ନାରୀ
ଏ ସମାଜ କେବେ ନାରୀକୁ ବୁଝେନା…
ବୁଝେନା କେବେ ତା ଅକୁହା କଥାକୁ…..
ବୁଝେନା କେବେ ତା ମନର ଭାବନାକୁ….
ନବୁଝି ନସୁଝି ଚାହେଁ ଆବଦ୍ଧକରି ରଖିବାକୁ…
କ’ଣ ପାଇଁ….? ଓ କାହିଁକି……?
ହେଇପାରେ ଏ ଏକ ପୁରୁଷବାଦୀ ସମାଜ…..
ହେଲେ ଏ ପୁରୁଷବାଦୀ ସମାଜରେ ସେ ମଧ୍ୟ ଏକ ମନୁଷ୍ୟ।
ତା’ର ବି ଗୋଟିଏ ସୁନ୍ଦର ମନ ଅଛି,
ସେ ମନରେ ସଭିଁଙ୍କ ପରି କିଛି ଇଚ୍ଛା ମଧ୍ୟ ଅଛି।
ତା’ର ବି ଇଚ୍ଛା ହୁଏ ସ୍ବାଧିନତାର ସହ ବଞ୍ଚିବାକୁ,
ତା’ର ବି ଇଚ୍ଛା ହୁଏ ସଭିଁଙ୍କ ସହ ସମ୍ମାନରେ ଜୀଇଁବାକୁ,
ତା’ର ବି ଇଚ୍ଛା ହୁଏ ସଭିଁଙ୍କ ସହ କାନ୍ଧମିଳାଇ ଦୁଇପାଦ ବଢିବାକୁ,
ତା’ର ବି ଇଚ୍ଛା ହୁଏ ସଭିଁଙ୍କଠୁ ସ୍ନେହ, ପ୍ରେମ, ବିଶ୍ବାସ ପାଇବାକୁ,
ହେଲେ ଏ ପୁରୁଷବାଦୀ ସମାଜ ତାହା ହେବାକୁ ଦିଏନା….
ନାରୀମନର ଇଚ୍ଛାକୁ ମାରିଦେବା ପାଇଁ ଖୋଜିଚାଲେ ଅନେକ ବାହାନା।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ