ଆମେ ଭାରତୀୟ ଅଟୁ
ଆସ ଆମ ସମ୍ମୁଖ କୁ
ଚିହ୍ନିବାକୁ ଚେଷ୍ଟା କର
ଆମେ ସିଏ,
ଯିଏ ତୀର ମାରି ଧରିତ୍ରୀରୁ ଧାରା ବୁହେଇ ଦେଇଥିଲୁ
ଗୋଟିଏ ଆଙ୍ଗୁଳିରେ ଗୋବର୍ଦ୍ଧନ ଉଠେଇ ଦେଇଥିଲୁ
ଆମେ ସିଏ,
ଯିଏ ଚକ୍ରବ୍ୟୁହରୁ ବାହାରିବା ବିଦ୍ୟା ନ ଜାଣି ମଧ୍ୟ
ନିର୍ଭୀକରେ ଚକ୍ରବ୍ୟୁହରେ ପସିଗଲୁ।
ଆମେ ସିଏ
ଯାହାର ଫିଙ୍ଗିଲା ପଥର ପାଣିରେ ପହଁରି ଗଲା,
ଆମେ ମାରିବା ବି ଜଣିଛୁ,
ଆଉ ବଞ୍ଚେଇବା ବି ଜାଣିଛୁ
ଆମେ ଶତ୍ରୁ ପାଇଁ ଲଢୁଆ ଜାହାଜ ବନେଇଲୁ
ଯେତେବେଳେ ଜୀବନର ଗତିପଥ ଅଣନିଶ୍ୱାସୀ ହୋଇଗଲା
ସେତେବେ ଆମେ covid Vecsinବନେଇଲୁ।
ଲେଖିଦେଲୁ ସେହି vecsine ରେ ସର୍ବେ ସନ୍ତୁ ନିରାମୟା।
ଅତଃଏବ, ହେ ଈଶ୍ୱର ଆମକୁ ଏବଂ ସମସ୍ତଙ୍କୁ କରନ୍ତୁ ଦୟା।
ଆମେ ବୀର ଯୋଦ୍ଧା ଅଟୁ ,ସାହସୀ ଅଟୁ,
ତୋଫାନ ସହିତ ଖେଲିବା ଜାଣିଛୁ,
ବିଜୁଳୀ ସହିତ ଜଳିବା ଜାଣିଛୁ।
ଆମେ ଶାନ୍ତିର ପ୍ରତୀକ ଅଟୁ,
ମାନବିକାତାର ଆଲୋକ ଅଟୁ,
ଚିହ୍ନିବାକୁ ଚେଷ୍ଟା କର,
ଆମେ ଭାରତୀୟ ଅଟୁ ,ଆମେ ଭାରତୀୟ ଅଟୁ,
ରୀକ୍ଷିରାମ ମେହେର,
ସାନପୋଡ଼ାଗୁଡା,
କୋକସରା, କଳାହାଣ୍ଡି।