ତୁମେ ଗଲା ପରେ
ଦିଗନ୍ତ ସେପାରେ ଜହ୍ନ
ଯେମିତି ଲୁଚି ରହି ଉଇଁବାକୁ ଚାହୁଁଛି ।
ନୀଳ ଆକାଶର ବାଦଲ ଭିତରେ
ଖୋଜୁଛି ଆଜି ପୁଣି ନିଜର ଅସ୍ତିତ୍ବ ,
ଏ ଆକାଶ କଣ ଭୁଲିପାରିବ
ସେ ବିରହୀ ରାତିର ହୃଦୟ ଦରଦ..?
ନା ସେ ଅନ୍ଧାର ରାତି କେବେ ବୁଝି ପାରିବ..?
ବିଶାଳ ଆକାଶ ମନର କୋହ କୁ,
କଣ ଫୁଟି ଉଠିବ ସେ ଝରାଫୁଲ..?
ନା ପୁଣି ଫେରି ଆସିବ ଅତୀତ..?
ତୁମ ଆଖିରେ ଦେଖିଥିଲି ଅହେତୁକ ଆକର୍ଷଣ ,
ତୁମ ପାଖେ ଦେଖିଥିଲି ସ୍ନେହ ମମତା ଧାରା।
ମୁଁ ଦେଖିଥିଲି ଦିନେ
ନିଶବ୍ଦ ରାତିରେ ତୁମ ଝାପ୍ସା ମୁହଁ ।
କେତେ ଯେ ସ୍ୱପ୍ନ ଦେଖିଥିଲି ତୁମ ପାଇଁ ।
ହଠାତ୍ କଳାମେଘ ଘୋଟି ଆସିଲା ଜୀବନରେ।
ସେ ସ୍ୱପ୍ନ ସବୁକୁ
ବାସ୍ତବତାର ରୂପ ଦେବାକୁ ଗଲା ବେଳେ
ସ୍ୱପ୍ନମାନେ ପାଲଟି ଗଲେ ସ୍ମୃତିର ସମାଧି
ଆଉ ମୁଁ ପାଲଟିଗଲି
ଅଜଣା ରାଇଜର ପଥୁକୀ ଟିଏ।
ସେ ବା କେମିତି ବୁଝି ପାରିବେ
ମୋ ଅନ୍ତର କୋହ କୁ ,
ସେ ବିଗତ ଦିନର ସ୍ମୃତି ସବୁ
ଦଂଶନ କରୁଛି ପ୍ରତ୍ୟେକଟି ମୁହୂର୍ତ୍ତ ରେ।
ଆଶା ସବୁ ପାଲଟି ଗଲେଣି
ନିରାଶାର ଭସାବାଦଲ ରେ।
ମୁଁ ପଥୁକୀ ଟେ ସାଜିଯାଏ କଣ୍ଟକିତ ରାସ୍ତାର ।
ଯେବେ ସ୍ମୃତି ସବୁ ଝରିପଡନ୍ତି ମୋ
ଚଲାପଥେ ରକ୍ତିମ ଧାରା ରେ ।
ବୋଧେ ସେଥିଲାଗି ଆଜି
ସଂକୀର୍ଣ୍ଣ ହୋଇ ଯାଇଛି
ସ୍ୱପ୍ନ ସବୁ ମୋ ଆଖି ଭିତରେ ।
ସୌମ୍ୟା ପ୍ରିୟଦର୍ଶିନୀ
ଜଗତସିଂହପୁର, ତିର୍ତ୍ତୋଲ