===ମଣିଷ ଜୀବନ===
ଆସିଛୁ ଏ ଦୁନିଆକୁ
ଅଭିନୟ କରିବାକୁ,
ଅଭିନୟ ସାରି ସର୍ବେ
ଯିବା ସେଇ ମସାଣିକୁ।(୧)
କରେ କିଏ ହିଂସା ପୁଣି
କିଏ କରେ ଅହଂଙ୍କାର,
ଜାଣି ନ ହୁଏ କେଉଁ
ଅଭିନୟ ଯେ କାହାର।(୨)
କ୍ରୋଧ କରିଥାନ୍ତି ପୁଣି
ଆଉ କିଏ ଯେ କୃପଣ,
କିଏ ପୁଣି ଅପମାନ
ଥାଏ କାହା ସ୍ବଚ୍ଛ ମନ।(୩)
ଦୁଃଖ ହୁଏ ବେଳେବେଳେ
କେବେକେବେ ପୁଣି ସୁଖ,
ଦେଖାଇ ଥାଉ ଯେ ଏଇ
ଦୁନିଆକୁ ଆମ ମୁଖ। (୪)
କେତେବେଳେ ଟିକେ ହସ
ପୁଣି କେତେବେଳେ କାନ୍ଦ,
ବନ୍ଧା ହୁଏ ଟି ମଣିଷ
ଜୀବନ ରେ ଭଲମନ୍ଦ।(୫)
ଦୁନିଆ ଟି ରଙ୍ଗ ମଞ୍ଚ
ଅଛି ଆଉ ଏଠି କଣ,
ମିଛରେ କରିଥାନ୍ତି
ସଭିଏ ଯେ ଅଭିମାନ।(୬)
ଆସିଛୁ ଶରୀର ନେଇ
ସାଜିବ ଯେ ଦିନେ ସେଇ,
କେବେ ଖରା କେବେ ଝାଇ
ମଣିଷ ଜୀବନ ଏଇ।(୭)
କେହି ଏଠି ରହି ନାହି
ରହିବେନି ଏ ମଞ୍ଚରେ,
ନିଜ ଅଭିନୟ ସାରି
ସର୍ବେ ଯିବେ ସ୍ବର୍ଗ ଦ୍ଵାରେ।(୮)
✍️ଦୀପାଳି ମେହେର ✍️
ଖଇରପାଲି, ପଦ୍ମପୁର, ବରଗଡ଼