ହେ ଡାଏରୀ
ତୋ ଦେହେ ଭରି ଦେଇଛି ମୋ
ଅତୀତ,ବର୍ତ୍ତମାନ
ତୁ ତୋ ମୋ ଭଙ୍ଗା ହୃଦୟ କୁ
ଶଦ୍ଦ ମାଧ୍ୟମ ରେ ଏକେ କରି ଦେଉଛୁ ତୋ ବକ୍ଷ ରେ
ବିନା ସ୍ବାର୍ଥ ରେ
ତୋ ସବୁ ପୁରୁଣା ପୃଷ୍ଠା
ଯନ୍ତ୍ରଣା ଦେଲେ ମଧ୍ଯ
ସେ ସବୁ କିନ୍ତୁ
ଆଜି ବି ମୋ ପାଇଁ ସଫଳତା ର
କାରଣ ବୋଲି ଦଣ୍ତାୟମାନ
ମୋ ଜୀବନ ରେ ଘଟିଯାଇଥିବା
ପ୍ରତିଟି କଥା
ତୋତେ କି ଅଛପା
ତୁ ଯେତେ ବି ପୂରଣା ହୋଇଯାଉଛୁ
ତୁ ଆଜି ବି ମୋ ପାଇଁ ସେମିତି ନୂଆ ହୋଇ
ଚିକ ଚି଼କ ହୋଇ ଝଲସି ଉଠୁ
ମୋ ଆଖି ପଲକ ରେ
ମୋ ସବୁ ସ୍ମୃତି କରି ଦେଇଛି
ତୋ ଆଗେ ଇଙ୍ଗିତ
କେତେ ଯେ ଆଖି ରୁ ଲୁହ ନିଗାଡି
ତୋ ବକ୍ଷ ରେ କେତେ ଯେ କରିଛି ଓଦା
ରହିଥା ତୁ ସାଥେ ମୋ ସବୁବେଳେ
ମୋ ସାଥି ଟି ଏ ହୋଇ
କାରଣ ଦୁଃଖ ଶୁଣିବା ପାଇଁ
କାହାର ଯେ ଆଉ ସମୟ ନାହିଁ ।