ଶୀର୍ଷକ:–ଚାଲ ଆମେ ସବୁଜ ବନିବା
ଗାଁ ସହରର ପ୍ରକୃତି ଉପମା
କାହିଁ ସବୁ କିଛି ଗଲାଣି
ନାହିଁ ବୃକ୍ଷ ମାନ ସବୁଜ ରଙ୍ଗର
ତାପମାନ ବୃଦ୍ଧି ହେଲାଣି।
ଗାଁ ସହରରୁ କାଠି କୁଟା ନେଇ
ବୃକ୍ଷମାନ ସବୁ ମଲେଣି
ଲୁଚି ଛପି କାନ୍ଦି ଦେଖୁଛି ସଭିଙ୍କୁ
ସବୁଜ ରଙ୍ଗର କାହାଣୀ।
ଚାଲ ଆମେ ଏବେ ସବୁଜ ବନିବା
ବୃକ୍ଷକୁ ରୋପିବା ଯାଇ
ଘରେ ଘରେ ସବୁ ସବୁଜ କରିବା
ଆଗକୁ ସମସ୍ୟା ନାହିଁ।
ଅମ୍ଳଜାନ ପାଇ ଜୀବନ ଦେଖିବା
ସୁସ୍ଥ ପରିବେଶେ ରହି
ସବୁଜ ରଙ୍ଗର ବୃକ୍ଷମାନେ ସତେ
ଔଷଧରେ ଭରି ଥାଇ।
ଚାଲ ଆମେ ଏବେ ସବୁଜ ବନିବା
ସବୁଜ ବୃକ୍ଷକୁ ନେଇ
ସବୁଜ ବୃକ୍ଷର କି ଗୁଣ ଗାଇବା
ନିଅଣ୍ଟ ପଡ଼ିବ କହି।
ଥାଇ କୋଠାବାଡ଼ି ନାହିଁ ଜୀବନଟା
କି ଯଶ ପାଇବା ତହିଁ
ଚାଲ ଆମେ ସବୁ ସବୁଜ ବନିବା
ବୃକ୍ଷ ଅଭିଯାନ ପାଇଁ।
କୁସୁମ କୁମାରୀ ପଣ୍ଡା
ବ୍ରହ୍ମପୁର, ଗଞ୍ଜାମ