ତଥାପି ସେ …………
🙏.
ନୁହେଁ ମୁଁ ଉଜ୍ବଳ ଆଲୋକଟିଏ
ମୁଁ ସେଇ ଦୁଃଖ ଇଲାକାର
ନିଃସ୍ଵ ମଣିଷଟିଏ ।।
ଜନମ ମରଣର ମୁଁ ଏକ କାରଣ
ଅକାରଣେ ଖାଲି
ହୁଏ ଏ ମୋର ବୋଲି
ସେଥିପାଇଁ ମୋତେ କେତେ ବାରଣ।।
ମାଟିରୁ ଆକାଶ ଦେଖିଲି ସବୁ ଶୂନ୍ୟ
ତଥାପି ମଳୟ ବହେ ଏଠି
ଝାଞ୍ଜି ଖରା ବି ହୁଏ ।।
କାହିଁ ଏଧରା ସହୁଛି ଧୂଳି ହୋଇ ଏତେ
ପଚାରିଲି ଧରାକୁ ସହି ସହି ବୋଧେ
ଚଉଡା ହୋଇଛି କି ତୋ ଛାତିର ଧାର
ତଥାପି ତୁ ହସୁଛୁ ପାଷାଣ ପାଲଟି ।।
ପ୍ରତ୍ୟୁଷର ସତେଜ ଫୁଲଟି
ସନ୍ଧ୍ୟା ନ ଆସୁଣୁ ଖୋଜେ ସେ ତା ପଥଟି
ତଥାପି ସେ ଫୁଲ କାହିଁ ଫୁଟେ ।।।
ଯେତେ ଦୂର ଉଡେ ବିହଙ୍ଗବିହାର
ପୁଣି ଫେରେ ତା ନୀଡ଼
ତଥାପି ସେ ଉଡେ ବହୁ ଦୂର
ମୋତେ ଲାଗୁଛି ଏସବୁ ବୋଧେ
ଅବନୀର ଜୀବନ ସ୍ଵର ।।
🙏
Sarojini Rout Mohanty