ବର୍ତ୍ତମାନ ହିଁ ମୂଲ୍ୟବାନ୍
ଶରତ ଚନ୍ଦ୍ର ପଣ୍ଡା
ଯାଜପୁର
ଭୂତ ଅଟେ ମୃତ ଲେଉଟେ ନାହିଁତ
ପାଶ୍ଚାତାପ ମୂଲ୍ୟହୀନ,,
ଭବିଷ୍ୟ ଅଜନ୍ମା ଚିନ୍ତ ନାହିଁ ଜମା
ବହୁମୂଲ୍ୟ ବର୍ତ୍ତମାନ ll 1
ଭବିଷ୍ୟ ସ୍ୱପ୍ନିଳ ମନୋହର ଶୀଳ
କଳ୍ପନାରେ ବିତେ ଦିନ,,
ଅତୀତ ଭବିଷ୍ୟ ଅସତ୍ୟ ଅବଶ୍ୟ
ବିନା ଫଳେ ଭାଳେ ମନ ll 2
ଆଜ୍ଞା ବର୍ତ୍ତମାନ ମହା ମୂଲ୍ୟବାନ
ବର୍ତ୍ତମାନେ ବଞ୍ଚି ଶିଖ,,
ନୁହେଁସେ କଳ୍ପନା ବାସ୍ତବତା ସିନା
ସତ୍ୟ ସେତୁ ତାହା ଦେଖ ll3
ବର୍ତ୍ତମାନ ଶକ୍ତି ଜୀବନ୍ତ ପୂର୍ଣ୍ଣଟି
ସମ୍ଭାବନା ଯାହା ଧେୟ,,
ସଂସାରେ ଯେତେକ ମହାନ ପ୍ରତ୍ୟେକ
ଭାବିନି କେ ଜଣେ ହେୟ ll 4
ସୁବିନିଯୋଗଟି ବିଫଳତା ଘାଟି
ଟପି ସଫଳତା ମିଳେ,,
ଦୁରୁପଯୋଗରେ ସମ୍ଭାବନା ଦୂରେ
ଇଚ୍ଛା ଶକତି ମଉଳେ ll 5
ବର୍ତ୍ତମାନ ଆମେ ସ୍ୱୀକାର ସଂଭ୍ରମେ
ଶ୍ରେଷ୍ଠତାକୁ ପ୍ରାପ୍ତି ହେବା
ପ୍ରତ୍ୟେକ କ୍ଷଣକୁ ସୃଜନ ଗୁଣକୁ
ନୂତନତ୍ୱେ ସଂପି ଦେବା ll 6
ଆବଶ୍ୟକତାକୁ ଗଠନ ଦିଗକୁ
ସନ୍ଧନେ ନିବିଷ୍ଟ ହେବା,,
ଯାହା ପାଶ୍ଚାତାପ କଳ୍ପନା ବିଳାପ
ପଣ୍ଡିତେ ହେ ପାସୋରିବା ll 7
36 total views, 1 views today