ଯୈ।ଥ ପରିବାର
ଏବେ ଆଉ କାହିଁ, ଦେଖାଯାଉ ନାହିଁ
ଯୈ।ଥ ପରିବାର ଟିଏ,
ଯଦିଵା କେଉଁଠି,ଥିବ ଲୁଚି ଛପି
ହାତରେ ଗଣତି ହୁଏ।
ଏବେ ଗୋଟିଏ ରୁ, ଅଧିକ ସନ୍ତାନ
ଚାହାନ୍ତିନି ମାଆ ବାପ,
ସେତେବେଳେ ସିନା,ଗୋଟିଏ ବାପର
ଥିଲେ ସନ୍ତାନ ଅନେକ।
ସବୁ ସନ୍ତାନଙ୍କୁ, ଗୋଟେ ଛାତ ତଳେ
ମଣିଷ ସେ କରୁଥିଲେ,
ସେଇ ପୁଅ ଏବେ, ଗୋଟେ ରୁ ଅଧିକ
କେବେହେଲେ ନ ଚାହିଁଲେ ।
କେଉଁଠୁ ଆସିବ,ଯୈ।ଥି ପରିବାର
ନିଜ ହାତେ ନିଜେ ରାଜା,
ସିଏ କି ଜାଣିବେ,କକା ଖୁଡି ଦାଦା
ଏକାଠି ରହିବା ମଜା ।
କିଏ କାଟି ଦିଏ, କିଏ ବାଟି ଦିଏ
କିଏ ଛଣା ଛଣି କରେ,
ରୋଷେଇ ସରିଲେ,ଆନନ୍ଦ ମନରେ
ଖାଉଥିଲେ ଧୀରେ ଧୀରେ।
ନିଜ ନିଜ ମଧ୍ୟେ, କେତେ ହସ ଖେଳ
କଉଡ଼ି ବା ଲୁଡୁ ଧରି,
ଖେଳୁଥିଲେ ଖେଳ, ସାଙ୍ଗ ସାଥି ହୋଇ
ଛୁଟେ ଆନନ୍ଦ ଲହରୀ।
ଆଗେ ଥିଲା କଥା,କଳି କରୁଥିଵ
ସାଥେ ଯଦି ଥିବ ଭାଇ,
କ୍ଷୀର ଖାଇବାକୁ ବାକୁ,ଵଳାଇଲେ ମନ
ଘରେ ରଖି ଥିଵ ଗାଈ ।
ରାମାୟଣ ଭଳି, ପୁରାଣ ରୁ ଶିକ୍ଷା
ଯେତେ ବି ପାଇଲେ ଯିଏ,
ଲକ୍ଷ୍ମଣ ନଥିଲେ,ବନରେ ରାମଙ୍କୁ
ସାହାଯ୍ୟ କରନ୍ତା କିଏ।
ସେ ସବୁ ପୁରାଣ,ମନୁ ଭୁଲିଯାନ୍ତି
ଏକରେ ସୀମିତ ଯେବେ,
ସମୟ ଆସିବ, ଦାଦା ବା ଦେଠେଇ
ପଦକୁ ବି ଭୁଲି ଯିବେ।
କକା କ’ଣ ଵୋଲି, ପୁଅ ପଚାରିବ
ଖୁଡି କାହାକୁ ଯେ କୁହ,
ସେତେବେଳେ ଆମ,ପାଶରେ ଉତ୍ତର
କିସ ଦେବା ଭାବୁ ଥାଅ।
ସେଥିରୁ ପିଲାଏ,ସେବା ମନ ବୃତ୍ତି
ଶିକ୍ଷା କରୁଥିଲେ କେତେ,
କକା ଦାଦା ଆସି,ଗେଲ କରୁଥିଵା
ସପନ ହୋଇଵ ସତେ।
ଅଶୋକ ସାର, ଦହିଗାଁ, 42mouza
। କଟକ।