍ବଳିତ ପୁସ୍ତକ, ସଂକଳନ ତଥା ଗବେଷଣାଧର୍ମୀ ଦସ୍ତକ କହିଲେ ଠିକ୍ ହେବ । ଏଥିରେ ଓଡ଼ିଆ ଭାଷାରେ ସମୃଦ୍ଧ ବହୁ ନୂତନ ଓ ପୁରାତନ ସ୍ରଷ୍ଟାଙ୍କ ମାତୃଶକ୍ତି ସମ୍ବଳିତ ସୃଜନୀ ସ୍ଥାନୀତ ହୋଇଥିଲେ ହେଁ ଅନ୍ତିମ ଭାଗରେ ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଆଦି ଭାଷାର କିଛି ଆଲେଖ୍ୟ ସ୍ଥାନୀତ ହୋଇଛି । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ, ପ୍ରାଧ୍ୟାପକ ଓ ଅଧ୍ୟକ୍ଷ ପର୍ଯ୍ୟନ୍ତ ବହୁ ବୃତ୍ତିର ବୁଦ୍ଧିଜୀବୀଙ୍କ ସୃଷ୍ଟିରେ ମଣ୍ଡିତ ହୋଇଛି ସମଗ୍ର ପୁସ୍ତକଟି । ପୁସ୍ତକଟିର ଆରମ୍ଭ ଓ ଶେଷରେ କିଛି ବାର୍ତ୍ତା ରହିଥିଲେ ହେଁ ପର୍ଯ୍ୟାୟକ୍ରମେ ସ୍ମୃତିରେ ସ୍ମୃତିରେ ତିଳୋତ୍ତମା, ତିଳୋତ୍ତମା ମାତୃମହିମା, ପ୍ରଶସ୍ତି, ମାତୃକୃପା ଓ ଉପାସନା, ମାତୃ ମମତା ଓ କର୍ତ୍ତବ୍ୟ, ଗଳ୍ପ ଓ ସ୍ମୃତି ଅନୁଭୂତି, ମାତୃ ବନ୍ଦନା, ମାତୃ ମମତା, ଇତ୍ୟାଦି ଶୀର୍ଷକରେ ରହିଛି ବହୁ ଗଳ୍ପ,ପ୍ରବନ୍ଧ, କବିତା, ସ୍ମୃତି ତଥା ଅନୁଭୂତିର କଥା । ସାମଗ୍ରିକ ଭାବରେ ସଂଗ୍ରହ କରି ରଖିଲା ଭଳି ପୁସ୍ତକଟିଏ ‘ତିଳୋତ୍ତମା’, ଯାହା ପାଠକ ଓ ସ୍ରଷ୍ଟାଙ୍କ ଭାବନା, ମନସ୍ତତ୍ତ୍ୱ ତଥା ଗବେଷଣା ଆଦି ବିଭିନ୍ନ ଦିଗକୁ ଆକର୍ଷିତ କରିବ ଏହା ନିଃସନ୍ଦେହ ।