ବନ୍ଧୁତା ଏକ ସମ୍ମୋହନ
ଅଦୃଶ୍ୟ ବନ୍ଧନ ଅତୁଟ ସ୍ମାରକ
ବନ୍ଧୁତ୍ୱ ହସଇ ଧୀରେ,
ଭାଗ୍ୟବାନ ସିଏ ଲଭଇ ମହକ,
ବନ୍ଧୁର ଭାବନା ଧାରେ l
ବନ୍ଧୁ ବିନା ଆନ ଦୁନିଆ ବୁକୁରେ,
ହା ‘ହୁତାଶ ଭରା ଭାବ,
ବନ୍ଧୁଟି ଗଢିଲେ, ବନ୍ଧୁତା ଆଧାରେ,
ମଧୁର ମଧୁର ସୁର l
ବନ୍ଧୁ ଥିଲେ ପାଶେ ଏ ମନଟା ହସେ,
ନ ଥାଏ ଶୋଚନା ମନେ,
ସମସ୍ତ ବିପଦ ଟଳି ଟଳି ଆସେ,
ଜ୍ଞାନ, ଗାରିମାର ସ୍ଥାନେ l
ବନ୍ଧୁତା ଦିବସ କେବଳ ନୁହଁଇ
ଗୋଟିଏ ଦିନର ଖେଳ,
ପ୍ରତ୍ୟେକ ଦିବସ ବନ୍ଧୁଟି ଜାଣଇ
ଥିଲେ ମନେ ମନ ମେଳ l
ସୁଖ, ସହଯୋଗ, ଅନ୍ତରଙ୍ଗତାକୁ,
ବନ୍ଧୁ ଅବଦାନେ ଖୋଜେ,
ବିପଦ, ଆପଦେ ଆସେ ଦୁଆରକୁ,
ବନ୍ଧୁ ପରି କିଏ ସାଜେ !
ଚିନ୍ମୟୀ ମହାପାତ୍ର,
ଅନଗୁଳ l
Chinmayee Mohapatra
Angul