ଥରୁଛି ଏ ଜୀବନ
ଦେଶ ବିଦେଶରେ ଜଳୁଛି କାହିଁ ସେ ବିଷ
କି ଏଠି ଶାସନ ଚାଳିଛି ଅଛୁଆଁ ଦ୍ରବ୍ୟର ମାନ,
ଧନିଆ ଗରିବ ଏଠି ଏକା ସମାନ
ମଧ୍ୟମ ଧରଣ ସମାଜ ଭିତରେ ମନର ବିଘଠନ।
ଜଳୁଛି ହୃଦୟର ଏଠି ଜୀବନ
ଖଇବା ବଂଚିବା ନାହିଁ ସମାନ,
କିଣା ବିକା ଅନେକ ମୂଲ୍ୟବାନ
ବଂଚିବା ନୁହେଁ ଏଠି ସକଳ ମହାନ।
ଧନୀକ ପାଖରେ ଦେଶ ମହାନ
ଗରିବଙ୍କ ପାଖରେ ତୋରାଣି କଂସା ସମାନ,
ମଧ୍ୟମ ଶ୍ରେଣୀର ଲୋକ କରନ୍ତି ଚିରନ୍ତନ
ମୁଠାଏ ଅନ୍ନ ପ୍ରସାଦ ପାଇଁ ଘଟେଏ ଜୀବନ।
ହୁ ହୁଏ ଏଠି ବଢେ ଏଠି ଦ୍ରବ୍ୟ ମାନ
କିଣିବା ପାଇଁ ହାତ ଯାଏ ନିଜ ସପନ,
କି ଅବା ଘଟୁଛି ଦେଶ ବିଦେଶ ଅଭାବ ମାନ
ଥରୁଛି ହୃଦୟ ଆଜି ସମାଜରେ ପ୍ରଜ୍ଜଳିତ ଜୀବନ।
ନରସିଂହ ଆଚାର୍ଯ୍ୟ
ନଳବଣ୍ଟା, ଆସିକା, ଗଞ୍ଜାମ।