ହଜି ଯାଇଛି ମୋ ପିଲାଦିନ
ପିଲାବେଳ କଥା ସୃତିରେ ଆସିଲେ
ମନେ ପଡେ ଗାଁ କଥା
ଅତୀତ ର ସୃତି ଜୀବନ୍ତ ହୁଅନ୍ତି
ଭାବିଲେ ତ ଲାଗେ ବ୍ଯଥା…
ଯେଉଁ ଅତୀତରେ ଖୁସି ଭରିଯାଏ
ମୋର ସେଇ ପିଲା ବେଳ
ଟିକେ ରାଗ ରୁଷା ଟିକେ କଟିମିଟି
ପୁଣି ହୁଏ ସାଂଗ ମେଳ।
ମୋ ପିଲାଦିନରେ ସାଂଗଙ୍କ ମେଳ ତ
ସବୁ ଠୁ ଥିଲା ନିଆରା
ବୋହୁ ଚୋରୀ ପୁଣି କବାଡି ଖେଳ ରେ
ବାଧୁ ନ ଥିଲା ତ ଖରା।
ଛୁଟି ଦିନେ ଆମେ ସାଂଗ ସାଥି ମେଳେ
ବଣଭୋଜି କରିଥାଉ
ଯାହା ରାନ୍ଧିଥାଉ ଅସ୍ବାଦ ଲାଗେନା
ଆନନ୍ଦରେ ଖାଇ ଥାଉ।
ସଂଧ୍ଯା ହେଲେ ଆମେ ଜେଜେ ପାଖେ ବସୁ
ପିଲା ବେଳ କଥା କହନ୍ତି
ଚାଟଶାଳୀ ପାଠ ଶେର ମାଣ ମାପ
କେତେ ମଜା କଥା ଗପନ୍ତି।
ଜେଜେଙ୍କର ଗାଳି ଗାଁ ଦାଣ୍ଡ ଧୂଳି
କପଟ ନ ଥାଏ ସେଥିରେ
ଆକଟ ଭିତରେ ସ୍ନେହ ଲୁଚିଥାଏ
ପ୍ରକୃତ ଆତ୍ମୀୟ ସେହି ରେ..
ଆଜି ସେ ନାହାନ୍ତି ଅଫେରା ରାଇଜେ
ସ୍ମୃତି ସବୁ ମନେ ପଡେ
କେବେ ଫେରିବନି ପିଲାବେଳ ମୋର
ଆଜି ବି ତାଂକୁ ମୁଁ ଝୁରେ..
ଶୀତ ଦିନେ ଆମେ ଚୁଲି ପାଖେ ବସୁ
ଜେଜେମା କାହାଣୀ କହେ
ଚୁଲି ପାଖେ ଥିଲେ ଥଣ୍ଡା ତ ଲାଗେନା
ଗରମ ପବନ ବହେ।
ଆଜି ତ ସମସ୍ତେ ଗାଁ ଛାଡୁଛନ୍ତି
ଗାଁ’କୁ ଅଲୋଡା କରି
ସହର ର ସୁଖ ଗାଁ ରେ ମିଳେନା
ମିଛ ଭାବନା କୁ ଧରି…
ସୁଜାତା ପତି,ଭୁବନେଶ୍ୱର