ପୁରୁଷ
ପୁରୁଷ କାନ୍ଦୁଛି ତକିଆ କୋଳରେ
ଲୁଚି ଛପି ଲୁହ ଢାଳି,
କେହି ଦେଖନ୍ତିନି ଅନ୍ତରର କୋହ
କେମିତି ଯାଏ ସେ ଜଳି ।
ପୁରୁଷ ଡରୁଛି ଅଜଣା ଆତଙ୍କେ
ନିଜ ସ୍ୱାଭିମାନ ପାଇଁ,
ତଥାପି ଖୋଜୁଛି ଆତ୍ମସମ୍ମାନକୁ
ସୁରକ୍ଷାକୁ ଦୃଷ୍ଟି ଦେଇ ।
ପୁରୁଷ ବି ହୁଏ ନିର୍ଯାତିତ ଏଠି
ନାରୀ ପାଖେ ଯାଏ ହରି,
ଶକ୍ତ ପୁରୁଷର ଅଶ୍ରୁଭିଯା ଆଖି
ଦିଏ ଠିକଣା ଏହାରି ।
ପ୍ରେମ କରି ଯଦି କେବେ ହରିଯାଏ
ଦେଇଦିଏ ଜଳାଞ୍ଜଳି,
ଜୀବନ କି ତାର ଏତେ ମୂଲ୍ୟହୀନ
କେବେ ହୋଇଛ କି ଭାଳି ।
ବାସହୀନ ପରି ଜୀବନଟି ତାର
ସ୍ଵାଦ ହୀନ ପାରି ଦିନ ,
ତଥାପି କର୍ତ୍ତବ୍ୟେ କରେନାହିଁ ହେଳା
ଧର୍ଯ୍ୟରେ ସେ ମହିୟାନ ।
ସଭିଏଁ ଦେଖନ୍ତି ନାରୀର ସୁରକ୍ଷା
ପୁରୁଷକୁ କିଏ ଜାଣେ,
କଷ୍ଟ କେବେ ହେଲେ ଓଠର ଶିକୁଳି
ବାନ୍ଧି ଚୁପ୍ ଚାପ୍ ଶୁଣେ ।
ସମସ୍ତ ପୁରୁଷ ନୁହଁନ୍ତି ରାକ୍ଷସ
ସମାଜର ମାନଚିତ୍ରେ,
ତଥାପି ସମାଜ ଦେଇଥାଏ ଦାଗ
ଧୋଇ ହୁଏନି ଚରିତ୍ରେ।
ସୋନାଲି ସ୍ବପ୍ନା ପାତ୍ର
ବଡମ୍ବା, କଟକ
ବାସ୍ତବତା
Super True line
ଖୁବ୍ ସୁନ୍ଦର ଶବ୍ଦ ସଂଯୋଜନା
ଚମତ୍କାର ଶବ୍ଦ ସଂଯୋଜନା ସହିତ ଲେଖାଟି ଆପଣଙ୍କ ର ବହୁତ ସୁନ୍ଦର ହୋଇଛି
ବହୁତ୍ ସୁନ୍ଦର ଭଉଣୀ
ବହୁତ୍ ସୁନ୍ଦର ଭଉଣୀ
“ପୁରୁଷ “ବହୁତ ସୁନ୍ଦର କବିତାର ଉପସ୍ଥାପନା କରିଛନ୍ତି ଆପଣ… ଶୁଣି ଖୁସି ଲାଗିଲା
ଚମତ୍କାର ଶବ୍ଦ ସଂଯୋଜନା.. ଭିର୍ଣ୍ଣ ଏକ ଲେଖା ପୁରୁଷ ର ଦୁଃଖ କୁ ନେଇ ନିଆରା ବର୍ଣ୍ଣନା… ବାସ୍ତବରେ ପୁରୁଷ ବେଳେବେଳେ ନିର୍ଯାତିତ ହେଇ ମଧ୍ୟ ନୀରବ ରହେ ତାର ସ୍ୱାଭିମାନ ପାଇଁ ଓ ଭଲ ପାଇବା ପାଇଁ…. ଆହୁରି ସୁନ୍ଦର ଲେଖା ଭେଟି ଦେଉଥାଅ… ଆଶୀର୍ବାଦ