ଶେଷ ଚିଠି
ହେ ମୋର ପ୍ରେୟସୀ….
ଫେରିବି କି ନାହିଁ ଜାଣିପାରୁନି କିଛି!
ଦିଲ୍ଲୀରେ ବଢ଼ି ଚାଲୁଛି ଧର୍ମ ସମ୍ପ୍ରଦାୟର କୀର୍ତ୍ତି..
ମୁସଲମାନ ହିନ୍ଦୁ ଅଲଗା ହୁଅନ୍ତି,
ଏଠି ସେଠି ନିଆଁ ଲଗେଇ ଦିଅନ୍ତି,
ମୁସଲମାନ ହିନ୍ଦୁଙ୍କୁ ଦେଖିଲେ ହାଣିପକାନ୍ତି।
ସହଜେ ଏ ତ ବରଷାର ରାତି,
ଚାରି ଆଡ଼େ ଅନ୍ଧକାର,
ଦିଶୁନାହିଁ ଏଠି କିଛି।
କୁଆଡେ ଯିବି!
କେମିତି ଯିବି ଜାଣି ପାରୁନାହିଁ କିଛି।
ବଞ୍ଚିବାକୁ ଆଉ ରାହା ନାହିଁ କିଛି,
ତାଙ୍କ ହାତରେ ଧରିପଡିବାକୁ ଯାଉଛି।
ମରିବାକୁ ମୋର ଡର ନାହିଁ କିଛି,
ହେଲେ ଡର ଲାଗେ ଆଜି ବହୁତ ବେଶି।
ଇଚ୍ଛା ଥିଲା ପ୍ରିୟା ଥରେ,
ତୁମ କୋଳେ ଶୋଇଯାଆନ୍ତି କିଛି।
ଧନ ମୋର ତମ ଗର୍ଭରେ ଶୋଇଅଛିଟି
ଉଠିଲେ ତାକୁ କହି ଦେବଟି
ବାପା ତାର ଦୂରେ ଥାଇ ଆଶିର୍ବାଦ ଦେଉଛି
କାଲିର ସକାଳ
ଆଉ ଭାଗ୍ୟରେ ମୋର କି ଅଛି।
ବଡ଼ ହେଲେ ତାକୁ କହିଦେବଟି
ତାର ବାପା
ଏହି ଧର୍ମ ସମ୍ପ୍ରଦାୟର
ଅନ୍ଧବିଶ୍ୱାସରେ
ଦଳି ଚକଟି ଯାଇଛି।
ସୁବ୍ରତ କୁମାର ବିଶ୍ବାଳ
ଅନ୍ତରା,ଅଡା,ବାଲେଶ୍ଵର