ମୋ ନିରୋଳା ମୁହୂର୍ତ୍ତ ସାଥି
ମୋ ନିରୋଳା ମୁହୂର୍ତ୍ତ ସାଥି
ତୁମେପରା ଚକାଆଖି।
ମୋ ଉଦାସ ମନର ଜହ୍ନ
ତୁମକୁ ଦେଖି ଵୁଝେ ମନ।
ସଵୁ ଆରମ୍ଭ ତୁମେହିଁ ଇତି।
ମୋ ନିରୋଳା….
ମୋ ଉଦାସ ଆଖିର ଲୁହ
ହୋଇ ପ୍ରଭୁ ତୁମେହିଁ ଵୁହ।
ମୋ ଶୁଖିଲା ଓଠର ହସ
ତୁମେ ପରା ଜଗନ୍ନାଥ।
ଆଶା ବାଦଲ ହୋଇ ଆସି
ନିରାଶା ମନେ ଯାଅ ଭାସି।
ମୋ ନିରୋଳା….
ମୁଁ ଖଞ୍ଜ ହେଲେ
ତୁମେ ଜଷ୍ଟି
ମୁଁ ଅନ୍ଧହେଲେ ତୁମେ ଦୁଷ୍ଟି
ତୁମ ସର୍ଜନାର ମୁଁ ଶ୍ରେଷ୍ଠ ସୃଷ୍ଟି
ଚାହେଁ ତୁମଠି ଯିବାକୁ ମିସି।
ମୋ ନିରୋଳା…..
ସରିତା ଶତପଥି
ମାଲକାନଗିରି